ETV Bharat / sports

IPL 2022 Auction: ଓଡିଆ ଖେଳାଳି ଶୁଭ୍ରାଂଶୁ ସେନାପତିଙ୍କୁ କିଣିଲା CSK - ଓଡିଆ ଖେଳାଳି ଶୁଭ୍ରାଂଶୁ ସେନାପତିଙ୍କୁ କିଣିଲା ଚେନ୍ନାଇ

ଓଡିଆ ଖେଳାଳି ଶୁଭ୍ରାଂଶୁ ସେନାପତିଙ୍କୁ କିଣିଲା ଚେନ୍ନାଇ ସୁପର କିଙ୍ଗସ(CSK) । ଅଧିକ ପଢନ୍ତୁ

IPL 2022 Auction: ଓଡିଆ ଖେଳାଳି ଶୁଭ୍ରାଂଶୁ ସେନାପତିଙ୍କୁ କିଣିଲା CSK

author img

By

Published : Feb 13, 2022, 5:02 PM IST

Updated : Feb 13, 2022, 7:33 PM IST

ବେଙ୍ଗାଲୁରୁ: IPL 15ତମ ସଂସ୍କରଣରେ ନଜର ଆସିବେ ଓଡିଆ ଖେଳାଳି ଶୁଭ୍ରାଂଶୁ ସେନାପତି । ଶୁଭ୍ରାଂଶୁଙ୍କୁ ଗତବର୍ଷ ଚମ୍ପିଅନ୍ ଟିମ୍ ଚେନ୍ନାଇ ସୁପର କିଙ୍ଗ୍‌ସ(CSK) କିଣିଥିବା ସୂଚନା । 20 ଲକ୍ଷରେ ଚେନ୍ନାଇ ଶୁଭ୍ରାଂଶୁଙ୍କୁ ନେଇଛି ।

ଓଡିଶା କ୍ରିକେଟ ଆସୋସିଏସନ(OCA) ପାଇଁ ଖୁସି ଖବର । ରଣଜୀ ଟିମ୍ କ୍ୟାପ୍ଟେନ ତଥା ବ୍ୟାଟ୍ସମ୍ୟାନ ଶୁଭ୍ରାଂଶୁ ସେନାପତି IPL ରେ ସାମିଲ । ଦ୍ବିତୀୟ ଦିନର ନିଲାମୀ ପ୍ରକ୍ରିୟାରେ ଶୁଭ୍ରାଂଶୁଙ୍କୁ କିଣିଛି ଚେନ୍ନାଇ ସୁପର କିଙ୍ଗ୍‌ସ ।

24 ବର୍ଷୀୟ ଶୁଭ୍ରାଂଶୁ ସେନାପତି କେନ୍ଦୁଝରର ଜିଲ୍ଲାର ପୁଅ । ସେ 6 ଅକ୍ଟୋବରରେ 2016-17 ରଣଜୀ ଟ୍ରଫିରେ ଡେବ୍ୟୁ କରିଥିଲେ । ଫେବ୍ରୁଆରୀ 25ରେ 2016-17 ବିଜୟ ହଜାରେ ଟ୍ରଫିରେ ମଧ୍ୟ ଡେବ୍ୟୁ ମ୍ୟାଚ ଖେଳିଥିଲେ । ବ୍ୟାଟ୍ସମ୍ୟାନ ଶୁଭ୍ରାଂଶୁଙ୍କ ବେସ୍‌ ପ୍ରାଇସ 20 ଲକ୍ଷ ରହି ଥିବାବେଳେ ଚେନ୍ନାଇ ମଧ୍ୟ ତାଙ୍କୁ 20 ଲକ୍ଷରେ କିଣିଛି ।

ତେବେ BCCI ଜାରି କରିଥିବା ଚୂଡାନ୍ତ ତାଲିକାରେ ଓଡିଶାରୁ 2 ଜଣ ଖେଳାଳିଙ୍କ ନାମ ସ୍ଥାନ ପାଇଥିଲା । ଶୁଭ୍ରାଂଶୁଙ୍କ ସମେତ ଗୋବିନ୍ଦ ପୋଦ୍ଦାରଙ୍କ ନାମ ଥିଲା ।

Last Updated : Feb 13, 2022, 7:33 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.