ମୁମ୍ବାଇ: ଲଗାତାର 4ର୍ଥ ପରାଜୟ ପରେ ଚଳିତ ଆଇପିଏଲରେ ପ୍ରଥମ ବିଜୟ ହାସଲ କରିଛି ଡିଫେଣ୍ଡିଂ ଚମ୍ପିଆନ ଚେନ୍ନାଇ । 22ତମ ଲିଗ ମ୍ୟାଚରେ 23 ରନରେ ରୟାଲ୍ସ ଚ୍ୟାଲେଞ୍ଜଜର୍ସ ବାଙ୍ଗାଲୋରକୁ ହରାଇ ବିଜୟ ଖାତା ଖୋଲିବା ସହ ଦମଦାର କମବ୍ୟାକ କରିଛି ଚେନ୍ନାଇ । ଶିବମ ଦୁବେ ଓ ରବିନ ଉଥପ୍ପାଙ୍କ ଧୂଆଁଧାର ବ୍ୟାଟିଂ ଦଳକୁ ବିଜୟୀ କରିବାରେ ସହାୟକ ହୋଇଥିଲା । 46 ବଲରେ 95 ରନ କରି ଶିବମ ଦୁବେ ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ ।
ବାଙ୍ଗାଲୋର ଟସ ଜିତି ଚେନ୍ନାଇକୁ ବ୍ୟାଟିଂ ଆଣନ୍ତ୍ରଣ କରିଥିଲା । ସୁପରକିଙ୍ଗ୍ସ ପକ୍ଷରୁ ଅଲରାଉଣ୍ଡର ଶିବମ ଦୁବେ ସର୍ବାଧିକ ୯୫ ରନ୍ର ବିସ୍ଫୋରକ ଇଂନିସ ଖେଳିଥିଲେ । ୪୬ ବଲ୍ରୁ ୫ଟି ଚୌକା ଓ ୮ଟି ଛକା ବଳରେ ୯୫ ରନ୍ର ଇଂନିସ ଖେଳି ମାତ୍ର ୫ ରନ୍ ପାଇଁ ଶତକରୁ ବଞ୍ଚିତ ହୋଇଥିଲେ । ସେହିପରି ରବିନ ଉଥାପ୍ପା ୫୦ ବଲ୍ରୁ ୪ଟି ଚୌକା ଓ ୯ଟି ଛକା ସହାୟତାରେ ୮୮ ରନ୍ର ଧୂଆଁଧାର ଇଂନିସ ଖେଳିଥିଲେ । ଋତୁରାଜ ଗାଏକ୍ବାଡ ୧୭ ଓ ମୋଇନ ଅଲି ୩ ରନ୍ କରି ଆଉଟ୍ ହୋଇଥିଲେ । କ୍ୟାପଟେନ ରବିନ୍ଦ୍ର ଜାଡେଜା ପ୍ରଥମ ବଲ୍ରେ ଆଉଟ୍ ହୋଇ ପାଭିଲିଅନ ଫେରିଥିଲେ । ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପକ୍ଷରୁ ୱାନିନ୍ଦୁ ହସରଙ୍ଗା ୨ଟି ଓ ଜସ ହେଜେଲଉଡ ଗୋଟିଏ ୱିକେଟ ହାତେଇଥିଲେ । ପ୍ରଥମେ ବ୍ୟାଟିଂ କରିଥିବା CSK ନିର୍ଦ୍ଧାରିତ ୨୦ ଓଭରରେ ୪ ୱିକେଟ ହରାଇ ବିଶାଳ ୨୧୬ ରନ ସଂଗ୍ରହ କରିଥିଲା । ଫଳରେ RCB ସାମ୍ନାରେ ୨୧୭ ରନ୍ର ବିଜୟ ଲକ୍ଷ୍ୟ ରହିଥିଲା ।
ଏହା ବି ପଢନ୍ତୁ...IPL 2022: CSKକୁ ଚହର ଝଟକା, ସଂପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟରୁ ଷ୍ଟାର ବୋଲର ବାହାର
୨୧୭ ରନ୍ର ବିଜୟ ଲକ୍ଷ୍ୟ ନେଇ ବାଙ୍ଗାଲୋରର ଫାଫ ଡୁ ପ୍ଲେସି ଓ ଅନୁଜ ପାଳି ଆରମ୍ଭ କରିଥିଲେ । ଡୁ ପ୍ଲେସି 8, ବିରାଟ କୋହଲି 1 ଓ ଓପନର ଅନୁଜ ରାୱତ 12 ରନ କରି ସଅଳ ପାଭିଲିୟନ ଫେରିଥିଲେ । ବ୍ୟାଟରମାନେ ଦ୍ରୁତ ରନ କରିବାରେ ଅସଫଳ ହୋଇଥିଲେ । ଗ୍ଲେନ ମ୍ୟାକ୍ସୱେଲ 11 ବଲରୁ 26 ରନ କରି ଆଉଟ ହୋଇଥିଲେ । 50ରନରେ ଦଳର 4ଟି ୱିକେଟ ପତନ ହୋଇଥିଲା । ଏହାପରେ ସାହବାଜ ଅହମ୍ମଦ ଓ ସୁୟାଶ ପ୍ରଭୁଦେଶାଇ ବ୍ୟାଟିଂ ଜାରି ରଖିଥିଲେ । ଦଳୀୟ ସ୍କୋର 110 ରେ ସୁୟାଶ ଆଉଟ ହୋଇଥିଲେ ।
ଦିନେଶ କାର୍ତ୍ତିକଙ୍କ ସହ ମିଶି ସାହବାଜ ରନ ଗାଡି ଆଗକୁ ନେଇଥିଲେ । 41 ରନ କରି ସାହବାଜ ଅହମ୍ମଦ ଆଉଟ ହୋଇଥିଲେ । ପରେ ପରେ ହସରଙ୍ଗା ଓ ଆକାଶ ଦୀପ ଆଉଟ ହୋଇଥିଲେ । କାର୍ତ୍ତିକ କମାଲ କରିବା ଆରମ୍ଭ କରିଦେଇଥିଲେ ମାତ୍ର 18 ତମ ଓଭରରେ ବ୍ରାଭୋଙ୍କ ଶିକାର ହୋଇଥିଲେ । 14 ବଲରେ 34 ରନ କରିଥିଲେ କାର୍ତ୍ତିକ । 9 ୱିକେଟ ହରାଇ ବାଙ୍ଗାଲୋର 193 ରନ କରିବାକୁ ସକ୍ଷମ ହୋଇଥିଲା । ଫଳରେ ମ୍ୟାଚଟି ଚେନ୍ନାଇ କବଜାକୁ ଯାଇଥିଲା । ସୁପରକିଙ୍ଗସ ପକ୍ଷରୁ ମହିଶ ଥିକ୍ସାନା 4ଟି ଓ ଅଧିନାୟକ ଜାଡେଜା 3ଟି ୱିକେଟ ନେଇଥିଲେ ।