ETV Bharat / sports

IPL 2022: ହାଇଦ୍ରାବାଦ ବୋଲରଙ୍କୁ ଧୋଇଲେ ରସେଲ, 178 ରନର ଟାର୍ଗେଟ ରଖିଲା KKR - ଆଇପିଏଲ 2022

ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ(IPL 2022) 61ତମ ମ୍ୟାଚ କୋଲକାତା ନାଇଟ ରାଇଡର୍ସ (KKR) ଓ ସନରାଇଜର୍ସ ହାଇଦ୍ରାବାଦ (SRH) ମଧ୍ୟରେ ଖେଳାଯାଉଛି । ହାଇଦ୍ରାବାଦ ସମ୍ମୁଖରେ 178 ରନର ବିଜୟ ଲକ୍ଷ୍ୟ ରଖିଲା କୋଲକାତା । ଅଧିକ ପଢନ୍ତୁ

IPL 2022: ହାଇଦ୍ରାବାଦ ବୋଲରଙ୍କୁ ଧୋଇଲେ ରସେଲ, 178 ରନର ଟାର୍ଗେଟ ରଖିଲା KKR

author img

By

Published : May 14, 2022, 9:36 PM IST

Updated : May 14, 2022, 9:49 PM IST

ମୁମ୍ବାଇ: ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ(IPL 2022) 61ତମ ମ୍ୟାଚ କୋଲକାତା ନାଇଟ ରାଇଡର୍ସ (KKR) ଓ ସନରାଇଜର୍ସ ହାଇଦ୍ରାବାଦ (SRH) ମଧ୍ୟରେ ଖେଳାଯାଉଛି । ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ 20 ଓଭରରେ 7 ୱିକେଟ ହରାଇ 177 ରନ୍ ସଂଗ୍ରହ କରିଛି କୋଲକାତା । ଫଳରେ ହାଇଦ୍ରାବାଦ ସମ୍ମୁଖରେ 178 ରନର ବିଜୟ ଲକ୍ଷ୍ୟ ରହିଛି ।

ମହାରାଷ୍ଟ୍ର କ୍ରିକେଟ ଆସୋସିଏସନ ଷ୍ଟାଡିୟମରେ ଖେଳାଯାଉଥିବା ଆଜିର ମ୍ୟାଚରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ କୋଲକାତା ଅଧିନାୟକ ଶ୍ରେୟାସ ଆୟର । ଦଳ ଆରମ୍ଭରୁ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । 6 ବଲରେ 7 ରନ କରି ପାଭିଲିୟନ ଫେରି ଯାଇଥିଲେ ଭେଙ୍କଟେଶ ଆୟର । ଏହାପରେ ଅଜିଙ୍କ୍ୟ ରାହାଣେ ଏବଂ ନିତିଶ ରାଣା ସତର୍କତାର ସହ ପାଳି ଆରମ୍ଭ କରିଥିଲେ । ରାହାଣେ ୨୮ ରନ କରିଥିବାବେଳେ ରାଣା ୨୬ ରନ କରି ଉମରାନ ମଲିକଙ୍କ ଘାତକ ବୋଲିଂର ଶିକାର ହୋଇଥିଲେ ।

ସେହିପରି ଅଧିନାୟକ ଶ୍ରେୟାସ ଆୟର 15 ରନ କରି ଉମରାନ ମଲିକ ଏବଂ ସାମ ବିଲିଙ୍ଗସ ୩୪ ରନ କରି ଭୁବନେଶ୍ବର କୁମାରଙ୍କ ଶିକାର ହୋଇଥିଲେ । ମାତ୍ର ଶେଷ ବେଳକୁ ଆସିଥିବା ଆନ୍ଦ୍ରେ ରସେଲ ଶକ୍ତିଶାଳୀ ଆରମ୍ଭ କରିଥିଲେ । ଧୂଆଁଧାର ବ୍ୟାଟିଂ ବଳରେ ୨୭ ବଲରୁ ଅପରାଜିତ ୪୯ ରନ କରିଥିଲେ ରସେଲ । ଏଥିରେ 4ଟି ଛକା ଏବଂ 3ଟି ଚୌକା ରହିଛି । ସେପଟେ ହାଇଦ୍ରାବାଦ ପକ୍ଷରୁ ଉମରାନ ମଲିକ ସର୍ବାଧିକ ୩ଟି ଓ୍ବିକେଟ ନେଇ ଥିବାବେଳେ ମାର୍କୋ ଜନସନ, ଭୁବନେଶ୍ବର କୁମାର ଏବଂ ଟି.ନଟରାଜନ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।

Last Updated : May 14, 2022, 9:49 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.