ETV Bharat / sports

IPL 2022: ପଞ୍ଜାବକୁ ହରାଇ ପ୍ଲେ ଅଫ ନିକଟତର ଦିଲ୍ଲୀ - ପଞ୍ଜାବକୁ ହରାଇଲା ଦିଲ୍ଲୀ

ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ (IPL 2022)ର ୬୪ ତମ ଲିଗ ମ୍ୟାଚ୍‌ ରେ ଦମଦାର ବିଜୟ ହାସଲ କରିଛି ଦିଲ୍ଲୀ । ପଞ୍ଜାବ କିଙ୍ଗ୍ସକୁ 17 ରନରେ ହରାଇ ଟେବୁଲର ଚତୁର୍ଥ ସ୍ଥାନ ଅକ୍ତିଆର କରିଛି ଦିଲ୍ଲୀ କ୍ୟାପିଟାଲ୍ସ । ଅଧିକ ପଢନ୍ତୁ

IPL 2022: ପଞ୍ଜାବକୁ ହରାଇ ପ୍ଲେ ଅଫ ନିକଟତର ଦିଲ୍ଲୀ

author img

By

Published : May 17, 2022, 12:14 PM IST

ମୁମ୍ବାଇ: ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ (IPL 2022)ର ୬୪ ତମ ଲିଗ ମ୍ୟାଚ୍‌ରେ ଦମଦାର ବିଜୟ ହାସଲ କରିଛି ଦିଲ୍ଲୀ କ୍ୟାପିଟାଲ୍ସ । ପଞ୍ଜାବ କିଙ୍ଗ୍ସକୁ 17 ରନରେ ହରାଇ ଟେବୁଲର ଚତୁର୍ଥ ସ୍ଥାନ ଅକ୍ତିଆର କରିଛି ଋଷଭ ପନ୍ତଙ୍କ ଟିମ । ଏହି ବିଜୟ ଦଳକୁ ପ୍ଲେ-ଅଫ୍‌ ନିକଟତର ମଧ୍ୟ ହୋଇଛି ଦିଲ୍ଲୀ । ଘାତକ ବୋଲିଂସହ 4ଟି ୱିକେଟ ଅକ୍ତିଆର କରିଥିବା ଶାର୍ଦ୍ଦୁଳ ଠାକୁର ପ୍ଲେୟାର ଅଫ୍‌ ଦ ମ୍ୟାଚ୍‌ ବିବେଚିତ ହୋଇଛନ୍ତି । ପ୍ରଥମେ ବ୍ୟାଟିଂ କରିଥିବା ଦିଲ୍ଲୀ ବିପକ୍ଷ ଟିମ ପଞ୍ଜାବ ଆଗରେ ୧୬୦ ରନର ଟାର୍ଗେଟ ରଖିଥିଲା ।

କର ବା ମର ମ୍ୟାଚ ଖେଳୁଥିବା ଉଭୟ ଦଳ ମଧ୍ୟରେ ରୋମାଞ୍ଚକର ମ୍ୟାଚ ଦେଖିବାକୁ ମିଳିଥିଲା । ଦିଲ୍ଲୀ ବ୍ୟାଟ୍ସମ୍ୟାନ ମିଚେଲ ମାର୍ଶ ଦମଦାର ବ୍ୟାଟିଂ କରି ସର୍ବାଧିକ ୬୩ ରନ କରିଥିଲେ । ପ୍ରଥମ ଓଭରରେ ୱାର୍ଣ୍ଣରଙ୍କ ୱିକେଟ ହରାଇଥିଲା ଦିଲ୍ଲୀ । ମାର୍ଶ ୪୮ ବଲ୍‌ରେ ୩ଟି ଛକା ଓ ୪ଟି ଚୌକା ସହ ଅର୍ଦ୍ଧଶତକ ହାସଲ କରି କାଗିସୋ ରବାଡ଼ାଙ୍କ ବଲରେ ସେ ଆଉଟ ହୋଇଥିଲେ । ଓପନର ସରଫରାଜ ଖାନ ଦ୍ବିତୀୟ ସର୍ବାଧିକ ରନ କରିଥିଲେ । ସେ ୧୬ଟି ବଲ୍‌ ଖେଳି ୩ଟି ଛକା ଓ ୪ଟି ଚୌକା ମାରି ମୋଟ ୩୨ ରନ କରିଥିବା ବେଳେ ବୋଲର ଅର୍ଶଦୀପ ସିଂଙ୍କ ଦ୍ବାରା ଆଉଟ ହୋଇଥିଲେ । କ୍ୟାପଟେନ ଋଷଭ ପନ୍ତ ନିରାଶ କରିଥିଲେ । ମାତ୍ର ୭ ରନ ହାସଲ କରି ଶୀଘ୍ର ପାଭିଲିୟନ ଫେରିଥିଲେ । 20 ଓଭରରେ 9 ୱିକେଟ ହରାଇ 159 ରନ କରିଥିଲା ଦିଲ୍ଲୀ ।

