ETV Bharat / sports

IPL 2022: ସୁପରକିଙ୍ଗ୍ସକୁ ହରାଇଲା କିଙ୍ଗ୍ସ, 11 ରନରେ ଜିତିଲା ପଞ୍ଜାବ

ଚଳିତ ଆଇପିଏଲର 38ତମ ଲିଗ ମ୍ୟାଚରେ ଦେଖିବାକୁ ମିଳିଛି ଧାୱନ ଧମାକା । ଶିଖର ଧାୱନଙ୍କ ଅପରାଜିତ ଅର୍ଦ୍ଧଶତକ ଓ ବୋଲରଙ୍କ ଶୃଙ୍ଖଳିତ ବୋଲିଂ ବଳରେ ସୁପରକିଙ୍ଗ୍ସକୁ ପରାସ୍ତ କରିଛି କିଙ୍ଗସ । 11 ରନରେ ଚେନ୍ନାଇକୁ ହରାଇଛି ପଞ୍ଜାବ କିଙ୍ଗ୍ସ । ଅଧିକ ପଢନ୍ତୁ

author img

By

Published : Apr 26, 2022, 7:59 AM IST

ସୁପରକିଙ୍ଗ୍ସକୁ ହରାଇଲା କିଙ୍ଗ୍ସ
ସୁପରକିଙ୍ଗ୍ସକୁ ହରାଇଲା କିଙ୍ଗ୍ସ

ମୁମ୍ବାଇ: ଚଳିତ ଆଇପିଏଲର 38ତମ ଲିଗ ମ୍ୟାଚରେ ଦେଖିବାକୁ ମିଳିଛି ଧାୱନ ଧମାକା । ଶିଖର ଧାୱନଙ୍କ ଅପରାଜିତ ଅର୍ଦ୍ଧଶତକ ଓ ବୋଲରଙ୍କ ଶୃଙ୍ଖଳିତ ବୋଲିଂ ବଳରେ ସୁପରକିଙ୍ଗ୍ସକୁ ପରାସ୍ତ କରିଛି କିଙ୍ଗସ । 11ରନରେ ଚେନ୍ନାଇକୁ ହରାଇଛି ପଞ୍ଜାବ କିଙ୍ଗ୍ସ । ବିଜୟ ବଳରେ ପଏଣ୍ଟ ଟେବୁଲ ଷଷ୍ଠକୁ ଉତ୍ତୀର୍ଣ୍ଣ ହୋଇଛି ଦଳ । ଚେନ୍ନାଇ ସୁପରକିଙ୍ଗ୍ସର ଏହା ଷଷ୍ଠ ପରାଜୟ ।

ଟସ୍‌ ଜିତି ପ୍ରଥମେ ପଞ୍ଜାବକୁ ବ୍ୟାଟିଂ ଆମନ୍ତ୍ରଣ କରିଥିଲା ଚେନ୍ନାଇ । ପ୍ରଥମ ୱିକେଟ ପାଇଁ ପଞ୍ଜାବର ଦୁଇ ଓପନରଙ୍କ ମଧ୍ୟରେ ୩୭ ରନ୍‌ର ଭାଗିଦାରୀ ହୋଇଥିଲା । ଏହାପରେ ଭାନୁକା ରାଜପକ୍ଷ ଓ ଶିଖର ଧାୱନଙ୍କ ମଧ୍ୟରେ ଏକ ଶତକୀୟ ଭାଗିଦାରୀ ଦେଖିବାକୁ ମିଳିଥିଲା । ଦୁହେଁ ମୋଟ ଦଳୀୟ ଖାତାରେ ୧୧୦ ରନ୍‌ ଯୋଡ଼ିଥିଲେ । ରାଜପକ୍ଷ ୪୨ ରନ୍‌ କରି ପାଭିଲିଅନ ଫେରିଥିବାବେଳେ ଦମଦାର ବ୍ୟାଟିଂ ଜାରି ରଖିଥିଲେ ଧାୱନ । ଧାୱନଙ୍କ ୮୮ ରନ୍‌ର ବିସ୍ଫୋରକ ଅର୍ଦ୍ଧଶତକୀୟ ଇଂନିସ ବଳରେ ପଞ୍ଜାବ କିଙ୍ଗ୍ସ ୧୮୭ ରନ୍‌ କରିବାକୁ ସକ୍ଷମ ହୋଇଛି । ଶେଷ ଭାଗରେ ଲିଆମ ଲିଭିଂଷ୍ଟୋନଙ୍କ ଦ୍ରୁତ ସ୍କୋର୍‌ ମଧ୍ୟ ପଞ୍ଜାବକୁ ସହାୟକ ହୋଇଥିଲା । ନିର୍ଦ୍ଧାରିତ ୨୦ ଓଭରରେ ପଞ୍ଜାବ ୪ ୱିକେଟ ହରାଇ ୧୮୭ ରନ୍‌ କରିଛି ।

