ETV Bharat / sports

IPL 2022: ଦିଲ୍ଲୀ ବିପକ୍ଷରେ ଚେନ୍ନାଇର ବିଶାଳ ବିଜୟ

ଚଳିତ ଆଇପିଏଲ ଟୁର୍ଣ୍ଣାମେଣ୍ଟର(IPL 2022) 55ତମ ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସକୁ 91ରନରେ ହରାଇ ବଡ ବିଜୟ ହାସଲ କରିଛି । ଅଧିକ ପଢନ୍ତୁ

author img

By

Published : May 9, 2022, 8:19 AM IST

IPL 2022
IPL 2022

ମୁମ୍ବାଇ: ଦିଲ୍ଲୀ କ୍ୟାପିଟାନ୍ସ ବିପକ୍ଷରେ ଚେନ୍ନାଇ ସୁପରକିଙ୍ଗ୍ସର ଦମଦାର ବିଜୟ । ଚଳିତ ଆଇପିଏଲ ଟୁର୍ଣ୍ଣାମେଣ୍ଟର (IPL2022) 55ତମ ମ୍ୟାଚ ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳାଯାଇଥିଲା । କ୍ୟାପିଟାଲ୍ସକୁ 91ରନରେ ହରାଇ ବଡ ବିଜୟ ହାସଲ କରିଛି ଚେନ୍ନାଇ ସୁପରକିଙ୍ଗ୍ସ । ବିସ୍ଫୋରକ ଅର୍ଦ୍ଧଶତକ ପାଇଁ ଡେଭନ କନୱେ ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ ।

ମୁମ୍ବାଇର ଡ. ଡି.ୱାଇ ପାଟିଲ ସ୍ପୋର୍ଟ୍ସ ଏକାଡେମୀରେ ଖେଳା ଯାଇଥିବା ମ୍ୟାଚରେ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ଦିଲ୍ଲୀ କ୍ୟାପିଟାଲ୍ସ । ଏହାପରେ ଧୋନୀ ବାହିନୀର ଓପନର ଋତୁରାଜ ଗାଏକ୍ବାଡ ଏବଂ ଡେଭନ କନୱେ ମୈଦାନକୁ ଓହ୍ଲାଇଥିଲେ । ଉଭୟ ଏକ ରୋମାଞ୍ଚକର ପାଳି ଆରମ୍ଭ କରିଥିଲେ । ଦୁଇଜଣଙ୍କ ଭାଗିଦାରୀରେ 11 ଓଭର ସୁଦ୍ଧା ଦଳ ଗୋଟିଏ ୱିକେଟ ହରାଇବା ବେଳକୁ 110 ରନ୍ ସଂଗ୍ରହ କରି ସାରିଥିଲା । 33 ବଲରେ 41 ରନ କରି ଋତୁରାଜ ଆଉଟ୍ ହୋଇଯିବା ପରେ କନୱେଙ୍କ ସାଥ୍ ଦେଇଥିଲେ ଶିବମ ଦୁବେ । ଏହାପରେ ଉଭୟ ଧୂଆଁଧାର ସଟ୍‌ ମାରି ଦଳୀୟ ସ୍କୋରକୁ ଆଗକୁ ନେଇଥିଲେ । ଟିମର ସ୍କୋର 169 ବେଳକୁ ଦ୍ବିତୀୟ ୱିକେଟ କନୱେଙ୍କ ଯାଇଥିଲା । 49 ବଲର ସମ୍ମୁଖୀନ ହୋଇଥିବା କନୱେ 87 ରନ କରିଥିଲେ । ସେଥିରେ 7ଟି ଚୌକା ଏବଂ 5ଟି ଛକା ଥିଲା ।