ଫଳରେ ପଞ୍ଜାବକୁ 160 ରନର ବିଜୟ ଲକ୍ଷ୍ୟ ନେଇ ପାଳି ଆରମ୍ଭ କରିଥିଲା ପଞ୍ଜାବ । ଦୁଇ ଓପନର ଜନି ବେୟାରଷ୍ଟୋ ଓ ଶିଖର ଧାୱନ ଦ୍ରୁତ 38 ରନ ସଂଗ୍ରହ କରିଥିଲେ । 28 ରନ କରି ବେୟାରଷ୍ଟୋ ଆଉଟ ହୋଇଥିଲେ । ପରେ ପରେ ଭୁନକା ରାଜାପକ୍କା 4, ଧାୱନ 19, ଲିଆମ ଲିଭିଙ୍ଗଷ୍ଟୋନ 3, ମୟଙ୍କ ଅଗ୍ରୱାଲ ଖାତା ଖୋଲି ନପାରି ପାଭିଲିୟନ ଫେରିଥିଲେ । ଏହାପରେ ଦଳ ବିପର୍ଯ୍ୟର ସମ୍ମୁଖୀନ ହୋଇଥିଲା । ଦଳର ରନ ଗାଡି ଧିମା ପଡିଯାଇଥିଲା । 82 ରନ ବେଳକୁ ଦଳର 7ଟି ୱିକେଟ ପତନ ହୋଇଥିଲା । ରିଶି ଧାୱନ 4 ଓ ହରପ୍ରୀତ 1 ରନ କରି ଆଉଟ ହୋଇଥିଲେ ।

ଜିତେଶ ଶର୍ମା ଓ ରାହୁଲ ଚହର ବିଜୟ ଆଶା ଦେଇଥିଲେ । ଦଳୀୟ ସ୍କୋରକୁ 123ରେ ପହଞ୍ଚାଇଥିଲେ । 18ତମ ଓଭରରେ ଜିତେଶ(44) ରନ କରି ଆଉଟ ହୋଇଥିଲେ ଏହା ପରେ ପଞ୍ଜାବର ପରାଜୟ ନିଶ୍ଚିନ୍ତ ଥିଲା । ଚହର ଅପରାଜିତ ରହି ଦଳୀୟ ସ୍କୋରକୁ 142 ରନ୍‌ ପହଞ୍ଚାଇଥିଲେ । ହେଲେ ବିଜୟ ପାଇଁ ଆବଶ୍ୟକୀୟ ରନ ସଂଗ୍ରହ ହୋଇପାରିନଥିଲା । କ୍ୟାପିଟାଲ୍ସ ପକ୍ଷରୁ ଶାର୍ଦ୍ଦୁଳ ଠାକୁର 4ଟି ଓ କୁଲଦୀପ ଓ ଅକ୍ଷର 2ଟି ଲେଖାଏଁ ୱିକେଟ ନେଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.