ETV Bharat / sports

ମନକିଣିଲେ କମିନ୍ସ: କୋରୋନା ମୁକାବିଲା ପାଇଁ ଭାରତକୁ ଦେଲେ 50 ହଜାର ଡଲାର - କୋଲକାତା ନାଇଟ ରାଇଡର୍ସ

ହସ୍ପିଟାଲ ପାଇଁ ଅକ୍ସିଜେନ ସିଲିଣ୍ଡର କିଣିବାକୁ ପିଏମ କେୟାର୍ସ ଫଣ୍ଡ୍‌କୁ 50,000 ଡଲାର ଦାନ କଲେ ଅଷ୍ଟ୍ରେଲୀୟ ଦ୍ରୁତ ବୋଲର ପାଟ କମିନ୍ସ । ଅଧିକ ପଢନ୍ତୁ...

IPL 2021: Cummins donates $50,000 to PM Cares Fund for purchase of oxygen supplies for Indian hospitals
ପିଏମ କେୟାର୍ସ ଫଣ୍ଡ୍‌କୁ 50,000 ଡଲାର ଦାନ କଲେ କମିନ୍ସ
author img

By

Published : Apr 26, 2021, 5:43 PM IST

ଅହମ୍ମଦାବାଦ: ହୃଦୟ ଜିତିଲେ ଅଷ୍ଟ୍ରେଲୀୟ ଦ୍ରୁତ ବୋଲର ପାଟ କମିନ୍ସ । ଆଇପିଏଲରେ କୋଲକାତା ନାଇଟ ରାଇଡର୍ସ ପକ୍ଷରୁ ଖେଳୁଥିବା କମିନ୍ସ , ଭାରତୀୟ ହସ୍ପିଟାଲରେ ଅକ୍ସିଜେନ ସିଲିଣ୍ଡର କିଣିବାକୁ ପିଏମ କେୟାର୍ସ ଫଣ୍ଡ୍‌କୁ 50,000 ଡଲାର ଦାନ କରିଛନ୍ତି । ଏନେଇ ସୋମବାର ସୂଚନା ଦେଇଛନ୍ତି କମିନ୍ସ ।

ଦେଶର ସମସ୍ତ ଜିଲ୍ଲା ହସ୍ପିଟାଲରେ ଅକ୍ସିଜେନ୍ ଅଭାବକୁ ପୂରଣ କରିବାକୁ ଦେଶର 551ଟି ଅକ୍ସିଜେନ ଉତ୍ପାଦନକାରୀ ପ୍ଲାଣ୍ଟ ତିଆରି ହେବ । ଏଥିପାଇଁ ସମସ୍ତ ଟଙ୍କା ପିଏମ କେୟାର୍ସ ଫଣ୍ଡ୍‌ରୁ ଖର୍ଚ୍ଚ ହେବା ନେଇ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ଘୋଷଣା କରାଯାଇଥିଲା ।

କମିନ୍ସ ଟ୍ବିଟରେ ଉଲ୍ଲେଖ କରିଛନ୍ତି, "ଭାରତ ଏପରି ଏକ ଦେଶ ଯେଉଁଠାକୁ ଆସିବାକୁ ଭଲପାଏ, ଏଠାକାର ଲୋକେ ବହୁତ ଭଲ ଓ ଉଦାର ହୃଦୟର । ତେବେ ଏପରି କଠିନ ସମୟରେ ଅନେକଜଣ ଦୁଃଖରେ ରହିଥିବାରୁ ଏହା ବ୍ୟଥିତ କରିଛି । ଜଣେ ଖେଳାଳି ଭାବେ କୃତଜ୍ଞ ଯେ, ଆମକୁ ଏପରି ଏକ ପ୍ଲାଟଫର୍ମ ମିଳିଛି ଯାହାପାଇଁ ଆମେ କୋଟିକୋଟି ଲୋକଙ୍କ ପାଖେ ପରିଚିତ ହେବା ସହ ଆର୍ଥିକ ଲାଭବାନ ହେଉଛୁ । ଏହି ଦୃଷ୍ଟିରୁ, ପିଏମ କେୟାର୍ସ ଫଣ୍ଡ୍‌ରେ ଏକ ଯୋଗଦାନ କରିଛି । ବିଶେଷ କରି ଏହା ଭାରତୀୟ ହସ୍ପିଟାଲରେ ଅକ୍ସିଜେନ ପହଞ୍ଚାଇବା ପାଇଁ ଖର୍ଚ୍ଚ ହେଉ ।"

କମିନ୍ସ , ଏପରି ଭାବପୂର୍ଣ୍ଣ ବାର୍ତ୍ତା ରଖିବା ସହ, ବିଶ୍ବର ଅନ୍ୟ ବ୍ୟକ୍ତିଙ୍କୁ ମଧ୍ୟ ଯେଉଁମାନେ ଭାରତ ସହ ସହ ବିଭିନ୍ନ ଦିଗରେ ସଂପର୍କରେ ରହିଛନ୍ତି । ସହାୟତା କରିବାକୁ ଅପିଲ କରିଛନ୍ତି କମିନ୍ସ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.