ETV Bharat / sports

IPL 2022: କୋଲକାତା ଆଗରେ 177 ରନର ଟାର୍ଗେଟ ରଖିଲା ଲକ୍ଷ୍ନୌ - ଆଇପିଏଲ 2022

ଲକ୍ଷ୍ନୌ ଜିଆଣ୍ଟସ ଏବଂ କୋଲକାତା ନାଇଟ ରାଇଡର୍ସ ମଧ୍ୟରେ IPL 2022 53ତମ ମ୍ୟାଚ ଖେଳାଯାଉଛି । କୋଲକାତା ବିପକ୍ଷରେ 177 ରନର ଟାର୍ଗେଟ ରଖିଲା ଲକ୍ଷ୍ନୌ । ଅଧିକ ପଢନ୍ତୁ

IPL 2022: କୋଲକାତା ଆଗରେ 177 ରନର ଟାର୍ଗେଟ ରଖିଲା ଲକ୍ଷ୍ନୌ

author img

By

Published : May 7, 2022, 9:19 PM IST

Updated : May 7, 2022, 9:34 PM IST

ମୁମ୍ବାଇ: ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍‌(IPL 2022) 53ତମ ମ୍ୟାଚ ଲକ୍ଷ୍ନୌ ଜିଆଣ୍ଟସ ଏବଂ କୋଲକାତା ନାଇଟ ରାଇଡର୍ସ ମଧ୍ୟରେ ଖେଳାଯାଉଛି । ପ୍ରଥମେ ବ୍ୟାଟିଂ କରି 176 ରନ୍ ସଂଗ୍ରହ କରିଛି ଲକ୍ଷ୍ନୌ ଜିଆଣ୍ଟ୍ସ । ଫଳରେ କୋଲକାତା ଆଗରେ 177 ରନର ଟାର୍ଗେଟ ରହିଛି । ଜିଆଣ୍ଟ୍ସ ପକ୍ଷରୁ କ୍ବିଣ୍ଟନ ଡିକକ୍ ସର୍ବାଧିକ 50 ରନ କରିଛନ୍ତି ।

ପୁଣେର ମହାରାଷ୍ଟ୍ର କ୍ରିକେଟ ଆସୋସିଏସନ ଷ୍ଟାଡିୟମରେ ଖେଳାଯାଉଥିବା ଆଜିର ମ୍ୟାଚରେ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା କୋଲକାତା । ଏହାପରେ ବ୍ୟାଟିଂ ପାଇଁ ମୈଦାନକୁ ଓହ୍ଲାଇଥିଲା ଲକ୍ଷ୍ନୌ । ଚଳିତ ଆଇପିଏଲରେ ଭଲ ପ୍ରଦର୍ଶନ ଜାରି ରଖିଥିବା କ୍ୟାପ୍ଟେନ କେ.ଏଲ ରାହୁଲ ଆଜି ନିରାଶ କରିଛନ୍ତି । ପ୍ରଥମ ବଲରେ ଆଉଟ୍ ହୋଇଯାଇଥିଲେ ରାହୁଲ । ଏହାପରେ କ୍ବିଣ୍ଟନ ଡି’କକ ଏବଂ ଦୀପକ ହୁଡା ଲଢୁଆ ବ୍ୟାଟିଂ କରି ଦଳୀୟ ସ୍କୋରକୁ ଆଗେଇ ନେଇଥିଲେ । ଡି’କକ ୫୦ ରନ କରିଥିବାବେଳେ ହୁଡା ୪୧ ରନ କରିଥିଲେ ।

ସେହିପରି କ୍ରୁନାଳ ପାଣ୍ଡ୍ୟା ୨୫ ରନ ଓ ମାର୍କସ ଷ୍ଟୋନିସ ୨୮ ରନ କରିଥିଲେ । କୋଲକାତା ପକ୍ଷରୁ ଆନ୍ଦ୍ରେ ରସେଲ ୨ଟି ଓ୍ବିକେଟ ନେଇଥିବାବେଳେ, ସୁନୀଲ ନାରିନ, ଟିମ ସାଉଦି ଓ ଶୁଭମ ମାଭି ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।

Last Updated : May 7, 2022, 9:34 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.