ETV Bharat / sports

ମିଷ୍ଟର ଆଇପିଏଲଙ୍କ ପୁଷ୍ପା ଅବତାର, କହିଲେ ଫାୟାର ହୈ ମେଁ

author img

By

Published : Mar 3, 2022, 10:00 PM IST

ପୁଷ୍ପା ଫିଭରରୁ ବାଦ ପଡିନାହାନ୍ତି ମିଷ୍ଟର IPL ସୁରେଶ ରାଇନା । ସୋସିଆଲ ମିଡିଆରେ ସେ ନିଜର ଫାୟାର ଅନ୍ଦାଜ ଦେଖାଇଛନ୍ତି। ସୁପରହିଟ୍‌ ଫିଲ୍ମ ପୁଷ୍ପାର ନାୟକ ଆଲୁ ଅର୍ଜୁନଙ୍କ ଷ୍ଟାଇଲରେ ନଜର ଆସିଲେ ରାଇନା । ଅଧିକ ପଢନ୍ତୁ

IPL 2022: Suresh Raina Joining Gujarat Titans?  Former Cricketer's Social Media Post Leaves Netizens Confused
ମିଷ୍ଟର ଆଇପିଏଲଙ୍କ ପୁଷ୍ପା ଅବତାର, କହିଲେ ଫାୟାର ହୈ ମେଁ

ନୂଆଦିଲ୍ଲୀ: ପୁଷ୍ପା ଫିଭରରୁ ବାଦ ପଡିନାହାନ୍ତି ମିଷ୍ଟର IPL ସୁରେଶ ରାଇନା । ସୋସିଆଲ ମିଡିଆରେ ସେ ନିଜର ଫାୟାର ଅନ୍ଦାଜ ଦେଖାଇଛନ୍ତି। ସୁପରହିଟ୍‌ ଫିଲ୍ମ ପୁଷ୍ପାର ନାୟକ ଆଲୁ ଅର୍ଜୁନଙ୍କ ଷ୍ଟାଇଲରେ ନଜର ଆସିଲେ ରାଇନା । ଆଇପିଏଲ ୨୦୨୨ ମେଗା ଖେଳାଳି ନିଲାମରୁ ବାଦ୍‌ ପଡିବା ପରେ ଟ୍ବିଟ୍‌ରରେ 'ଫାୟାର ହୈ ମେଁ' ଲେଖି ପୋଷ୍ଟ କରିଥିବା ଫଟୋ ଏବେ ଟ୍ରେଣ୍ଡ କରିବାରେ ଲାଗିଛି ।

🔥 है मैं 😎 You know what it is 😉 #funmodeon pic.twitter.com/Fdg70KMkxq

— Suresh Raina🇮🇳 (@ImRaina) March 1, 2022

ଆଇପିଏଲ ୨୦୨୨(IPL 2022) ପାଇଁ ବେଙ୍ଗାଲୁରୁରୁ ଅନୁଷ୍ଠିତ ହୋଇସାରିଥିବା ନିଲାମରେ ରାଇନାଙ୍କୁ କୌଣସି ଫ୍ରାଞ୍ଜାଇଜ କିଣିନାହାନ୍ତି । ଏକଦା ଟୁର୍ନାମେଣ୍ଟର ସର୍ବାଧକ ରନ୍‌ ସହ ମିଷ୍ଟର ଆଇପିଏଲ ଆଖ୍ୟା ପାଇଥିବା ରାଇନାଙ୍କୁ କୌଣସି ଟିମ କିଣିବାକୁ ଆଗ୍ରହ ପ୍ରକାଶ ନ କରିବା ଖବର ଚର୍ଚ୍ଚାରେ ରହିଥିଲା । ନିଜର ଟିମ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟ ନିରାଶ କରିଥିଲା । ଅନେକ କ୍ରିକେଟ ଫ୍ୟାନ୍ସଙ୍କୁ ଏହି ଖବର ଚକିତ କରିଥିଲା ।

