ETV Bharat / sports

ଆଇପିଏଲ ମହାସମର: ରୋହିତଙ୍କ ଅର୍ଦ୍ଧଶତକ, ପଞ୍ଜାବ ସାମ୍ନାରେ ଟାର୍ଗେଟ 132

author img

By

Published : Apr 23, 2021, 9:36 PM IST

Updated : Apr 24, 2021, 4:23 PM IST

ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ 20 ଓଭରରେ ମୁମ୍ବାଇ, ପଞ୍ଜାବ ସାମ୍ନାରେ 132 ରନ୍‌ର ବିଜୟ ଲକ୍ଷ୍ୟ ରଖିଛି । ଅଧିକ ପଢନ୍ତୁ...

IPL 2021: Rohit sharma fifty help MI to set target of 132 vs PBKS
ଆଇପିଏଲ ମହାସମର: ରୋହିତଙ୍କ ଅର୍ଦ୍ଧଶତକ, ପଞ୍ଜାବ ସାମ୍ନାରେ ଟାର୍ଗେଟ 132

ଚେନ୍ନାଇ: ଆଇପିଏଲର 2021ର 17ତମ ମୁକାବିଲା ମୁମ୍ବାଇ ଇଣ୍ଡିଆନ୍ସ ଓ ପଞ୍ଜାବ କିଙ୍ଗ୍ସ ମଧ୍ୟରେ ଖେଳାଯାଉଛି ।

ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ 20 ଓଭରରେ ମୁମ୍ବାଇ, ପଞ୍ଜାବ ସାମ୍ନାରେ 132 ରନ୍‌ର ବିଜୟ ଲକ୍ଷ୍ୟ ରଖିଛି । କ୍ୟାପଟେନ ରୋହିତ ଶର୍ମା ଦମଦାର ଅର୍ଦ୍ଧଶତକ ହାସଲ କରିଛନ୍ତି । 52 ବଲ୍‌ରୁ 5ଚୌକା ଓ 2ଟି ଛକା ସହାୟତାରେ 63 ରନ୍‌ର ଇଂନିସ ଖେଳିଛନ୍ତି ରୋହିତ । ସୂର୍ଯ୍ୟକୁମାର ଯାଦବ 33 ଓ କିରଣ ପୋଲାର୍ଡ 16 ରନ୍‌ର ଇଂନିସ ଖେଳିଛନ୍ତି । ତେବେ ଅନ୍ୟ କୌଣସି ମୁମ୍ବାଇ ବ୍ୟାଟ୍ସମ୍ୟାନ ବଡ ସ୍କୋର କରିବାରେ ସଫଳ ହୋଇପାରିନଥିଲେ ।

ପଞ୍ଜାବର ପ୍ରାୟ ସମସ୍ତ ବୋଲର ମାପିଚୁପି ବୋଲିଂ କରିଥିଲେ । ରବି ବିଷ୍ଣୋଇ ଓ ମହମ୍ମଦ ସାମି ଦୁଇଟି ଲେଖାଁ ୱିକେଟ ହାସଲ କରିଛନ୍ତି । ଦୀପକ ହୁଡ୍ଡା ଓ ଅର୍ଶଦୀପ ସିଂହଙ୍କୁ ଗୋଟିଏ ଲେଖାଏଁ ୱିକେଟ ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Apr 24, 2021, 4:23 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.