ETV Bharat / sports

ଆଇପିଏଲ ଆକାଶରେ କୋରୋନାର କଳା ବାଦଲ - ପାଟ କମିନ୍ସ

ଭାରତରେ ବଢୁଥିବା କୋରୋନା ସଂକଟ ମଧ୍ୟରେ ଇଣ୍ଡିଆନ ପ୍ରିମିୟର ଲିଗର ସୁରକ୍ଷିତ ଜୈବ ସୁରକ୍ଷା ବଳୟରେ ମଧ୍ୟ ଖେଳାଳିଙ୍କୁ ଭୟ ଘାରିଲାଣି । ଅଧିକ ପଢନ୍ତୁ...

IPL 2021: Early exits as COVID cases surge in India; BCCI says league will go on
ଆଇପିଏଲ ଆକାଶରେ କୋରୋନାର କଳା ବାଦଲ
author img

By

Published : Apr 26, 2021, 9:30 PM IST

Updated : Apr 26, 2021, 10:57 PM IST

ନୂଆଦିଲ୍ଲୀ: ଭାରତରେ ବଢୁଥିବା କୋରୋନା ସଂକଟ ମଧ୍ୟରେ ଇଣ୍ଡିଆନ ପ୍ରିମିୟର ଲିଗର ସୁରକ୍ଷିତ ଜୈବ ସୁରକ୍ଷା ବଳୟରେ ମଧ୍ୟ ଖେଳାଳିଙ୍କୁ ଭୟ ଘାରିଲାଣି । ଭାରତୀୟ ଅଭିଜ୍ଞ ସ୍ପିନର ରବିଚନ୍ଦ୍ରନ ଅଶ୍ବିନଙ୍କ ସମେତ କିଛି ଅଷ୍ଟ୍ରେଲିଆ ଖେଳାଳି ଲିଗ୍‌ ଅଧାରୁ ଓହରି ଯାଇଛନ୍ତି । ତେବେ ଟୁର୍ଣ୍ଣାମେଣ୍ଟ ପୂର୍ବ ନିର୍ଦ୍ଧାରିତ ସୂଚୀ ଅନୁଯାୟୀ ଜାରି ରହିବ ବୋଲି ବିସିସିଆଇ ସ୍ପଷ୍ଟ କରିଛି ।

IPL 2021: Early exits as COVID cases surge in India; BCCI says league will go on
ଆଣ୍ଡ୍ରିୟୁ ଟାଇ

ଦିଲ୍ଲୀ କ୍ୟାପିଟାଲ୍ସର ଅଶ୍ବିନ, ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ମ୍ୟାଚ ଜିତିବା ପରେ ଟ୍ବିଟ କରିଥିଲେ । "ମୁଁ କାଲି ଠାରୁ ଆଇପିଏଲର ଏହି ସଂସ୍କରଣରୁ ବିରତି ନେଉଛି, ମୋ ପରିବାର କୋରୋନା ମହାମାରୀ ସହ ଲଢେଇ କରୁଛି ଓ ଏହି କଠିନ ସମୟରେ ପରିବାରକୁ ମୋର ସହାୟତା ଆବଶ୍ୟକ ରହିଛି । ଯଦି ସ୍ଥିତିରେ ସୁଧାର ଆସେ ତେବେ ମୁଁ ଫେରିବି । ଧନ୍ୟବାଦ ଦିଲ୍ଲୀ କ୍ୟାପିଟାଲ୍ସ ।"

  • I would be taking a break from this years IPL from tomorrow. My family and extended family are putting up a fight against #COVID19 and I want to support them during these tough times. I expect to return to play if things go in the right direction. Thank you @DelhiCapitals 🙏🙏

    — Stay home stay safe! Take your vaccine🇮🇳 (@ashwinravi99) April 25, 2021 " class="align-text-top noRightClick twitterSection" data=" ">

ଅଶ୍ବିନଙ୍କ ଏହି ଟ୍ବିଟ ପରେ ପରିବାରର କେହି ସଦସ୍ୟ କୋରୋନା ସଂକ୍ରମିତ ହୋଇଥିବା ଅନୁମାନ କରାଯାଉଛି ।

ଏଥିସହ ଅଷ୍ଟ୍ରେଲୀୟ ତଥା ରାଜସ୍ଥାନ ରୟାଲ୍ସ ଦ୍ରୁତ ବୋଲର ଆଣ୍ଡ୍ରିୟୁ ଟାଇ ଭାରତରେ କୋରୋନା ମାମଲା ବଢିବା କାରଣରୁ ନିଜର ଦେଶରେ ପ୍ରବେଶ ନିଷେଧ ଆଶଙ୍କା କରି ଆଇପିଏଲ ଅଧାରୁ ହିଁ ଛାଡିଦେଇଛନ୍ତି । ଏଥିସହ ଅଷ୍ଟ୍ରେଲିଆର ଏକାଧିକ କ୍ରିକେଟର ଆଗକୁ ଏପରି ନିଷ୍ପତ୍ତି ନେଇପାରନ୍ତି ବୋଲି ସେ କହିଛନ୍ତି । ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ସ୍ପିନର ଆଡାମ ଜାମ୍ପା ଓ ଦ୍ରୁତ ବୋଲର କେନ ରିଚାର୍ଡସନ ମଧ୍ୟ ବ୍ୟକ୍ତିଗତ କାରଣ ଦର୍ଶାଇ ଆଇପିଏଲରୁ ଓହରି ଯାଇଛନ୍ତି ।

