ETV Bharat / sports

IPL2022: ଦିଲ୍ଲୀ ବିପକ୍ଷରେ ବାଙ୍ଗାଲୋର ଦମଦାର ବିଜୟ, ପଏଣ୍ଟ ଟେବୁଲ ତୃତୀୟରେ RCB

author img

By

Published : Apr 17, 2022, 7:49 AM IST

ଚଳିତ ଆଇପିଏଲର ୨୭ତମ ମୁକାବିଲା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଦମଦାର ବିଜୟ ହାସଲ କରିଛି । 16 ରନରେ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ରୋମାନଞ୍ଚକର ବିଜୟ ହାସଲ କରିଛି ବାଙ୍ଗାଲୋର । ପ୍ରଥମେ ବ୍ୟାଟଂ କରି ବାଙ୍ଗାଲୋର 5 ୱିକେଟ ହରାଇ 189 ରନ କରିଥିଲା । ଜବାବରେ କ୍ୟାପିଟାଲ୍ସ 7 ୱିକେଟ ହରାଇ 173 ରନ କରିବାକୁ ସକ୍ଷମ ହୋଇଥିଲା । ଅଧିକ ପଢନ୍ତୁ

IPL2022
IPL2022

ମୁମ୍ବାଇ: ଚଳିତ ଆଇପିଏଲର ୨୭ତମ ମୁକାବିଲା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଦମଦାର ବିଜୟ ହାସଲ କରିଛି । 16 ରନରେ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ରୋମାନଞ୍ଚକର ବିଜୟ ହାସଲ କରିଛି ବାଙ୍ଗାଲୋର । ପ୍ରଥମେ ବ୍ୟାଟିଂ କରି ବାଙ୍ଗାଲୋର 5 ୱିକେଟ ହରାଇ 189 ରନ କରିଥିଲା । ଜବାବରେ କ୍ୟାପିଟାଲ୍ସ 7 ୱିକେଟ ହରାଇ 173 ରନ କରିବାକୁ ସକ୍ଷମ ହୋଇଥିଲା । ଦିନେଶ କାର୍ତ୍ତିକ ବିଜୟୀ ମ୍ୟାଟର ହିରୋ ଥିଲେ । ଦମଦାର ପ୍ରଦର୍ଶନ ପାଇଁ ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ କାର୍ତ୍ତିକ ।

IPL2022

ବ୍ୟାଟିଂ ଆମନ୍ତ୍ରଣ ପାଇଁ ରୟାଲ ଚ୍ୟାଲେଞ୍ଜର୍ସ 40 ରନରେ 3ଟି ୱିକେଟ ହରାଇ ସଂଙ୍କଟରେ ପଡିଯାଇଥିଲା । ଅନୁଜ ରାୱାତ ଖାତା ଖୋଲି ନପାରି ଆଉଟ ହୋଇଥିଲେ । ଫାଫ ଡୁ ପ୍ଲେସି 8 କୋହଲି 12ରନ କରି ସଅଳ ପାଭିଲିୟନ ଭେରିଥିଲେ । ଗ୍ଲେନ ମ୍ୟାକ୍ସୱେଲ ବ୍ୟାଟିଂ କରି ସ୍ଥିତି ସୁଧାରିଥିଲେ । ସୁୟାଶ ପ୍ରଭୁଦେଶାଇଙ୍କ ସହ ଚତୁର୍ଥ ୱିକେଟରେ 35 ରନ ଯୋଡି ହୋଇଥିଲା । RCB ପକ୍ଷରୁ ଭେଟେରାନ ଦିନେଶ କାର୍ତ୍ତିକ ପୁଣି ଏକ ଅପରାଜିତ ଅର୍ଦ୍ଧଶତକୀୟ ଇଂନିସ ଖେଳିଥିଲେ । ୩୪ ବଲ୍‌ରୁ ୫ଟି ଚୌକା ଓ ୫ଟି ଛକା ସହାୟତାରେ ୬୬ ରନ୍‌ର ବିସ୍ଫୋରକ ଇଂନିସ ଖେଳିଥିଲେ। ପଞ୍ଚମ ୱିକେଟ ଯୋଡିରେ ଶାହାବାଜ ଅହମ୍ମଦଙ୍କ ସହ ମିଶି ୯୭ ରନ୍‌ର ଭାଗିଦାରୀ କରିଥିଲେ ।

