ETV Bharat / sports

ଆଇପିଏଲ 13: ଆଇପିଏଲ ଇତିହାସରେ 2ୟ ଦ୍ରୁତତମ ଶତକ ଯୋଡିଲେ ମୟଙ୍କ

author img

By

Published : Sep 27, 2020, 10:38 PM IST

ଆଇପିଏଲ ଇତିହାସରେ ତଥା କୌଣସି ଭାରତୀୟଙ୍କ ଦ୍ବାରା 2ୟ ଦ୍ରୁତତମ ଶତକ ହୋଇଛି । ଏହା ଛଡା ଚଳିତ ଆଇପିଏଲରେ ଏହା 2ୟ ଶତକ ହୋଇଥିବାବେଳେ ଦୁଇଟି ଯାକ ଶତକ କିଙ୍ଗସ ଏକାଦଶ ପଞ୍ଜାବ ଦଳରୁ ଆସିଛି ।

ଆଇପିଏଲ 13: ଆଇପିଏଲ ଇତିହାସରେ 2ୟ ଦୃତତମ ଶତକ ଯୋଡିଲେ ମୟଙ୍କ

ଶାରଜା: ମୟଙ୍କ ମ୍ୟାଜିକ୍‌ । ଯୋଡିଲେ ଆଇପିଏଲର ଇତିହାସର 2ୟ ଦ୍ରୁତତମ ଶତକ । 45 ଟି ବଲରୁ ନିଜର ପ୍ରଥମ ଆଇପିଏଲ୍ ଶତକ ପୂରଣ କରିଛନ୍ତି ପଞ୍ଜାବ ଓପନର ମୟଙ୍କ ଅଗ୍ରୱାଲ । ଯାହାକି ଆଇପିଏଲ ଇତିହାସରେ ତଥା କୌଣସି ଭାରତୀୟଙ୍କ ଦ୍ବାରା 2ୟ ଦ୍ରୁତତମ ଶତକ ହୋଇଛି । ଏହା ଛଡା ଚଳିତ ଆଇପିଏଲରେ ଏହା 2ୟ ଶତକ ହୋଇଥିବାବେଳେ ଦୁଇଟି ଯାକ ଶତକ କିଙ୍ଗସ ଏକାଦଶ ପଞ୍ଜାବ ଦଳରୁ ଆସିଛି ।

ତେବେ ମୟଙ୍କଙ୍କ ଏହି ଶତକୀୟ ପାଳିରେ 9ଟି ଚୌକା ଓ 7 ଛକା ଅନ୍ତର୍ଭୁକ୍ତ ରହିଛି । ପୂର୍ବରୁ ୟୁସୁଫ ପଠାନ ଆଇପିଏଲ ଇତିହାସର ପ୍ରଥମ ଦ୍ରୁତତମ ଶତକ ଯୋଡିଥିଲେ । 2010ରେ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ମ୍ୟାଚରେ 37 ବଲରୁ ଶତକ ଅର୍ଜନ କରିଥିଲେ ୟୁସୁଫ । ତେବେ ପୂର୍ବ ମ୍ୟାଚରେ ମୟଙ୍କ ଅଗ୍ରୱାଲ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ମ୍ୟାଚରେ ଦମଦାର 89 ରନର ପାଳି ଖେଳିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.