ETV Bharat / sports

IPL ୨୦୨୨: ମୁମ୍ବାଇ ଆଗରେ 160 ରନର ଟାର୍ଗେଟ ରଖିଲା ଦିଲ୍ଲୀ

IPL ୨୦୨୨ 69ତମ ମ୍ୟାଚ ଦିଲ୍ଲୀ କ୍ୟାପିଟାଲ୍ସ (DC) ଓ ମୁମ୍ବାଇ ଇଣ୍ଡିଆନ୍ସ(MI) ମଧ୍ୟରେ ଖେଳାଯାଉଛି । ମୁମ୍ବାଇ ଆଗରେ 160 ରନର ଟାର୍ଗେଟ ରଖିଲା ଦିଲ୍ଲୀ କ୍ୟାପିଟାଲ୍ସ । ଅଧିକ ପଢନ୍ତୁ

author img

By

Published : May 21, 2022, 9:52 PM IST

Updated : May 21, 2022, 10:09 PM IST

IPL ୨୦୨୨: ମୁମ୍ବାଇ ଆଗରେ 160 ରନର ଟାର୍ଗେଟ ରଖିଲା ଦିଲ୍ଲୀ
IPL ୨୦୨୨: ମୁମ୍ବାଇ ଆଗରେ 160 ରନର ଟାର୍ଗେଟ ରଖିଲା ଦିଲ୍ଲୀ

ମୁମ୍ବାଇ: ଚଳିତ ଆଇପିଏଲ ଟୁର୍ଣ୍ଣାମେଣ୍ଟରେ (IPL ୨୦୨୨) 69ତମ ମ୍ୟାଚ ଦିଲ୍ଲୀ କ୍ୟାପିଟାଲ୍ସ (DC) ଓ ମୁମ୍ବାଇ ଇଣ୍ଡିଆନ୍ସ(MI) ମଧ୍ୟରେ ଖେଳାଯାଉଛି । ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ 20 ଓଭରରେ 7 ୱିକେଟ ହରାଇ 159 ରନ୍ ସଂଗ୍ରହ କଲା ଦିଲ୍ଲୀ କ୍ୟାପିଟାନ୍ସ । ମୁମ୍ବାଇ ଆଗରେ 160 ରନର ଟାର୍ଗେଟ ।

ମୁମ୍ବାଇର ୱାଙ୍ଖଡେରେ ଖେଳା ଯାଉଥିବା ଆଜିର ମ୍ୟାଚ୍‌ରେ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ ମୁମ୍ବାଇ ଅଧିନାୟକ ରୋହିତ ଶର୍ମା । ଏହାପରେ କ୍ୟାପିଟାଲ୍ସର ପୃଥ୍ବୀ ଶ, ଏବଂ ୱାର୍ଣ୍ଣର ମୈଦାନକୁ ଓହ୍ଲାଇଥିଲେ । ମାତ୍ର 5 ରନରେ ୱାର୍ଣ୍ଣର ଆଉଟ୍ ହୋଇ ଯାଇ ଥିବାବେଳେ ମିଚେଲ ମର୍ଶ ଖାତା ଖୋଲିପାରି ନଥିଲେ । ସେହିପରି ଅଳ୍ପ ସମୟ ପରେ ପୃଥ୍ବୀ ଶ ମଧ୍ୟ 24 ରନ୍ କରି ପାଭିଲିୟନ ଫେରି ଯାଇଥିଲେ ।

ଏହାପରେ ଅଧିନାୟକ ଋଷବ ପନ୍ତ ଏବଂ ରୋଭମନ ପାୱେଲ ସତର୍କ ପାଳି ଆରମ୍ଭ କରିଥିଲେ । ଦମଦାର ବ୍ୟାଟିଂ କରି ପଞ୍ଚମ ୱିକେଟ ବେଳକୁ ଉଭୟଙ୍କ ଭାଗିଦାରୀରେ ୭୫ ରନ୍ ସହ ୧୬ତମ ଓଭର ସୁଦ୍ଧା ଦଳୀୟ ସ୍କୋର ୧୨୫ରେ ପହଞ୍ଚିଥିଲା । ପାୱଲ ବଡ ସର୍ଟ୍ସ ଖେଳୁଥିଲେ ମଧ୍ୟ 19ତମ ଓଭଲ ବୋଲିଂ ବେଳକୁ ଆଉଟ୍ ହୋଇଯାଇଥିଲେ ।

ସେହିପରି ସରଫରାଜ ଖାନ 10, ଅକ୍ଷର ପଟେଲ ଅପରାଜିତ 19, ଶାର୍ଦ୍ଦୁଲ ଠାକୁର 4, କୁଲଦୀପ ଯାଦବ ଅପରାଜିତ ଗୋଟିଏ ରନ୍ କରିଥିଲେ । ସେପଟେ ମୁମ୍ବାଇ ପକ୍ଷରୁ ବୁମରାଙ୍କୁ ସର୍ବାଧିକ 3 ୱିକେଟ ମିଳି ଥିବାବେଳେ ରମଣଦୀପ ସିଂଙ୍କୁ 2, ଡାନିଏଲ ସାମ୍ସ, ମାର୍କଣ୍ଡେଙ୍କୁ ଗୋଟିଏ ଲେଖାଏଁ ଲିକେଟ ମିଳିଛି ।

Last Updated : May 21, 2022, 10:09 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.