ETV Bharat / sports

IPL 2022: ଦେଶର ପ୍ରଥମ ସ୍ପୋର୍ଟ୍ସ ୟୁନିକର୍ନ ଚେନ୍ନାଇ ସୁପର କିଙ୍ଗ୍ସ - ଚେନ୍ନାଇ ସୁପର କିଙ୍ଗ୍ସ

ଇଣ୍ଡିଆନ ପ୍ରିମିୟର ଲିଗ୍‌ର(IPL) ପଞ୍ଚଦଶ ସଂସ୍କରଣ ପୂର୍ବରୁ ଚାରି ଥର ଚମ୍ପିଆନ ଚେନ୍ନାଇ ସୁପର କିଙ୍ଗ୍ସ(CSK) ୭,୬୦୦ କୋଟି ଟଙ୍କା ମାର୍କେଟ ସେୟାର ସହ ଦେଶର ପ୍ରଥମ ସ୍ପୋର୍ଟ୍ସ ୟୁନିକର୍ନ ହୋଇଛି । ଅଧିକ ପଢନ୍ତୁ

IPL 2022: Chennai Super Kings Becomes India's First Sports Unicorn Enterprise
IPL 2022: ଦେଶର ପ୍ରଥମ ସ୍ପୋର୍ଟ୍ସ ୟୁନିକର୍ନ ଚେନ୍ନାଇ ସୁପର କିଙ୍ଗ୍ସ
author img

By

Published : Jan 31, 2022, 10:45 PM IST

ଚେନ୍ନାଇ: ଇଣ୍ଡିଆନ ପ୍ରିମିୟର ଲିଗ୍‌ର(IPL) ପଞ୍ଚଦଶ ସଂସ୍କରଣ ପୂର୍ବରୁ ଚାରି ଥର ଚମ୍ପିଆନ ଚେନ୍ନାଇ ସୁପର କିଙ୍ଗ୍ସ(CSK) ଦେଶର ଇତିହାସ ରଚିଛି । ବିଶ୍ବର ବିତ୍ତଶାଳୀ ଲିଗ୍ IPL ଇତିହାସରେ ଅନ୍ୟତମ ସଫଳତମ ଫ୍ରାଞ୍ଚାଇଜ ରହିଥିବା ସିଏସକେ ୭,୬୦୦ କୋଟି ଟଙ୍କା ମାର୍କେଟ ସେୟାର ସହ ଦେଶର ପ୍ରଥମ ସ୍ପୋର୍ଟ୍ସ ୟୁନିକର୍ନ ହୋଇଛି । ଗ୍ରେ ମାର୍କେଟରେ ୨୧୦-୨୨୫ ଟଙ୍କାର ପ୍ରାଇସ ବ୍ରାଣ୍ଡ୍‌ରେ କାରବାର କରୁଛି ।

ଏହାମଧ୍ୟ ପଢନ୍ତୁ: IPL 2022: ଲକ୍ଷ୍ନୌ ସୁପର ଜିଆଣ୍ଟସର ଲୋଗୋ ଉନ୍ମୋଚିତ

ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ବାଧୀନ CSK, ଗତବର୍ଷ ଦୁବାଇରେ କୋଲକାତା ନାଇଟ ରାଇଡର୍ସ(KKR)କୁ ହରାଇ ନିଜର ଚତୁର୍ଥ ଆଇପିଏଲ ଟ୍ରଫି ଜିତିଥିଲା । ଏହାପରେ ସିଏସକେର ବ୍ରାଣ୍ଡ୍‌ ମୂଲ୍ୟରେ ଅନେକ ବୃଦ୍ଧି ଘଟିଛି । ନିଜର ମୂଳ ସଂସ୍ଥା ଇଣ୍ଡିଆ ସିମେଣ୍ଟ ଠାରୁ ଚେନ୍ନାଇ ସୁପର କିଙ୍ଗ୍ସର ମାର୍କେଟ ମୂଲ୍ୟ ଅଧିକ ହୋଇଛି । ଶୁକ୍ରବାର ଇଣ୍ଡିଆ ସିମେଣ୍ଟର ମାର୍କେଟ କ୍ୟାପ୍‌ ୬,୮୬୯ କୋଟି ଟଙ୍କା ରହିଥିଲା ।

ଏହାମଧ୍ୟ ପଢନ୍ତୁ: ୱେଷ୍ଟଇଣ୍ଡିଜ ବିପକ୍ଷ ODI ସିିରିଜ: ଅହମ୍ମଦାବାଦରେ ପହଞ୍ଚିଲା ଟିମ ଇଣ୍ଡିଆ

ଆଇପିଏଲ ୨୦୨୨ରେ ଆଉ ଦୁଇଟି ନୂଆ ଫ୍ରାଞ୍ଚାଇଜ ଯୋଡି ହୋଇଛନ୍ତି । ସଞ୍ଜୀବ ଗୋୟେଙ୍କାଙ୍କ RPSG ଗ୍ରୁପ ଲକ୍ଷ୍ନୌ ଫ୍ରାଞ୍ଚାଇଜକୁ ୭,୦୯୦ କୋଟିରେ କିଣି ଲକ୍ଷ୍ନୌ ସୁପର ଜିଆଣ୍ଟ୍‌ସ ନାମ ଦେଇଛି । ଅନ୍ୟପଟେ CVC କ୍ୟାପିଟାଲ୍ସ ୫,୬୨୫ କୋଟିରେ ଅହମ୍ମଦାବାଦ ଫ୍ରାଞ୍ଚାଇଜର ମାଲିକାନା ହାସଲ କରିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.