ସୁପରକିଙ୍ଗସକୁ ହରାଇଲା କିଙ୍ଗସ

ସେପଟେ ଚେନ୍ନାଇ ସୁପରିକିଙ୍ଗ୍ସ ପକ୍ଷରୁ ଅତି ସାଧାରଣ ଫିଲ୍ଡିଂ ପ୍ରଦର୍ଶନ ଦେଖିବାକୁ ମିଳିଥିଲା । ପଞ୍ଜାବ ଇନିଂସ ବେଳେ ଚେନ୍ନାଇ ସୁପରକିଙ୍ଗ୍ସ ଲଗାତାର କ୍ୟାଚ୍‌ ଓ ଫିଲ୍ଡିଂ ମିସ୍‌ କରିଥିଲେ । ଯାହାଫଳରେ ୧୮୦ ରନ୍‌ ପାର୍‌ କରିଥିଲା ପଞ୍ଜାବ କିଙ୍ଗ୍ସ । ଚେନ୍ନାଇ ପକ୍ଷରୁ ଡ୍ବେନ୍‌ ପ୍ରିଟୋରିଅସ ସବୁଠାରୁ ମହଙ୍ଗା ବୋଲର ସାବ୍ୟସ୍ତ ହୋଇଥିଲେ । ଦଳ ପକ୍ଷରୁ ମହେଶ ଥିକଶାନା ଗୋଟିଏ ୱିକେଟ ନେଇଥିବାବେଳେ ଡ୍ବେନ୍‌ ବ୍ରାଭୋ ଗୋଟିଏ ୱିକେଟ ନେଇଥିଲେ । ଚେନ୍ନାଇ ସୁପରକିଙ୍ଗ୍ସକୁ ୧୮୮ ରନ୍‌ ଟାର୍ଗେଟ ଦେଇଥିଲା ପଞ୍ଜାବ କିଙ୍ଗ୍ସ ।

189 ରନ୍‌ ବିଜୟ ଲକ୍ଷ୍ୟ ନେଇ ପାଳି ଆରମ୍ଭ କରିଥିଲା ସୁପରକିଙ୍ଗ୍ସ । ଜବାବରେ ପ୍ରଥମରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା ଦଳ । ଓପନର ରିବନ ଉଥାପ୍ପା 1, ମିଚେଲ ସାଣ୍ଟନର9 ଓ ଶିବମ ଦୁବେ 8 ରନ କରି ପାଭିଲିୟନ ଫେରିଥିଲେ । ଅନ୍ୟ ଓପନର ଋତୁରାଜ ଗାଏକ୍ବାର୍ଡ ବ୍ୟାଟିଂ ଜାରି ରଖିଥିଲେ । ହେଲେ ବେଶୀ ସମୟ କ୍ରିଜରେ ତିଷ୍ଠି ପାରି ନଥିଲେ । 30 ରନ କରି ଆଉଟ ହୋଇଥିଲେ । 12 ଓଭର ବେଳକୁ ସୁପରକିଙ୍ଗ୍ସ 89 ରନରେ 4ଟି ୱିକେଟ ହରାଇଥିଲା । ଅମ୍ବାତି ରାୟୁଡୁ ଧୂଆଁଧାର ବ୍ୟାଟିଂ କରି ସ୍ଥିତି ସୁଧାରିଥିଲେ । ବିଜୟ ଆଶା ଉଜ୍ଜିବୀତ ଥିଲା ମାତ୍ର ରାୟୁଡୁ ଆଉଟ ହେବା ପରେ ସୁପରକିଙ୍ଗ୍ସ ବିଜୟ ଆଶା ମଉଳି ଯାଇଥିଲା । ଶେଷ ଓଭରରେ ଦଳକୁ ବିଜୟ ପାଇଁ 41 ରନ ଆବଶ୍ୟକ ହେଉଥିଲା । କାଗିସୋ ରାବାଡା 18ତମ ଓଭରରେ ରାୟୁଡୁଙ୍କୁ ଆଉଟ କରିବା ପରେ ପଞ୍ଜାବର ବିଜୟ ସୁନିଶ୍ଚିନ୍ତ ହୋଇଥିଲା । ଧୋନି 12 କରି ରିଷିଙ୍କ ବଲରେ ଶିକାର ହୋଇଥିଲେ । ରବିନ୍ଦ୍ର ଜାଡେଜା 21 ରନ କରି ଅପରାଜିତ ରହିଥିଲେ । ଡିଫେଣ୍ଡି ଚାମ୍ପିଅନ ସୁପରକିଙ୍ଗ୍ସ 6 ୱିକେଟ ହରାଇ 176 ରନ କରିବାକୁ ସକ୍ଷମ ହୋଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.