ETV Bharat / sports

IPL 2022: ରାହୁଲଙ୍କ ଦ୍ବିତୀୟ ଶତକ, ମୁମ୍ବାଇ ସାମ୍ନାରେ ଟାର୍ଗେଟ ୧୬୯

IPL 2022ର ୩୭ତମ ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ ଆଗରେ ୧୬୯ ରନ୍‌ର ବିଜୟ ଲକ୍ଷ୍ୟ ରଖିଛି ଲକ୍ଷ୍ନୌ ସୁପରଜିଆଣ୍ଟ୍ସ । ମୁମ୍ବାଇ ବୋଲର ଆଜି ଶୃଙ୍ଖଳିତ ବୋଲିଂ କରି ଲକ୍ଷ୍ନୌ ବ୍ୟାଟରଙ୍କୁ ବଡ଼ ସଟ୍‌ ଖେଳିବାକୁ କୌଣସି ସୁଯୋଗ ଦେଇନଥିଲେ । ଅଧିକ ପଢ଼ନ୍ତୁ

IPL 2022: ରାହୁଲଙ୍କ ଦ୍ବିତୀୟ ଶତକ, ମୁମ୍ବାଇ ସମ୍ମୁଖରେ ୧୬୯ ରନ୍‌ ଟାର୍ଗେଟ

author img

By

Published : Apr 24, 2022, 9:44 PM IST

ମୁମ୍ବାଇ: ଚଳିତ ଆଇପିଏଲ ଟୁର୍ଣ୍ଣାମେଣ୍ଟର(IPL 2022) ୩୭ତମ ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ ଆଗରେ ୧୬୯ ରନ୍‌ର ବିଜୟ ଲକ୍ଷ୍ୟ ରଖିଛି ଲକ୍ଷ୍ନୌ ସୁପରଜିଆଣ୍ଟ୍ସ । ଟସ୍‌ ଜିତି ପ୍ରଥମେ ଲକ୍ଷ୍ନୌକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ ଦେଇଥିଲା ମୁମ୍ବାଇ । ଇନିଂସ ଆରମ୍ଭରୁ ଲକ୍ଷ୍ନୌ ଦଳ ବଡ଼ ସଟ୍‌ ଖେଳିବାକୁ ଚେଷ୍ଟା କରିଥିଲା । ତେବେ ମୁମ୍ବାଇ ବୋଲର ଶୃଙ୍ଖଳିତ ବୋଲିଂ କରି ଲକ୍ଷ୍ନୌ ବ୍ୟାଟରଙ୍କୁ ବଡ଼ ସଟ୍‌ ଖେଳିବାକୁ କୌଣସି ସୁଯୋଗ ଦେଇନଥିଲେ ।

ପ୍ରଥମ ୱିକେଟ ପାଇଁ ଲକ୍ଷ୍ନୌର ଦୁଇ ଓପନରଙ୍କ ମଧ୍ୟରେ ୨୭ ରନ୍‌ର ଭାଗିଦାରୀ ହୋଇଥିଲା । ଏହାପରେ କ୍ବିଣ୍ଟନ ଡି କକ୍‌ଙ୍କ ୱିକେଟ ହରାଇଥିଲା ଲକ୍ଷ୍ନୌ । ସେପଟେ ଲକ୍ଷ୍ନୌର ଅଧିନାୟକ କେ.ଏଲ. ରାହୁଲ ଲଢ଼ୁଆ ବ୍ୟାଟିଂ ଜାରି ରଖିଥିଲେ । ସେ ୬୨ ବଲ୍‌ରୁ ଶତକ ହାସଲ କରି ଅପରାଜିତ ରହିଛନ୍ତି । ରାହୁଲଙ୍କୁ ଛାଡ଼ିଦେଲେ ଆଉ କୌଣସି ବ୍ୟାଟର ବଡ଼ ସ୍କୋର କରି ପାରିନଥିଲେ । ମନୀଷ ପାଣ୍ଡେ କିଛି ସମୟ ପଡ଼ିଆରେ ବିତାଇଥିଲେ ସୁଦ୍ଧା ସେ ମାତ୍ର ୨୪ ରନ୍‌ କରିବାକୁ ସକ୍ଷମ ହୋଇଥିଲେ । ନିର୍ଦ୍ଧାରିତ ୨୦ ଓଭରରେ ଲକ୍ଷ୍ନୌ ୬ ୱିକେଟ ହରାଇ ୧୬୮ ରନ୍‌ କରିଛି ।

ସେପଟେ ମୁମ୍ବାଇ ପକ୍ଷରୁ ଡାନିଏଲ ସାମ୍ସ ଓ ରିଲେ ମେରେଡିଥ୍‌ ସବୁଠାରୁ ମହଙ୍ଗା ସାବ୍ୟସ୍ତ ହୋଇଛନ୍ତି । ଦୁଇ ବୋଲର ୪ ଓଭରରେ ୪୦ ରନ୍‌ ଖର୍ଚ୍ଚ କରିଛନ୍ତି । ମେରେଡିଥ୍‌ ଓ କିରଣ ପୋଲାର୍ଡ ଦୁଇଟି ଲେଖାଏଁ ୱିକେଟ ନେଇଥିବା ବେଳେ ବୁମରା ଓ ସାମ୍ସ ଗୋଟିଏ ଲେଖାଏଁ ୱିକେଟ ନେବାକୁ ସକ୍ଷମ ହୋଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.