ଏହା ବି ପଢନ୍ତୁ...IPL 2022: ମୁମ୍ବାଇର ଷଷ୍ଠ ପରାଜୟ, ୧୮ ରନ୍‌ରେ ଜିତିଲା ଲକ୍ଷ୍ନୌ

୧୧.୨ ଓଭର ସୁଦ୍ଧା ମାତ୍ର ୯୨ ରନ୍‌ରେ ୫ ୱିକେଟ ହରାଇ ସଂଘର୍ଷ କରୁଥିଲା ବାଙ୍ଗାଲୋର । ମାତ୍ର କାର୍ତ୍ତିକ ଓ ଶାହାବାଜଙ୍କ ଯୋଡି RCB ପାଇଁ ବରଦାନ ସାବ୍ୟସ୍ତ ହୋଇଥିଲେ । ଉଭୟ ମିଶି ଦିଲ୍ଲୀ କ୍ୟାପିଟାଲ୍ସର ସମସ୍ତ ବୋଲରଙ୍କୁ ନିରାଶ କରିଥିଲେ । ଶାହାବାଜ ୨୧ ବଲ୍‌ରୁ ଦ୍ରୁତ ୩୨ ରନ୍‌ର ଇଂନିସ ଖେଳିଥିଲେ । ଅଲରାଉଣ୍ଡର ଗ୍ଳେନ ମାକ୍ସୱେଲ ୩୪ ବଲ୍‌ରୁ ୭ଟି ଚୌକା ଓ ଦୁଇଟି ଛକା ସହାୟତାରେ ୫୫ ରନ୍‌ର ଇଂନିସ ଖେଳିଥିଲେ । ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ ହରାଇ ୧୮୯ ରନ୍‌ ସଂଗ୍ରହ କରିଥିଲା ଆରସିବି । ଦିଲ୍ଲୀ ସାମ୍ନାରେ ୧୯୦ ରନ୍‌ର ବିଜୟ ଲକ୍ଷ୍ୟ ରହିଥିଲା । ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ଶାର୍ଦ୍ଦୁଳ ଠାକୁର, ଖଲିଲ ଅହମ୍ମଦ, ଅକ୍ଷର ପଟେଲ ଓ କୁଲଦୀପ ଯାଦବ ଗୋଟିଏ ଲେଖାଏଁ ୱିକେଟ ହାତେଇଥିଲେ ।

୧୯୦ ରନ୍‌ର ବିଜୟ ଲକ୍ଷ୍ୟ ନେଇଲ କ୍ୟାପିଟାଲ୍ସ ଦ୍ରୁତ ରନ ସଂଗ୍ରହ କରିଥିଲା । ପୃଥ୍ବୀ ଶ' 16 ରନ କରି ବିଫଳ ହୋଇଥିଲେ । ଡେଭିଡ ୱାର୍ଣ୍ଣର ବିସ୍ଫୋରକ ବ୍ୟାଟିଂ ଆରମ୍ଭ କରିଥିଲେ । ଦଳୀୟ ସ୍କୋର 50ରେ ପୃଥ୍ବୀ ଆଉଟ ହୋଉଥିଲେ । ୱାର୍ଣ୍ଣରଙ୍କ ଅର୍ଦ୍ଧଶତକ ବଳରେ ଦଳୀୟ ସ୍କୋର 94ରେ ପହଞ୍ଚିଥିଲା । 38 ବଲରେ 66 ରନ କରିଥିଲେ ୱାର୍ଣ୍ଣର । ଋିଷବ ପନ୍ତ କ୍ରିଜରେ ଥିବାଯାଏ ବିଜୟ ଆଶା ଉଜ୍ଜୀବିତ ଥିଲା ମାତ୍ର ଦଳୀୟ ସ୍କୋର 142 ରନ ବେଳେ ପନ୍ତ (34) ରନ କରି ଆଉଟ ହୋଇଥିଲେ । ମିଚେଲ ମାର୍ଶ (14), ରୋଭାମାନ ପାୱେଲ 0, ଲଳିତ ଯାଦବ 1 ରନ କରି ପାଭିଲିୟନ ଫେରିଥିଲେ । ଫଳରେ ଦିଲ୍ଲୀ 7ୱିକେଟ ହରାଇ 173 ରନ କରିବାକୁ ସକ୍ଷମ ହୋଇଥିଲା । ଦଳର ତୃତୀୟ ପରାଜୟ ହୋଇଛି । ଆରିସିବି ପକ୍ଷରୁ ଜୋସ ହାଜେଲଉଡ ଓ ୱାନିଣ୍ଡୁ ହସରଙ୍କା 3ଟି ଲେଖାଏଁ ୱିକେଟ ନେଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.