ETV Bharat / sports

ଆଇପିଏଲ 2021: ଆରସିବିର କ୍ରମାଗତ ତୃତୀୟ ବିଜୟ

କୋଲକାତା ନାଇଟ ରାଇଡର୍ସକୁ 38 ରନ୍‌ରେ ହରାଇଲା ବିରାଟ କୋହଲିଙ୍କ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । ଅଧିକ ପଢନ୍ତୁ...

author img

By

Published : Apr 18, 2021, 8:01 PM IST

IPL 2021: Maxwell-de Villiers power RCB to 38-run win over KKR
ଆଇପିଏଲ 2021: ଆରସିବିର କ୍ରମାଗତ ତୃତୀୟ ବିଜୟ

ଚେନ୍ନାଇ: ଚଳିତ ଆଇପିଏଲରେ କ୍ରମାଗତ ତୃତୀୟ ବିଜୟ ହାସଲ କରିଛି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚରେ କୋଲକାତା ନାଇଟ ରାଇଡର୍ସକୁ 38 ରନ୍‌ରେ ହରାଇଛି ବିରାଟ କୋହଲିଙ୍କ ଆରସିବି । ଦଳର ଦୁଇ ଷ୍ଟାର ବ୍ୟାଟ୍ସମ୍ୟାନ ଗ୍ଳେନ ମାକ୍ସୱେଲ ଓ ଏବି ଡିଭିଲିୟର୍ସଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ପ୍ରଥମ ବ୍ୟାଟିଂ କରି ନିର୍ଦ୍ଧାରିତ 20 ଓଭରରେ ଆରସିବି 204/4 ରନ କରିଥିଲା । ଜବାବରେ କେକେଆର 166/8ରେ ସୀମିତ ରହିଥିଲା ।

କୋଲକାତା ପକ୍ଷରୁ ଆଣ୍ଡ୍ରେ ରସେଲ 20 ବଲ୍‌ରୁ 31 ରନର ତୋଫାନୀ ଇଂନିସ ଖେଳି ବିଜୟ ଆଶା ଦେଖାଇଥିଲେ । ମାତ୍ର ମହମ୍ମଦ ସିରାଜ ଓ କେଲ ଜେମିଏସନଙ୍କ ମାରାତ୍ମକ ବୋଲିଂ ସହ ରସେଲଙ୍କୁ ରୋକିଥିଲେ । ଆରସିବି ପକ୍ଷରୁ ଜେମିଏସନ ସର୍ବାଧିକ 3ଟି ୱିକେଟ ହାସଲ କରିଥିଲେ ।

ହର୍ଷଲ ପଟେଲ ଓ ୟୁଜଭେନ୍ଦ୍ର ଚହଲ 2ଟି ଲେଖାଏଁ ଶିକାର କରିଥିଲେ । କେକେଆର ପକ୍ଷରୁ ନୀତିଶ ରାଣା 18, ଶୁଭମନ ଗିଲ୍‌ 21, ରାହୁଲ ତ୍ରିପାଠୀ 25 ଓ କ୍ୟାପଟେନ ଇଆନ ମୋର୍ଗାନ 29 ରନର ଇଂନିସ ଖେଳିଥିଲେ ମଧ୍ୟ ବଡ ସ୍କୋର କରିବାରେ ବିଫଳ ହୋଇଥିଲେ । ଶେଷ ଭାଗରେ ସାବିକ ଅଲ ହାସନ ଓ ରସେଲ ସମସ୍ତ ପ୍ରୟାସ କରିଥିଲେ ମଧ୍ୟ ଟିମକୁ ବିଜୟୀ କରାଇ ପାରିନଥିଲେ ।

ଏହି ବିଜୟ ସହ ଆଇପିଏଲ 2021 ଟୁର୍ଣ୍ଣାମେଣ୍ଟର ଦଶମ ମ୍ୟାଚ ଶେଷ ସୁଦ୍ଧା 6 ପଏଣ୍ଟ ସହ ପଏଣ୍ଟ ଟେବୁଲର ଶୀର୍ଷରେ ରହିଛି ଆରସିବି । ଦ୍ବିତୀୟରେ ମୁମ୍ବାଇ ଇଣ୍ଡିଆନ୍ସ ଓ ତୃତୀୟ ସ୍ଥାନରେ ରହିଛି ଚେନ୍ନାଇ ସୁପର କିଙ୍ଗ୍ସ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.