ETV Bharat / sports

IPL 2021: ଗାଏକ୍ବାଡ ସାଜିଲେ ସଙ୍କଟମୋଚକ, CSK ୧୫୬/୬ - ମୁମ୍ବାଇ ସାମ୍ନାରେ ବିଜୟ ଲକ୍ଷ୍ୟ

ମୁମ୍ବାଇ ସାମ୍ନାରେ ୧୫୭ ରନ୍‌ର ବିଜୟ ଲକ୍ଷ୍ୟ ରଖିଲା ଚେନ୍ନାଇ ସୁପର କିଙ୍ଗ୍ସ । ଅଧିକ ପଢନ୍ତୁ...

IPL ୨୦୨୧ : CSK set a target of ୧୫୭ runs against MI after opt to bat first
IPL ୨୦୨୧ : ଗାଏକ୍ବାଡ ସାଜିଲେ ସଙ୍କଟମୋଚକ, CSK ୧୫୬/୬
author img

By

Published : Sep 19, 2021, 9:35 PM IST

Updated : Sep 19, 2021, 9:41 PM IST

ଦୁବାଇ: ଋତୁରାଜ ଗାଏକ୍ବାଡଙ୍କ ଦମଦାର ଅର୍ଦ୍ଧଶତକ ବଳରେ ମୁମ୍ବାଇ ସାମ୍ନାରେ ୧୫୭ ରନ୍‌ର ବିଜୟ ଲକ୍ଷ୍ୟ ରଖିଲା ଚେନ୍ନାଇ ସୁପର କିଙ୍ଗ୍ସ । ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ ହରାଇ ୧୫୬ ରନ୍‌ ସଂଗ୍ରହ କରିଛି ଚେନ୍ନାଇ ସୁପର କିଙ୍ଗ୍ସ । ଫଳରେ ମୁମ୍ବାଇ ଇଣ୍ଡିଆନ୍ସ ସାମ୍ନାରେ ୧୫୭ ରନ୍‌ର ବିଜୟ ଲକ୍ଷ୍ୟ ରହିଛି ।

CSK ପକ୍ଷରୁ ଋତୁରାଜ ଗାଏକ୍ବାଡ ସର୍ବାଧିକ ୮୮ ରନ୍‌ର ଅପରାଜିତ ଅର୍ଦ୍ଧଶତକୀୟ ଇଂନିସ ଖେଳିଛନ୍ତି ।

୫୮ ବଲରୁ ୯ଟି ଚୌକା ଓ ୪ଟି ଛକା ସହାୟତାରେ ଏହି ଉପଯୋଗୀ ଇଂନିସ ଖେଳିଛନ୍ତି ଗାଏକ୍ବାଡ । ତେବେ ଟିମର ଷ୍ଟାର ବ୍ୟାଟ୍ସମ୍ୟାନ ଫାଫ ଡୁପ୍ଲେସିସ୍‌, ମୋଇନ ଅଲୀ ଓ ଅମ୍ବାତି ରାୟୁଡରୁ ବିନା କୌଣସି ରନର୍‌ ନିଜର ୱିକେଟ ହରାଇଥିଲେ । କ୍ୟାପଟେନ ମହେନ୍ଦ୍ର ସିଂହ ଧୋନି ମାତ୍ର ୩ ରନ୍‌ କରିପାରିଥିଲେ । ଦୁଇ ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ୨୬ ଓ ଡ୍ବାଇନ ବ୍ରାଭୋ ୨୩ ରନର ଉପଯୋଗୀ ଇଂନିସ ସହ ଗାଏକ୍ବାଡଙ୍କ ସାଥ ଦେଇଥିଲେ ।

ମୁମ୍ବାଇ ପକ୍ଷରୁ ଟ୍ରେଣ୍ଟ ବୋଲ୍ଟ, ଆଡାମ ମିଲନେ ଓ ଜଶପ୍ରୀତ ବୁମରା ଦୁଇଟି ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Sep 19, 2021, 9:41 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.