ETV Bharat / sports

IPL 2022: ବଟଲରଙ୍କ ବ୍ୟାଟ୍‌ରୁ ଦ୍ବିତୀୟ ଆଇପିଏଲ ଶତକ

ବଟଲରଙ୍କ ଏହି ମାରାଥନ ଇଂନିସରେ ୧୧ଟି ଚୌକା ଓ ୫ଟି ଛକା ରହିଛି । ୬୬ ବଲରୁ ନିଜର ଶତକ ପୂରଣ କରିଛନ୍ତି ଏହି ଇଂଲିସ ବ୍ୟାଟ୍‌ର । ଅଧିକ ପଢନ୍ତୁ

author img

By

Published : Apr 2, 2022, 5:36 PM IST

Updated : Apr 2, 2022, 6:04 PM IST

IPL 2022 second IPL hundred for joss buttler
IPL 2022: ବଟଲରଙ୍କ ବ୍ୟାଟ୍‌ରୁ ଦ୍ବିତୀୟ ଆଇପିଏଲ ଶତକ

ମୁମ୍ବାଇ: ଇଣ୍ଡିଆନ ପ୍ରିମିୟର ଲିଗର(IPL ୨୦୨୨) ପ୍ରଥମ ଶତକୀୟ ଇଂନିସ ଜସ୍‌ ବଟଲରଙ୍କ ନାମରେ ହୋଇଛି । ରାଜସ୍ଥାନ ରୟାଲ୍ସ ଓପନର ବଟଲର ପାଞ୍ଚ ଥରର ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଖେଳିଛନ୍ତି ମାରାଥନ ଶତକୀୟ ଇଂନିସ । ଆଇପିଏଲ ୨୦୨୨ର ନବମ ମୁକାବିଲାରେ ବଟଲର ଟୁର୍ଣ୍ଣାମେଣ୍ଟର ସବୁଠୁ ସଫଳତମ ଟିମ ବିପକ୍ଷରେ ଏହି ବିସ୍ଫୋରକ ଇଂନିସ ଖେଳିଛନ୍ତି । ବଟଲରଙ୍କ ଏହି ମାରାଥନ ଇଂନିସରେ ୧୧ଟି ଚୌକା ଓ ୫ଟି ଛକା ରହିଛି । ୬୬ ବଲରୁ ନିଜର ଶତକ ପୂରଣ କରିଥିଲେ ଏହି ଇଂଲିସ ବ୍ୟାଟ୍‌ର ।

ଏହା ବଟଲ୍‌ରଙ୍କ ଦ୍ବିତୀୟ ଆଇପିଏଲ ଶତକ । ପୂର୍ବରୁ ଆଇପିଏଲ ୨୦୨୧ରେ ସନରାଇଜର୍ସ ହାଇଦ୍ରବାଦ ବିପକ୍ଷରେ ୧୨୪ ରନ୍‌ର ଦମଦାର ଇଂନିସ ଖେଳିଥିଲେ ବଟଲର୍‌ ।

ନଜର ପକାନ୍ତୁ ଆଇପିଏଲରେ ଶତକ ହାସଲ କରିଥିବା ଇଂଲଣ୍ଡ ଖେଳାଳିଙ୍କ ଉପରେ:

  • କେଭିନ ପିଟରସନ ୧୦୩* ବନାମ ଡେକାନ ୨୦୧୨
  • ବେନ ଷ୍ଟୋକ୍ସ ୧୦୩* ବନାମ ଗୁଜରାଟ ଲାୟନ୍ସ ୨୦୧୭
  • ଜନ୍ନି ବେୟାରଷ୍ଟୋ ୧୧୪ ବନାମ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ୨୦୧୯
  • ବେନ ଷ୍ଟୋକ୍ସ ୧୦୭* ବନାମ ମୁମ୍ବାଇ ଇଣ୍ଡିଆନ୍ସ ୨୦୨୦
  • ଜସ୍‌ ବଟଲର ୧୨୪ ବନାମ ସନରାଇଜର୍ସ ହାଇଦ୍ରାବାଦ ୨୦୨୧
  • ଜସ୍‌ ବଟଲର ୧୦୦ ବନାମ ମୁମ୍ବାଇ ଇଣ୍ଡିଆନ୍ସ ୨୦୨୨

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Apr 2, 2022, 6:04 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.