ETV Bharat / sports

IPL 2022 Auction: ଦାମୀ ଖେଳାଳି ଇଶାନ, ୧୫.୨୫ କୋଟିରେ କିଣିଲା MI

author img

By

Published : Feb 12, 2022, 5:02 PM IST

Updated : Feb 12, 2022, 5:20 PM IST

୧୫.୨୫ କୋଟିରେ ଇଶାନ କିଶାନଙ୍କୁ କିଣିଲା ମୁମ୍ବାଇ ଇଣ୍ଡିଆନ୍ସ(Mumbai Indians) । ଅଧିକ ପଢନ୍ତୁ

IPL 2022 Auction: ଦାମି ଖେଳାଳି ଇଶାନ, ୧୫.୨୫ କୋଟିରେ କିଣିଲା MI

ବେଙ୍ଗାଲୁରୁ: ବର୍ତ୍ତମାନ ସୁଦ୍ଧା ଦାମୀ ଖେଳାଳି ତାଲିକାରେ ଯୋଡି ହଲେ ଇଶାନ କିଶାନ । ୧୫.୨୫ କୋଟିରେ କିଣିଲା ମୁମ୍ବାଇ ଇଣ୍ଡିଆନ୍ସ(Mumbai Indians) । ଏହା ପୂର୍ବରୁ ୧୨.୨୫ କୋଟିରେ ଶ୍ରେୟସ ଆୟରଙ୍କୁ କିଣିଥିଲା KKR ।

ତେବେ ଇଶାନ ପୂର୍ବ IPL ରେ ମୁମ୍ବାଇ ଇଣ୍ଡିଆନ୍ସରେ ରହିଥିବାବେଳେ ଏଥର ମଧ୍ୟ ସମାନ ଟିମ୍‌ରେ ସାମିଲ ହୋଇଛନ୍ତି । ସେହିପରି ଅମ୍ବାତି ରାଇଡୁଙ୍କୁ ଏଥର ମଧ୍ୟ କିଣିଛି ଚେନ୍ନାଇ ସୁପର କିଙ୍ଗସ୍ । ରାଇଡୁ ୬.୭୫ କୋଟିରେ ବିକ୍ରି ହୋଇଛନ୍ତି । ଅନ୍ୟପଟେ ଏଥର IPL ରେ ସାମିଲ ହୋଇଥିବା ନୂଆ ଟିମ୍ ଲକ୍ଷ୍ମୌ ସୁପର ଜିଆଣ୍ଟ କୃଣାଲ ପାଣ୍ଡ୍ୟାଙ୍କୁ ୮.୨୫ କୋଟିରେ କିଣିଛି ।

ସେହିପରି ୱାଶିଂଟନ ସୁନ୍ଦରଙ୍କୁ ୮.୭୫ କୋଟିରେ ସନ୍ ରାଇଜର୍ସ ହାଇଦ୍ରାବାଦ କିଣି ଥିବାବେଳେ ୱାନିନ୍ଦୁ ହସରଙ୍ଗାଙ୍କୁ ୧୦.୭୫ କୋଟିରେ କିଣିଛି ରୋୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(RCB) । ଦିନେଶ କାର୍ତ୍ତିକଙ୍କୁ ମଧ୍ୟ ୫.୫୦ କୋଟିରେ RCB କିଣିଛି । ନିକୋଲ୍ସ ପୁରାନଙ୍କୁ SRH ୧୦.୭୫ କୋଟିରେ କିଣିଛି । ମାଇକେଲ ମାର୍ଶଙ୍କୁ ୬.୫୦ କୋଟିରେ କିଣିଛି ଦିଲ୍ଲୀ କ୍ୟାପିଟାଲନ୍ସ(DC) ।

ଅନ୍ୟପଟେ ଆଫଗାନିସ୍ତାନ ଅଲ୍ ରାଉଣ୍ଡର ମହମ୍ମଦ ନାବି, ସାମି ବିଲ୍ଲିଂଗ୍ସ ଏବଂ ରିଦ୍ଧିମାନ ଶାହଙ୍କୁ କୌଣସି ଟିମ୍ କିଣି ନଥିବା ଜଣାପଡିଛି ।

Last Updated : Feb 12, 2022, 5:20 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.