ETV Bharat / sports

IPL 2022: ରାହୁଲଙ୍କ ଆଉ ଏକ କ୍ୟାପ୍ଟେନ୍‌ସି ଇଂନିସ, ଦିଲ୍ଲୀ ଆଗରେ ଟାର୍ଗେଟ ୧୯୬ - ଆଇପିଏଲ ୨୦୨୨

ପ୍ରଥମେ ବ୍ୟାଟିଂ କରିଥିବା ଲକ୍ଷ୍ନୌ ନିର୍ଦ୍ଧାରିତ ୨୦ ଓଭରରେ ୩ ୱିକେଟ ହରାଇ ୧୯୫ ରନ୍‌ ସଂଗ୍ରହ କରିଛି । ଫଳରେ ଦିଲ୍ଲୀ ସାମ୍ନାରେ ୧୯୬ ରନ୍‌ର ବିଜୟ ଲକ୍ଷ୍ୟ ରହିଛି । ଅଧିକ ପଢନ୍ତୁ

IPL-2022: କେ.ଏଲଙ୍କ କମାଲ, ଲକ୍ଷ୍ନୌ ଆଗରେ ୧୯୬ ରନର ଟାର୍ଗେଟ

author img

By

Published : May 1, 2022, 5:42 PM IST

Updated : May 1, 2022, 6:03 PM IST

ମୁମ୍ବାଇ: ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ (IPL2022) ଟୁର୍ଣ୍ଣାମେଣ୍ଟର ୪୫ତମ ମ୍ୟାଚ୍‌ ଲକ୍ଷ୍ନୌ ସୁପର ଜିଆଣ୍ଟ୍‌ସ(LSG) ଓ ଦିଲ୍ଲୀ କ୍ୟାପିଟାଲ୍ସ(DC) ମଧ୍ୟରେ ଜାରି ରହିଛି । ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଲକ୍ଷ୍ନୌ ନିର୍ଦ୍ଧାରିତ ୨୦ ଓଭରରେ ୩ ୱିକେଟ ହରାଇ ୧୯୫ ରନ୍‌ ସଂଗ୍ରହ କରିଛି ।

ଫଳରେ ଦିଲ୍ଲୀ ସାମ୍ନାରେ ୧୯୬ ରନ୍‌ର ବିଜୟ ଲକ୍ଷ୍ୟ ରହିଛି । କ୍ୟାପଟେନ କେଏଲ ରାହୁଲ ସର୍ବାଧିକ ୭୭ ରନ୍‌ର ଦମଦାର ଅର୍ଦ୍ଧଶତକୀୟ ଇଂନିସ ଖେଳିଛନ୍ତି । ଦୀପକ ହୁଡ୍ଡା ମଧ୍ୟ ୫୨ ରନ୍‌ର ଅର୍ଦ୍ଧଶତକୀୟ ଇଂନିସ ଖେଳିଛନ୍ତି ।

ଓପନର କ୍ବିଣ୍ଟନଡିକକ୍‌ ୧୩ ବଲ୍‌ରୁ ଦ୍ରୁତ ୨୩ ଓ ଅଲରାଉଣ୍ଡର ମାର୍କସ ଷ୍ଟୋଇନିସ ୧୭ ରନ୍‌ର ଉପଯୋଗୀ ଇଂନିସ ଖେଳିଛନ୍ତି । ଅନ୍ୟପଟେ ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ଶାର୍ଦ୍ଦୁଳ ଠାକୁର ଏକମାତ୍ର ବୋଲର ଭାବେ ୩ଟି ୱିକେଟ ଅକ୍ତିଆର କରିଛନ୍ତି । ଦୁଇ ସ୍ପିନର କୁଲଦୀପ ଯାଦବ ଓ ଅକ୍ଷର ପଟେଲ କଞ୍ଜୁସି ବୋଲିଂ କରିଥିଲେ ମଧ୍ୟ ୱିକେଟ ହାସଲ କରିବାରେ ସଫଳ ହୋଇନାହାନ୍ତି ।

Last Updated : May 1, 2022, 6:03 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.