ETV Bharat / sports

ମୁଲାନୀଙ୍କୁ କିଣିଲା ଦିଲ୍ଲୀ, ଅକ୍ଷର ପଟେଲଙ୍କ କୋଭିଡ-19 ବଦଳ ଖେଳାଳି

author img

By

Published : Apr 16, 2021, 6:37 AM IST

ଆହତ ଶ୍ରେୟସ ଆୟରଙ୍କ ବଦଳ ଖେଳାଳି ଭାବେ ଦିଲ୍ଲୀ କ୍ୟାପିଟାଲ୍ସ ଅନିରୁଦ୍ଧ ଜୋଶୀଙ୍କୁ କିଣିଛି । ଅଧିକ ପଢନ୍ତୁ...

IPL 2021: Shams Mulani joins Delhi Capitals as short-term Covid-19 replacement for Axar
ମୁଲାନୀଙ୍କୁ କିଣିଲା ଦିଲ୍ଲୀ, ଅକ୍ଷର ପଟେଲଙ୍କ କୋଭିଡ-19 ବଦଳ ଖେଳାଳି

ମୁମ୍ବାଇ: ଚଳିତ ଆଇପିଏଲ 2021 ପାଇଁ ଦିଲ୍ଲୀ କ୍ୟାପିଟାଲ୍ସ ଅକ୍ଷର ପଟେଲଙ୍କ କୋଭିଡ-19 ବଦଳ ଖେଳାଳି ଭାବେ ସାମ୍ସ ମୁଲାନୀଙ୍କୁ କିଣିଛି ।

ଅକ୍ଷର ପଟେଲ ବାଧ୍ୟତାମୂଳକ କ୍ବାରେଣ୍ଟିନରେ ରହିଥିବା ସମୟରେ କୋରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ଏହାପରେ ଦିଲ୍ଲୀ ଅଲରାଉଣ୍ଡରଙ୍କୁ ଆଇସୋଲେସନରେ ରଖି ବିସିସିଆଇ ମେଡିକାଲ ଅଧିକାରୀ ଚିକିତ୍ସା କରୁଛନ୍ତି ।

ବାହାହାତୀ ବ୍ୟାଟ୍ସମ୍ୟାନ ମୁଲାନୀ ବୋଲିଂ ମଧ୍ୟ କରିପାରନ୍ତି । ଫଳରେ ଭିଭୋ ଆଇପିଏଲ ଖେଳାଳି ବଦଳ ନିୟମ ଅନୁଯାୟୀ ମୁମ୍ବାଇ ଖେଳାଳି ମୁଲାନୀଙ୍କୁ ଅକ୍ଷରଙ୍କ ସ୍ଥାନରେ ସ୍କ୍ବାଡରେ ସାମିଲ କରିଛି ଦିଲ୍ଲୀ । ତେବେ ଅକ୍ଷର ପଟେଲ ସୁସ୍ଥ ହୋଇ ସ୍କ୍ବାଡରେ ସାମିଲ ହେବା ପର୍ଯ୍ୟନ୍ତ ଦିଲ୍ଲୀର ସଦସ୍ୟ ରହିବେ ମୁଲାନୀ ।

ମୁମ୍ବାଇ ପକ୍ଷରୁ ମୁଲାନୀ 10ଟି ପ୍ରଥମ ଶ୍ରେଣୀ, 30ଟି ଲିଷ୍ଟ ଏ ଓ 25ଟି ଟି20 ମ୍ୟାଚ ଖେଳିସାରିଛନ୍ତି । ଏହା ତାଙ୍କର ପ୍ରଥମ ଆଇପିଏଲ ଅଭିଜ୍ଞତା ହେବ ।

ଅନ୍ୟପଟେ ଆହତ ଶ୍ରେୟସ ଆୟରଙ୍କ ବଦଳ ଖେଳାଳି ଭାବେ ଦିଲ୍ଲୀ କ୍ୟାପିଟାଲ୍ସ ଅନିରୁଦ୍ଧ ଜୋଶୀଙ୍କୁ କିଣିଛି । ଆୟର ଭାରତ ଓ ଇଂଲଣ୍ଡ ଦିନିକିଆ ସିରିଜରେ ଆହତ ହେବାପରେ ସଂପୂର୍ଣ୍ଣ 2021 ଆଇପିଏଲ ଟୁର୍ଣ୍ଣାମେଣ୍ଟରୁ ବାଦ ପଡିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.