ପରେ ପରେ ଶିବମ ଦୁବେ ମଧ୍ୟ 32 ରନ୍ କରି ମିଚେଲ ମାର୍ଶଙ୍କ ଶିକାର ହୋଇଥିଲେ । ଶେଷ ଭାଗକୁ ଭେଟେରାନ ଏମଏସ ଧୋନି ବଡ ସର୍ଟ ଖେଳିଥିଲେ । ଧୋନି 8 ବଲରୁ ଅପରାଜିତ 21 ରନ୍ର ଧୁଆଁଧାର ଇଂନିସ ଖେଳିଥିଲେ । ଅମ୍ବାତି ରାୟିଡୁ 5, ମୋଇନ ଅଲ୍ଲି 9, ରବିନ ଉଥାପ୍ପା ଖାତା ଖୋଲିପାରିନଥିଲେ । ତେବେ ଡ୍ବାଇନ ବ୍ରାଭୋ ଗୋଟିଏ ବଲ୍ ଖେଳି 1 ରନ୍ କରି ଅପରାଜିତ ରହିଥିଲେ । ପ୍ରଥମେ ବ୍ୟାଟିଂ କରି ଚେନ୍ନାଇ ନିର୍ଦ୍ଧାରିତ 20 ଓଭରରେ 6 ୱିକେଟ ହରାଇ 208 ରନ୍ ସଂଗ୍ରହ କରିଥିଲା । ଫଳରେ କ୍ୟାପିଟାଲ୍ସ ଆଗରେ 209 ରନର ବିଜୟ ଲକ୍ଷ୍ୟ ରହିଥିଲା । ଚେନ୍ନାଇ ପକ୍ଷରୁ ଡେଭନ କନୱେ ସର୍ବାଧିକ 87 ରନ୍ କରିଥିଲେ । କ୍ୟାପିଟାଲ୍ସ ପକ୍ଷରୁ ନର୍ଜ 3ଟି ଓ ଖଲିଲ ଅହମ୍ମଦ 2ଟି ୱିକେଟ ଅକ୍ତିଆର କରିଥିଲେ ।

209 ରନ ବିଶାଳ ବିଜୟ ଲକ୍ଷ୍ୟ ନେଇ ପାଳି ଆରମ୍ଭ କରିଥିଲେ ଦିଲ୍ଲୀ କ୍ୟାପିଟାଲ୍ସ । ପୃଥୀ ଶ'ଙ୍କ ଅନୁପସ୍ଥିତିରେ ଓପନ କରିଥିବା କେ ଏସ ଭରତ ଆଉଟ 8 ରନ କରି ଆଉଟ ହୋଇଥିଲେ । ପରେ ପରେ ଡେଭିଡ ୱାର୍ଣ୍ଣର 19 ରନ କରି ପାଭିଲିୟନ ଫେରିଥିଲେ । ମିଚେଲ ମାର୍ଶ ଓ ଋଷବ ପନ୍ତ ସ୍ଥିତି ସମ୍ବାଳି ଖେଳିଥିଲେ । ଦଳୀୟ ସ୍କୋର 72ରେ ମିଚେଲ ମାର୍ଶ 23 ରନ କରି ଆଉଟ ହୋଇଥିଲେ । ଏହାପରେ ଦଳର ବିପର୍ଯ୍ୟୟ ଆରମ୍ଭ ହୋଇଥିଲା । ପନ୍ତ 21, ରୋଭମାନ ପାୱେଲ 3, ରିପଲ ପଟେଲ 6, ଅକ୍ଷର ପଟେଲ 1 ଓ କୁଳଦୀପ ଯାଦବ 5ରନ କରି ଆଉଟ ହୋଇଥିଲେ । ଦଳର ଅବସ୍ଥା ଖରାପ ହୋଇଯାଇଥିଲା । ମାତ୍ର 99ରନରେ ଦିଲ୍ଲୀ 8ଟି ୱିକେଟ ହରାଇଥିଲା । ଶାର୍ଦୁଳ ଠାକୁର କିଛି ଦର୍ଶକୀୟ ସଟ୍‌ ଖେଳିଥିଲେ ମାତ୍ର ବିଜୟ ପାଇଁ ଯଥେଷ୍ଟ ନଥିଲା । 117ରେ ଦିଲ୍ଲୀ କ୍ୟାପିଟାଲ୍ସର ରନ ଗାଡି ଅଟକି ଯାଇଥିଲା । ସୁପରକିଙ୍ଗ୍ସ ପକ୍ଷରୁ ମୋଇନ ଅଲ୍ଲୀ 3ଟି ୱିକେଟ ଅକ୍ତିଆର କରିଥିବାବେଳେ ମୁକେଶ ଚୌଧୁରୀ, ବ୍ରାଭୋ ଓ ସୀମରଜିତ ସିଂ 2ଟି ଲେଖାଏଁ ୱିକେଟ ନେଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.