ରାଇନାଙ୍କ ଆଇପିଏଲର ୨୦୫ଟି ମ୍ୟାଚ୍‌ ଖେଳିଥିବାବେଳେ ୫,୮୨୮ ରନ୍‌ ସଂଗ୍ରହ କରିଛନ୍ତି । ଆଇପିଏଲ ଇତିହାସରେ ପ୍ରଥମ ବ୍ୟାଟ୍‌ର ଭାବେ ୫ ହଜାର ରନ୍‌ କରିବାରେ ସେ ରେକର୍ଡ କରିଥିଲେ । ଏହାମଧ୍ୟରେ ୩୯ଟି ଅର୍ଦ୍ଧଶତକୀୟ ଇଂନିସ ଓ ୩ଟି ଶତକୀୟ ଇଂନିସ ସାମିଲ ରହିଛି । ତେବେ ଗୁଜରାଟ ଟାଇଟାନ୍ସ(Gujarat Titans) ତାଙ୍କୁ ଟିମରେ ସାମିଲ କରିପାରେ ବୋଲି ଚର୍ଚ୍ଚା ହେଉଛି । ମାତ୍ର ଫ୍ରାଞ୍ଚାଇଜ ପକ୍ଷରୁ କୌଣସି ଔପଚାରିକ ଘୋଷଣା କରାଯାଇନାହିଁ ।

ନୂଆଦିଲ୍ଲୀ: ପୁଷ୍ପା ଫିଭରରୁ ବାଦ ପଡିନାହାନ୍ତି ମିଷ୍ଟର IPL ସୁରେଶ ରାଇନା । ସୋସିଆଲ ମିଡିଆରେ ସେ ନିଜର ଫାୟାର ଅନ୍ଦାଜ ଦେଖାଇଛନ୍ତି। ସୁପରହିଟ୍‌ ଫିଲ୍ମ ପୁଷ୍ପାର ନାୟକ ଆଲୁ ଅର୍ଜୁନଙ୍କ ଷ୍ଟାଇଲରେ ନଜର ଆସିଲେ ରାଇନା । ଆଇପିଏଲ ୨୦୨୨ ମେଗା ଖେଳାଳି ନିଲାମରୁ ବାଦ୍‌ ପଡିବା ପରେ ଟ୍ବିଟ୍‌ରରେ 'ଫାୟାର ହୈ ମେଁ' ଲେଖି ପୋଷ୍ଟ କରିଥିବା ଫଟୋ ଏବେ ଟ୍ରେଣ୍ଡ କରିବାରେ ଲାଗିଛି ।

ଆଇପିଏଲ ୨୦୨୨(IPL 2022) ପାଇଁ ବେଙ୍ଗାଲୁରୁରୁ ଅନୁଷ୍ଠିତ ହୋଇସାରିଥିବା ନିଲାମରେ ରାଇନାଙ୍କୁ କୌଣସି ଫ୍ରାଞ୍ଜାଇଜ କିଣିନାହାନ୍ତି । ଏକଦା ଟୁର୍ନାମେଣ୍ଟର ସର୍ବାଧକ ରନ୍‌ ସହ ମିଷ୍ଟର ଆଇପିଏଲ ଆଖ୍ୟା ପାଇଥିବା ରାଇନାଙ୍କୁ କୌଣସି ଟିମ କିଣିବାକୁ ଆଗ୍ରହ ପ୍ରକାଶ ନ କରିବା ଖବର ଚର୍ଚ୍ଚାରେ ରହିଥିଲା । ନିଜର ଟିମ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟ ନିରାଶ କରିଥିଲା । ଅନେକ କ୍ରିକେଟ ଫ୍ୟାନ୍ସଙ୍କୁ ଏହି ଖବର ଚକିତ କରିଥିଲା ।

ରାଇନାଙ୍କ ଆଇପିଏଲର ୨୦୫ଟି ମ୍ୟାଚ୍‌ ଖେଳିଥିବାବେଳେ ୫,୮୨୮ ରନ୍‌ ସଂଗ୍ରହ କରିଛନ୍ତି । ଆଇପିଏଲ ଇତିହାସରେ ପ୍ରଥମ ବ୍ୟାଟ୍‌ର ଭାବେ ୫ ହଜାର ରନ୍‌ କରିବାରେ ସେ ରେକର୍ଡ କରିଥିଲେ । ଏହାମଧ୍ୟରେ ୩୯ଟି ଅର୍ଦ୍ଧଶତକୀୟ ଇଂନିସ ଓ ୩ଟି ଶତକୀୟ ଇଂନିସ ସାମିଲ ରହିଛି । ତେବେ ଗୁଜରାଟ ଟାଇଟାନ୍ସ(Gujarat Titans) ତାଙ୍କୁ ଟିମରେ ସାମିଲ କରିପାରେ ବୋଲି ଚର୍ଚ୍ଚା ହେଉଛି । ମାତ୍ର ଫ୍ରାଞ୍ଚାଇଜ ପକ୍ଷରୁ କୌଣସି ଔପଚାରିକ ଘୋଷଣା କରାଯାଇନାହିଁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.