ବେଙ୍ଗାଲୁରୁ: ୧୪ କୋଟିରେ ଦୀପକ ଚହରଙ୍କୁ କିଣିଲା ଚେନ୍ନାଇ ସୁପର କିଙ୍ଗ୍ସ(CSK) । ନିଲାମର ପ୍ରଥମ ଦିନ ସୁଦ୍ଧା ଦ୍ବିତୀୟ ଦାମୀ ଖେଳାଳି ଭାବେ ଚହର ଘୋଷିତ । ତେବେ ପୂର୍ବ IPL ରେ ମଧ୍ୟ ଚହର ଚେନ୍ନାଇରେ ଥିଲେ ।
ସେହିପରି ସର୍ବାଧିକ ୧୫ କୋଟି ୨୫ ଲକ୍ଷରେ ବ୍ୟାଟ୍ସମ୍ୟାନ ଇଶାନ କିଶାନଙ୍କୁ କିଣିଛି MI । ଏହା ପୂର୍ବରୁ ୧୨.୨୫ କୋଟିରେ ଶ୍ରେୟସ ଆୟରଙ୍କୁ କିଣିଥିଲା KKR । 8 କୋଟି ୨୫ ଲକ୍ଷରେ ଶିଖର ଧାୱନଙ୍କୁ ନେଇଛି ପଞ୍ଜାବ କିଙ୍ଗ୍ସ । ସେପଟେ ନୂଆ ଟିମ୍ ଗୁଜୁରାଟ ଟାଇଟନ୍ସ ଫାଷ୍ଟ ବୋଲର୍ ଲାଁକି ଫଗୟୁସନଙ୍କୁ ୧୦ କୋଟିରେ କିଣିଛି ଏବଂ ଜୋସେ ହାଜେଲଉଡ୍ଙ୍କୁ ୭.୭୫ କୋଟିରେ କିଣିଛି RCB । ପ୍ରସିଦ୍ଧ କ୍ରିଷ୍ଣାଙ୍କୁ ୧୦ କୋଟିରେ ନେଇଛି ରାଜସ୍ଥାନ ରୟାଲ୍ସ(RR) । ଶାର୍ଦ୍ଦୁଲ ଠାକୁରଙ୍କୁ ୧୦.୭୫ କୋଟିରେ ନେଇଛି ଦିଲ୍ଲୀ କ୍ୟାପିଟାଲ୍ସ(DC) ।
ସେହିପରି ଭୁବନେଶ୍ବର କୁମାରଙ୍କୁ ୪.୨ କୋଟିରେ ସନ୍ ରାଇଜର୍ସ ହାଇଦ୍ରାବାଦ(SRH) ଏବଂ ମାର୍କ ଉଡଙ୍କୁ ୭.୫ କୋଟିରୋ ଲକ୍ଷ୍ମୌ ସୁପର ଜିଆଣ୍ଟସ(LSG) ନେଇଛି ।