ମୁମ୍ବାଇ: ଚଳିତ ଆଇପିଏଲର 16ତମ ମୁକାବିଲା ୱାଙ୍ଖଡେ ଷ୍ଟାଡିୟମରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ହେଉଛି । ଟସ୍ ଜିତି ଆରସିବି କ୍ୟାପଟେନ ବିରାଟ କୋହଲି ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଛନ୍ତି । ଫଳରେ ପ୍ରଥମେ ବ୍ୟାଟିଂ କରିବ ରାଜସ୍ଥାନ ରୟାଲ୍ସ ।
ଚଳିତ ଟୁର୍ଣ୍ଣାମେଣ୍ଟରେ ଆରସିବି ଏକମାତ୍ର ଦଳ ଯିଏକି ଏଯାବତ ଅପରାଜେୟ ରହିଛି । ବିରାଟ କୋହଲିଙ୍କ ନେତୃତ୍ବରେ ଖେଳିଥିବା ସମସ୍ତ 3ଟି ମ୍ୟାଚରେ ବିଜୟୀ ହୋଇଛି ।
-
"I'm not used to winning tosses" 😅 @imVkohli #RCB have the toss and they will bowl first against #RR #VIVOIPL pic.twitter.com/a0bX6JNGak
— IndianPremierLeague (@IPL) April 22, 2021 " class="align-text-top noRightClick twitterSection" data="
">"I'm not used to winning tosses" 😅 @imVkohli #RCB have the toss and they will bowl first against #RR #VIVOIPL pic.twitter.com/a0bX6JNGak
— IndianPremierLeague (@IPL) April 22, 2021"I'm not used to winning tosses" 😅 @imVkohli #RCB have the toss and they will bowl first against #RR #VIVOIPL pic.twitter.com/a0bX6JNGak
— IndianPremierLeague (@IPL) April 22, 2021
ପଟିଦାରଙ୍କ ସ୍ଥାନରେ ରିଚାର୍ଡସନଙ୍କୁ ଚୁଡାନ୍ତ ଏକାଦଶରେ ଆରସିବି ସାମିଲ କରିଥିବାବେଳେ, ରାଜସ୍ଥାନ ଟିମରେ ଉନାଦକତଙ୍କ ସ୍ଥାନ ନେଇଛନ୍ତି ଶ୍ରେୟସ ଗୋପାଳ ।
ଚୂଡାନ୍ତ ଏକାଦଶ:
ରାଜସ୍ଥାନ ରୟାଲ୍ସ: ଜସ୍ ବଟଲର, ମନନ ଭୋହରା, ସଞ୍ଜୁ ସାମସନ(କ୍ୟାପଟେନ/ୱିକେଟ କିପର), ଶିବମ ଦୁବେ, ଡେଭିଡ ମିଲର, ରିୟାନ ପରାଗ, ରାହୁଲ ତେୱାତିଆ, କ୍ରିସ ମୋରିସ, ଶ୍ରେୟସ ଗୋପାଳ, ଚେତନ ସକାରିୟା, ମୁସ୍ତିଫିଜୁର ରେହମାନ ।
ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର: ବିରାଟ କୋହଲି(କ୍ୟାପଟେନ), ଦେବଦତ୍ତ ପାଡିକ୍କଲ, ଶାହବାଜ ଅହମ୍ମଦ, ଗ୍ଳେନ ମାକ୍ସୱେଲ, ଏବି ଡି ଭିଲିୟର୍ସ(ୱିକେଟ କିପର), ୱାସିଂଟନ ସୁନ୍ଦର, କେଏଲ ଜେମିଏସନ, କେନ ରିଚାର୍ଡସନ, ହର୍ଷଲ ପଟେଲ, ମହମ୍ମଦ ସିରାଜ, ୟୁଜଭେନ୍ଦ୍ର ଚହଲ ।
ବ୍ୟୁରୋ ରିପୋର୍ଟ, ଇଟିିଭି ଭାରତ