ଦୁବାଇ: ଇଂଲଣ୍ଡର ପୂର୍ବତନ ଅଧିନାୟକ ମାଇକେଲ ଭନ୍ କହିଛନ୍ତି, ଯେ ମହେନ୍ଦ୍ର ସିଂ ଧୋନି ଷ୍ଟାଡିୟମରେ ପ୍ୟାକ୍ ହୋଇଥିବା ଦର୍ଶକଙ୍କ ସାମ୍ନାରେ ତାଙ୍କର ଶେଷ ଆଇପିଏଲ୍ ମ୍ୟାଚ୍ ଖେଳିବା ଉଚିତ । କାରଣ ସେ ଆଇପିଏଲରୁ ଏକ ସମ୍ମାନ ଜନକ ବିଦାୟ ପାଇବାକୁ ଯୋଗ୍ୟ ।
ଭନ୍ କହିଛନ୍ତି, "ଯଦି ଆସନ୍ତା ବର୍ଷ ୟୁଏଇରେ ଆଇପିଏଲ ପୁନଃର୍ବାର ଘଟେ, ତେବେ ଧୋନିଙ୍କୁ ଆଉ ଏକ ବର୍ଷ ଆଇପିଏଲ ଖେଳିବାକୁ ପଡିବ । ସେ ଦର୍ଶକଙ୍କ ବିନା ଖାଲି ପଡ଼ିଆରେ ଖେଳି ନିଜର ଆଇପିଏଲ କ୍ୟାରିଅର ଶେଷ କରିପାରିବେ ନାହିଁ।"
ସେ କହିଛନ୍ତି, "ଧୋନିଙ୍କୁ ଆଇପିଏଲରୁ ଅବସର ନେବା ପୂର୍ବରୁ ଆଇପିଏଲରେ ଅତି କମରେ ଗୋଟିଏ ମ୍ୟାଚ ଖେଳିବାକୁ ପଡିବ।, ଯାହା ଦର୍ଶକଙ୍କ ବିନା ଖେଳାଯାଇପାରିବ ନାହିଁ । ଜଣେ ଖେଳାଳି ବିରାଟ ଦର୍ଶକଙ୍କ ସାମ୍ନାରେ ବିଦାୟ ନେବାର ଅଧିକାର ଅଛି । ତେଣୁ ଧୋନିଙ୍କୁ ଆଇପିଏଲରେ ଏକ ବିରାଟ ବିଦାୟ ଆବଶ୍ୟକ । ସେ ଅନ୍ତର୍ଜାତୀୟ କ୍ରିକେଟ ବହୁ ଦିନ ଧରି ଖେଳି ନଥିଲେ । ତେଣୁ ସିଧାସଳଖ ଅବସର ନେଇଗଲେ । କିନ୍ତୁ ଆଇପିଏଲରେ ମୁଁ ତାଙ୍କ ଶେଷ ମ୍ୟାଚ୍ ପାଇଁ ଭିଡ଼ ଜମା କରିବାକୁ ଚାହୁଁଛି। "
ଭାରତୀୟ ପୂର୍ବତନ ଅଧିନାୟକ ଧୋନି ରବିବାର ଦିନ ସ୍ପଷ୍ଟ କରିଛନ୍ତି ଯେ ସେ ବର୍ତ୍ତମାନ ଆଇପିଏଲରୁ ଅବସର ନେବେ ନାହିଁ ଏବଂ ଆସନ୍ତା ବର୍ଷ ମଧ୍ୟ ଏହି ଲିଗରେ ଚେନ୍ନାଇ ସୁପର କିଙ୍ଗ୍ସ ପାଇଁ ଖେଳିବେ ।