  • Official Announcment:

    Adam Zampa & Kane Richardson are returning to Australia for personal reasons and will be unavailable for the remainder of #IPL2021. Royal Challengers Bangalore management respects their decision and offers them complete support.#PlayBold #WeAreChallengers pic.twitter.com/NfzIOW5Pwl

    — Royal Challengers Bangalore (@RCBTweets) April 26, 2021 " class="align-text-top noRightClick twitterSection" data=" ">

ତେବେ ବିସିସିଆଇର ଜଣେ ଅଧିକାରୀ କହିଛନ୍ତି, "ଆଇପିଏଲ ଜାରି ରହିବ । କେହି ଓହରିବାକୁ ଚାହୁଁଥିଲେ ଓହରିପାରନ୍ତି, କୌଣସି ଅସୁବିଧା ନାହିଁ ।"

ବ୍ରିଟେନ ଓ ନ୍ୟୁଜିଲାଣ୍ଡ ସମେତ ଅନେକ ଦେଶ ଭାରତରୁ ଯାତ୍ରା ଉପରେ କଟକଣା ଲଗାଇସାରିଛନ୍ତି । ଅଷ୍ଟ୍ରେଲିଆ ମଧ୍ୟ ବିମାନ ଉଡାଣ 30 ପ୍ରତିଶତ କମ କରିସାରିଛି ଓ ଆଗାମୀ ଦିନରେ କଟକଣା ଲଗାଇବା ଆଶଙ୍କା ରହିଛି ।

ଭାରତରେ ଦୈନିକ ଲକ୍ଷ ନୂଆ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଏହାପୂର୍ବରୁ ରୟାଲ୍ସର ଲିଆମ ଲିଭିଂଷ୍ଟୋନ ଯାତ୍ରା ଉପରେ ପ୍ରତିବନ୍ଧକ ଲାଗିବା ଉପରୁ ବ୍ରିଟେନ ଫେରିଯାଇଥିଲେ ।

କ୍ରିକେଟ ଅଷ୍ଟ୍ରେଲିଆ ଓ ଅଷ୍ଟ୍ରେଲିଆ କ୍ରିକେଟ ସଂଘ ମଧ୍ୟ ମିଳିତ ବୟାନ ଜାରି କରିବା ସହ, ଆଇପିଏଲରେ ସାମିଲ ନିଜ ଦେଶର କ୍ରିକେଟର, କୋଚ୍‌ ଓ କମେଣ୍ଟେଟରଙ୍କ ସଂପର୍କରେ ରହିଛନ୍ତି ଓ ସ୍ଥିତି ଉପରେ ନଜର ରଖିଥିବା କହିଛନ୍ତି ।

ଇଂଲଣ୍ଡ ଓ ୱେଲ୍ସ କ୍ରିକେଟ ବୋର୍ଡର ଜଣେ ମୁଖପାତ୍ର କହିଛନ୍ତି, ନିଜ ଦେଶର ଖେଳାଳିଙ୍କ ସହ ଲଗାତାର ସଂପର୍କରେ ରହିଛୁ । ଏପରି କଠିନ ସମୟରେ ଭାରତୀୟ ଲୋକଙ୍କ ସହ ଆମର ସମ୍ବେଦନ ରହିଛି ।

ଅଷ୍ଟ୍ରେଲିଆ ଟୁର୍ଣ୍ଣାମେଣ୍ଟ ସଂପୂର୍ଣ୍ଣ ହେବାପରେ, ନିଜ ଦେଶର ଖେଳାଳିଙ୍କ ପାଇଁ ଚାଟାର୍ଡ ବିମାନର ବ୍ୟବସ୍ଥା କରିପାରେ । ଅଷ୍ଟ୍ରେଲିଆର 14ଜଣ ଖେଳାଳି ଏବେବି ରହିଛନ୍ତି । ଏହା ବ୍ୟତୀତ କୋଚ୍‌ ରିକି ପଣ୍ଟିଂ, ସାଇମନ କ୍ୟାଟିଚ୍‌, କମେଣ୍ଟଟର ମାଥ୍ୟୁ ହେଡେନ, ବ୍ରେଟ ଲି, ମାଇକେଲ ସ୍ଲେଟର ଓ ଲିଜା ସ୍ଥାଲେକର ରହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Apr 26, 2021, 10:57 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.