ETV Bharat / sports

ଗମ୍ଭୀର ଆହତ ହୋଇନାହାଁନ୍ତି ରିଦ୍ଧିମାନ ଶାହା: ସନରାଇଜର ହାଇଦ୍ରାବାଦ - ଅଷ୍ଟ୍ରେଲିଆ ଗସ୍ତ

ଆହତଜନିତ ସମସ୍ୟା ଯୋଗୁଁ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ୱିକେଟ କିପିଂ କରିନଥିଲେ ରିଦ୍ଧିମାନ ଶାହା। ତେବେ ତାଙ୍କର ସମସ୍ୟା ଏତେଟା ଗୁରୁତର ନୁହେଁ ବୋଲି ସୂଚନା ଦେଇଛି ସନରାଇଜର ହାଇଦ୍ରାବାଦ। ଅଧିକ ପଢ଼ନ୍ତୁ...

ଗମ୍ଭୀର ଆହତ ହୋଇନାହାନ୍ତି ରିଦ୍ଧିମାନ ଶାହା: ସନରାଇଜର ହାଇଦ୍ରାବାଦ

author img

By

Published : Oct 28, 2020, 6:44 PM IST

ଦୁବାଇ: ଗତକାଲି(ମଙ୍ଗଳବାର) ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଦମଦାର ପ୍ରଦର୍ଶନ କରି ବିଜୟ ହାସଲ କରିଥିଲା ସନରାଇଜର ହାଇଦ୍ରାବାଦ। ଏହି ମ୍ୟାଚରେ ସନରାଇଜର ହାଇଦ୍ରାବାଦର ୱିକେଟ କିପର ବ୍ୟାଟ୍ସମ୍ୟାନ ରିଦ୍ଧିମାନ ଶାହା 45 ବଲରୁ 87 ରନ କରିଥିଲେ। ଫଳରେ ଦଳ ଏକ ବିଶାଳ ସ୍କୋର କରିବାକୁ ସକ୍ଷମ ହୋଇ ପାରିଥିଲା। ତେବେ ଏହି ଇନିଂସ ପରେ ଆଉ ଫିଲ୍ଡିଂ ପାଇଁ ପଡ଼ିଆକୁ ଓହ୍ଲାଇ ନଥିଲେ ଶାହା । ଆହତଜନିତ ସମସ୍ୟା ଯୋଗୁଁ ସେ ଦଳ ପାଇଁ ୱିକେଟ କିପିଂ କରି ପାରିନଥିଲେ ।

ଗମ୍ଭୀର ଆହତ ହୋଇନାହାନ୍ତି ରିଦ୍ଧିମାନ ଶାହା: ସନରାଇଜର ହାଇଦ୍ରାବାଦ
ଗମ୍ଭୀର ଆହତ ହୋଇନାହାନ୍ତି ରିଦ୍ଧିମାନ ଶାହା: ସନରାଇଜର ହାଇଦ୍ରାବାଦ

ତେବେ ରିଦ୍ଧିମାନ ଶାହାଙ୍କ ଆହତଜନିତ ସମସ୍ୟା ଏତେଟା ଗୁରୁତର ନୁହେଁ ବୋଲି ସନରାଇଜର ହାଇଦ୍ରାବାଦ ସୂଚନା ଦେଇଛି । ଆଗକୁ ଭାରତୀୟ କ୍ରିକେଟ ଟିମ ଅଷ୍ଟ୍ରେଲିଆ ଗସ୍ତ କରିବ । ଭାରତୀୟ ଦଳରେ ସାମିଲ ରହିଛନ୍ତି ରିଦ୍ଧିମାନ ଶାହା। ଏଥିପାଇଁ ଆହତ ଜନିତ ସମସ୍ୟାକୁ ନେଇ ବିସିସିଆଇର ଡାକ୍ତରୀ ଦଳ ସହ ପରାମର୍ଶ କରିଛନ୍ତି ରିଦ୍ଧିମାନ ଶାହା। ଏହାସହ ସନରାଇଜର ହାଇଦ୍ରାବାଦ ମଧ୍ୟ ବିସିସିଆଇ ସହ ପରାମର୍ଶ କରିବା ନେଇ ଚର୍ଚ୍ଚା ହେଉଛି ।

