ETV Bharat / sports

ଆଜିଠୁ IPL ମହାସମର: ଉଦଘାଟନୀ ମ୍ୟାଚରେ ମୁହାଁମୁହିଁ ହେବେ CSK vs KKR

author img

By

Published : Mar 26, 2022, 8:13 AM IST

ଆଜିଠୁ ଆରମ୍ଭ ହେଉଛି ଫଟାଫଟ କ୍ରିକେଟର ମହାସମର । ଉଦଘାଟନୀ ମ୍ୟାଚରେ ମୁହାଁମୁହିଁ ହେବେ ଚେନ୍ନାଇ-କୋଲକାତା । ଅଧିକ ପଢନ୍ତୁ

ଆଜିଠୁ IPL ମହାସମର: ପ୍ରଥମ ମ୍ୟାଚ CSK vs KKR

ମୁମ୍ବାଇ: ଆଜିଠୁ ଆରମ୍ଭ ହେଉଛି ଫଟାଫଟ କ୍ରିକେଟର ମହାସମର । ଆଇପିଏଲ ୨୦୨୨ର ପ୍ରଥମ ମ୍ୟାଚ ଆଜି ହେବାକୁ ଯାଉଛି । ବିଶ୍ବର ସର୍ବାଧିକ ଲୋକପ୍ରିୟ ଟୁର୍ଣ୍ଣାମେଣ୍ଟ ମୁମ୍ବାଇର ଓ୍ବାଙ୍ଖେଡେ ଷ୍ଟାଡିୟମରେ ଆରମ୍ଭ ହେବ । ମାର୍ଚ୍ଚ ୨୬ ତାରିଖରୁ ଆରମ୍ଭ ହୋଇ ମଇ ୨୯ ତାରିଖ ଯାଏଁ ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ୧୦ଟିଦଳ ଅଂଶଗ୍ରହଣ କରିବେ ଏବଂ ସମସ୍ତ ମ୍ୟାଚ ମୁମ୍ବାଇ ଓ ପୁଣେର ୪ଟି ଷ୍ଟାଡିୟମରେ ଖେଳାଯିବ ।

୨୦୨୦ ସଂସ୍କରଣର ସମ୍ପୂର୍ଣ୍ଣ ସିଜନ ୟୁଏଇରେ ହୋଇଥିଲା । କିନ୍ତୁ ମହାମାରୀ ଯୋଗୁଁ ଏହା ସମ୍ପୂର୍ଣ୍ଣ ହୋଇପାରି ନଥିଲା । ତେବେ ୨୫ ପ୍ରତିଶତ ଦର୍ଶକରେ ଚଳିତ ବର୍ଷ IPL ଖେଳାଯିବ । ଆଜିର ପ୍ରଥମ ମ୍ୟାଚ୍‌ରେ ମୁହାଁମୁହିଁ ହେବେ ଚେନ୍ନାଇ ସୁପର କିଙ୍ଗ୍ସ(CSK) ଓ କୋଲକାତା ନାଇଟ ରାଇଡର୍ସ (KKR)। ଭାରତୀୟ ସମୟ ସନ୍ଧ୍ୟା ୭.୩୦ରୁ ଏହି ମ୍ୟାଚ ଆରମ୍ଭ ହେବ । ଏହି ମ୍ୟାଚର ଦୁଇ ନୂଆ ଅଧିନାୟକ ରବିନ୍ଦ୍ର ଜାଡେଜା ଓ ଶ୍ରେୟସ ଆୟରଙ୍କ ପ୍ରଥମ ପରୀକ୍ଷା ହେବ ।

ମୁମ୍ବାଇ ଓ ପୁନେରେ ୬୫ ଦିନ ଧରି ଖେଳାଯିବାକୁ ଥିବା ବିଶ୍ବର ବିତ୍ତଶାଳୀ ଟି-୨୦ ଲିଗ୍‌ ଆଇପିଏଲରେ ଚଳିତଥର ମୋଟ ୭୦ଟି ଲିଗ ମ୍ୟାଚ୍‌ ଓ ୪ଟି ପ୍ଲେ-ଅଫ୍‌ ମ୍ୟାଚ୍‌ ଖେଳାଯିବ । ଚଳିତ ଥର ଭିଭୋ ଟାଇଟଲ ସ୍ପନସରସିପରୁ ଓହରିଯିବାରୁ ଟାଟା ନୂଆ ସ୍ପନସର ହୋଇଛି । ମାର୍ଚ୍ଚ ୨୭ରେ ପ୍ରଥମ ଡବଲହେଡର ମ୍ୟାଚ୍‌ ବ୍ରାବୋର୍ନ ଷ୍ଟାଡିୟମରେ ଦିଲ୍ଲୀ କ୍ୟାପିଟାଲ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଖେଳାଯିବ । ସନ୍ଧ୍ୟାରେ ଡିୱାଇ ପାଟିଲ ଷ୍ଟାଡିୟମରେ ପଞ୍ଜାବ କିଙ୍ଗ୍ସକୁ ଭେଟିବ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ।

ମାର୍ଚ୍ଚ ୨୯ରେ MCA ଷ୍ଟାଡିୟମ ପୁନେରେ ପ୍ରଥମ ମ୍ୟାଚ୍‌ ଖେଳାଯିବ ଓ ମୁହାଁମୁହିଁ ହେବେ ସନରାଇଜର୍ ହାଇଦ୍ରାବାଦ ଓ ରାଜସ୍ଥାନ ରୟାଲ୍ସ । ଦିନରେ ଖେଳାଯିବାକୁ ଥିବା ମ୍ୟାଚ୍‌ ଅପରାହ୍ନ ୩:୩୦ରୁ ଆରମ୍ଭ ହେବ ଓ ସନ୍ଧ୍ୟା ମ୍ୟାଚ୍‌ ୭:୩୦ରେ ଖେଳାଯିବ । ମଇ ୨୨ରେ ଲିଗ ପର୍ଯ୍ୟାୟର ଶେଷ ମ୍ୟାଚ୍‌ ସନରାଇଜର୍ସ ହାଇଦ୍ରାବାଦ ଓ ପଞ୍ଜାବ କିଙ୍ଗ୍ସ ମଧ୍ୟରେ ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଖେଳାଯିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.