ETV Bharat / sports

ଆଇପିଏଲ 2020: ନୂଆ କର୍ତ୍ତୀମାନ ରଚିଲେ ମନୀଷ ପାଣ୍ଡେ

author img

By

Published : Oct 11, 2020, 10:11 PM IST

ଆଇପିଏଲରେ 3000 ରନ୍ ପୂରଣ କରି ରବିବାର ଦିନ ସନରାଇଜର୍ସ ହାଇଦ୍ରାବାଦ ବ୍ୟାଟ୍ସମ୍ୟାନ୍ ମନୀଷ ପାଣ୍ଡେ ।

ଆଇପିଏଲ 2020: ନୂଆ କର୍ତ୍ତୀମାନ ରଚିଲେ ମନୀଷ ପାଣ୍ଡେ
ଆଇପିଏଲ 2020: ନୂଆ କର୍ତ୍ତୀମାନ ରଚିଲେ ମନୀଷ ପାଣ୍ଡେ

ଦୁବାଇ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)ରେ 3000 ରନ୍ ପୂରଣ କରି ରବିବାର ଦିନ ସନରାଇଜର୍ସ ହାଇଦ୍ରାବାଦ ବ୍ୟାଟ୍ସମ୍ୟାନ୍ ମନୀଷ ପାଣ୍ଡେ ଆଉ ଏକ ମାଇଲଖୁଣ୍ଟ ହାସଲ କରିଛନ୍ତି ।

ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ରାଜସ୍ଥାନ ରୟାଲ୍ସ ବିପକ୍ଷରେ ପାଣ୍ଡେ ଏହି ସଫଳତା ହାସଲ କରିଛନ୍ତି । ସେ ଏହି ସଫଳତା ପାଇବାରୁ 9 ରନ୍ ଦୂରରେ ଥିଲେ । ସେ 3ଟି ଛକା ଓ ଦୁଇଟି ଚୌକା ସହିତ 54ରନର ପାଳି ଖେଳିଛନ୍ତି । ଏହି ଡାହାଣହାତୀ ବ୍ୟାଟ୍ସମ୍ୟାନ୍ ଆଇପିଏଲ୍ ଇତିହାସରେ 16 ତମ ଖେଳାଳି ଭାବେ ଟୁର୍ଣ୍ଣାମେଣ୍ଟରେ 3000 ରନ୍ ସଂଗ୍ରହ କରିଛନ୍ତି ।

31 ବର୍ଷୀୟା ପ୍ରଥମ ଭାରତୀୟ ଖେଳାଳି ଯିଏକି ଆଇପିଏଲରେ ଶତକ ହାସଲ କରିଥିଲେ । ଦକ୍ଷିଣ ଆଫ୍ରିକାରେ ଖେଳାଯାଇଥିବା ଆଇପିଏଲର 2009 ସଂସ୍କରଣରେ ପାଣ୍ଡେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ପାଇଁ ଖେଳୁଥିବା 73 ବଲରୁ ଅପରାଜିତ 114 ସ୍କୋର କରିଥିଲେ ।

ଗତ ସିଜିନରେ ପାଣ୍ଡେ 12 ଟି ମ୍ୟାଚରୁ ମୋଟ 344 ରନ୍ ସ୍କୋର କରିଥିଲେ । ସେ 2014 ସଂସ୍କରଣରେ ସର୍ବାଧିକ ରନ୍ ସଂଗ୍ରହ କରିଥିଲେ ଯେଉଁଠାରେ ତାଙ୍କର ସର୍ବଶ୍ରେଷ୍ଠ ସ୍କୋର ରହିଥିଲା 94ରନ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.