ETV Bharat / sports

IPL 2022: ଆଜି ସୁପରକିଙ୍ଗସ-ସୁପରଜାଏଣ୍ଟସ ମୁକାବିଲା - ଆଇପିଏଲ ୨୦୨୨

ଆଜି ସପ୍ତମ ଲିଗ ମ୍ୟାଚରେ ଚମ୍ପିଆନ ଚେନ୍ନାଇ ସୁପରକିଙ୍ଗସ ଓ ଲକ୍ଷ୍ନୌ ସୁପରଜାଏଣ୍ଟସ ପରସ୍ପରକୁ ଭେଟିବେ । ଦୁଇ ଯୁବ ଅଧିନାୟକ ଜାଜେଡା ଓ ଲୋକେଶ ରାହୁଲଙ୍କ ମଧ୍ୟରେ ଫାଇଟ ହେବ । ଅଧିକ ପଢନ୍ତୁ

ଆଜି ସୁପରକିଙ୍ଗସ - ସୁପରଜାଏଣ୍ଟସ ମୁକାବିଲା
ଆଜି ସୁପରକିଙ୍ଗସ - ସୁପରଜାଏଣ୍ଟସ ମୁକାବିଲା
author img

By

Published : Mar 31, 2022, 8:53 AM IST

ମୁମ୍ଭାଇ: ଚଳିତ ଆଇପିଏଲ ସିଜନରେ ଗୋଟିଏ ପରେ ଗୋଟିଏ ମ୍ୟାଚ ଜାରି ରହିଛି । ଆଜି ସପ୍ତମ ଲିଗ ମ୍ୟାଚରେ ଚମ୍ପିଆନ ଚେନ୍ନାଇ ସୁପରକିଙ୍ଗସ ଓ ଲକ୍ଷ୍ନୌ ସୁପରଜାଏଣ୍ଟସ ପରସ୍ପରକୁ ଭେଟିବେ । ଦୁଇ ଯୁବ ଅଧିନାୟକ ଜାଜେଡା ଓ ଲୋକେଶ ରାହୁଲଙ୍କ ମଧ୍ୟରେ ଫାଇଟ ହେବ । ଦୁଇ ଦଳ ନିଜ ନିଜର ପ୍ରଥମ ମ୍ୟାଚ ହାରି ସାରିଛନ୍ତି । ପ୍ରଥମ ମ୍ୟାଚ ପରାଜୟ ପୀଡାକୁ ଭୁଲି ତ୍ରୁଟି ସୁଧାରି ଆଜିର ମ୍ୟାଚ ଜିତି ପଏଣ୍ଟ ଖାତା ଖୋଲିବାକୁ ବ୍ୟାକୁଳ ଦୁଇଦଳ ।

କେକେଆର ବିପକ୍ଷରେ ଚଳିତ ସିଜିନର ପ୍ରଥମ ମ୍ୟାଚ ହାରି ସାରିଛି ଚେନ୍ନାଇ । ଉକ୍ତ ମ୍ୟାଚରେ ସୁପରକିଙ୍ଗସର ବ୍ୟାଟରମାନେ ବିଫଳ ହୋଇଥିଲେ । କେବଳ ଧୋନୀ ଧମାକା ଛଡା ବାକି କେହି ଭଲ ପ୍ରଦର୍ଶନ କରି ନଥିଲେ । ମାହି ୩୮ ବଲରେ ୫୦ ରନର ପାଳି ଖେଳିଥିଲେ । ଆଜି ମଧ୍ୟ ଧୋନୀ କିଛି ଧମାକା କରିବେ ବୋଲି ଆଶା ରଖିଛନ୍ତି ଫ୍ୟାନ୍ସ । ସେହିପରି ପୂର୍ବ ମ୍ୟାଚରେ ବ୍ରାଭୋ ୨୦ ରନରେ ୩ଟି ୱିକେଟ ନେଇଥିଲେ । ମୋଇନ ଅଲି ଆଜିର ମ୍ୟାଚରେ ଖେଳିବା ନିଶ୍ଚିନ୍ତ । ତାଙ୍କ ଉପସ୍ଥିତି ଦଳ ପାଇଁ ଶକ୍ତି ବୃଦ୍ଧି କରିବ । ମ୍ୟାଚରେ ଦୁଇ ଯୁବ ଅଧିନାୟକଙ୍କ ରଣନୀତି ଦେଖିବାକୁ ମିଳିବ ।

ସେପଟେ ଲୋକେଶ ରାହୁଲଙ୍କ ଟିମ ଲକ୍ଷ୍ନୌ ସୁପରଜାଏଣ୍ଟସ ମଧ୍ୟ ପ୍ରଥମ ମ୍ୟାଚ ହାରିଛି । ଗୁଜୁରାଟ ଟାଇଟନ୍ସଠୁ ପରାସ୍ତ ହୋଇଥିଲା ଦଳ । ପରାଜୟ ପରେ ବି ଦଳ ମନୋବଳ ହାରିନି । ଦୀପକ ହୁଡା, ଆୟୁଷ ବାଦୋନି, ଡି କିକ, ମନୀଷ ପାଣ୍ଡେଙ୍କ ଭଳି ଖେଳାଳି ଅଛନ୍ତି । ସମସ୍ତଙ୍କୁ ଆଜି ନିଜ ନିଜ ଦକ୍ଷତା ଦେଖାଇବାକୁ ପଡିବ । ସନ୍ଧ୍ୟା ୭ଟା ୩୦ରେ ମ୍ୟାଚ ଆରମ୍ଭ ହେବ । କିଏ ଆଜିର ମ୍ୟାଚ ଜିତୁଛି ଆଉ ପଏଣ୍ଟ ଖାତା ଖୋଲୁଛି ତାହା ମ୍ୟାଚ ପରେ ସ୍ପଷ୍ଟ ହେବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.