ଦିଲ୍ଲୀ ଓ ହାଇଦ୍ରାବାଦ ମ୍ୟାଚ ଶେଷ ହେବାପରେ ସନରାଇଜର ହାଇଦ୍ରାବାଦର ଅଧିନାୟକ ଡେଭିଡ ୱାର୍ଣ୍ଣର କହିଥିଲେ ଯେ, "ଦୁର୍ଭାଗ୍ୟବଶତଃ ରିଦ୍ଧିମାନ ଶାହା ନିଗଲ ଗ୍ରୋଇନ ଜନିତ ଆହତ ହୋଇଛନ୍ତି । ତେବେ ସେ ଏତେଟା ଗୁରୁତର ଆହତ ହୋଇନାହାଁନ୍ତି। ତେବେ ଆମେ କୌଣସି ରିସ୍କ ନେବାକୁ ଚାହୁଁ ନଥିଲୁ । ଏଥିପାଇଁ ତାଙ୍କ ପାଇଁ ଶ୍ରୀବତ ଗୋ ସ୍ବାମୀ ଦଳ ପାଇଁ ୱିକେଟ କିପିଂ କରିଥିଲେ। "

ଅଷ୍ଟ୍ରେଲିଆ ଗସ୍ତରେ ଭାରତ ପାଇଁ 4ଟି ଟେଷ୍ଟ ମ୍ୟାଚ ଖେଳିବେ ରିଦ୍ଧିମାନ ଶାହା। ବରିଷ୍ଠ ୱିକେଟ ରକ୍ଷକ ଭାବେ ସେ ଦଳର ସାମିଲ ହୋଇଛନ୍ତି। ଆସନ୍ତା ଡିସେମ୍ବର ମାସରେ ଏହି ମ୍ୟାଚ ଖେଳାଯିବାକୁ ଅଛି। ଏଭଳି ସ୍ଥିତିରେ ଭାରତୀୟ ଦଳ ସମ୍ପୂର୍ଣ୍ଣ ଫିଟ ରହିବାକୁ ଚାହୁଁଛନ୍ତି ରିଦ୍ଧିମାନ ଶାହା ।

ଏନେଇ ସନରାଇଜର ହାଇଦ୍ରାବାଦ ପକ୍ଷରୁ କୁହାଯାଇଛି ଯେ, ଅକ୍ଟୋବର 31 ତାରିଖରେ ସନରାଇଜର ହାଇଦ୍ରାବାଦର ପରବର୍ତ୍ତୀ ମୁକାବିଲା ରହିଛି। ହାତରେ 3 ଦିନ ସମୟ ରହିଛି । ଏହି ସମୟ ମଧ୍ୟରେ ରିଦ୍ଧିମାନ ଠିକ ହୋଇଯିବା ସମ୍ଭାବନା ରହିଛି। ହାଇଦ୍ରାବାଦ ତାର ପରବର୍ତ୍ତୀ ମୁକାବିଲା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ସହ ଖେଳିବ।

ଆଗାମୀ ଅଷ୍ଟ୍ରେଲିଆ ଗସ୍ତ ପାଇଁ ଶାହାଙ୍କୁ ଦୁଇଟି ମ୍ୟାଚରେ ବିଶ୍ରାମ କରିବାକୁ କୁହାଯାଇ ପାରେ। ତେବେ ଯଦି ହାଇଦ୍ରାବାଦ ପ୍ଲେ-ଅଫ ଖେଳିବାକୁ ଯୋଗ୍ୟତା ହାସଲ କରେ ତେବେ ସେହି ମ୍ୟାଚରେ ଶାହା ଖେଳି ପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଏନେଇ ଦଳର ସ୍ପିନ ବୋଲର ରାଶିଦ ଖାନ କହିଛନ୍ତି ଯେ, ରିଦ୍ଧିମାନ ଶାହାଙ୍କ ଆହତ ସମସ୍ୟା ଏତେଟା ଗୁରୁତର ନୁହେଁ। ଆଗାମୀ ମ୍ୟାଚ ପାଇଁ ଆମେ ତାଙ୍କୁ ଫିଟ ରଖିବାକୁ ଚାହୁଁଛୁ। ତେବେ ଆଶା ପୂର୍ବକ ସେ ଆଗାମୀ ମ୍ୟାଚ ପାଇଁ ଫିଟ ରହିବେ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.