ETV Bharat / sports

ଡବଲହେଡର ମ୍ୟାଚ: ଆଜି ପ୍ରଥମ ମ୍ୟାଚରେ କେକେଆରକୁ ଭେଟିବ ଦିଲ୍ଲୀ - Kolkata vs Delhi

ଆଜି ଲିଗ୍‌ର ଡବଲହେଡର ମ୍ୟାଚର ପ୍ରଥମ ମ୍ୟାଚରେ କେକେଆରକୁ ଭେଟିବ ଦିଲ୍ଲୀ କ୍ୟାପିଟାଲ୍ସ । କୋଲକାତା ନାଇଟ ରାଇଡର୍ସ ପଏଣ୍ଟ ଟେବୁଲର 4ର୍ଥ ସ୍ଥାନରେ ରହିଥିବାବେଳେ 2ୟ ସ୍ଥାନରେ ରହିଛି ଦିଲ୍ଲୀ ।

ଡବଲହେଡର ମ୍ୟାଚ: ଆଜି ପ୍ରଥମ ମ୍ୟାଚରେ  କେକେଆରକୁ ଭେଟିବ ଦିଲ୍ଲୀ

author img

By

Published : Oct 24, 2020, 3:16 PM IST

ଦୁବାଇ: ଆଜି ଲିଗ୍‌ର 42ତମ ମ୍ୟାଚରେ କେକେଆରକୁ ଭେଟିବ ଦିଲ୍ଲୀ କ୍ୟାପିଟାଲ୍ସ । କୋଲକାତା ନାଇଟ ରାଇଡର୍ସ ପଏଣ୍ଟ ଟେବୁଲର 4ର୍ଥ ସ୍ଥାନରେ ରହିଥିବାବେଳେ 2ୟ ସ୍ଥାନରେ ରହିଛି ଦିଲ୍ଲୀ । ଉଭୟ ଦଳଙ୍କ ପୂର୍ବ ମ୍ୟାଚକୁ ଦେଖିଲେ କୋଲକାତାକୁ ଆରସିବି ଓ ଦିଲ୍ଲୀକୁ ପଞ୍ଜାବ ପରାସ୍ତ କରିଥିଲା ।

ଦିଲ୍ଲୀ ସମସ୍ତ ଫର୍ମାଟରେ ଭଲ ଫର୍ମରେ ରହିଛି । ପୂର୍ବ ମ୍ୟାଚରେ ଧଓ୍ବନ ଶତକୀୟ ପାଳି ଖେଳିଥିଲେ । ଲିଗ୍‌ ରେ କ୍ରମାଗତ 2ଟି ଶତକୀୟ ପାଳି ଖେଳଛନ୍ତି ସେ । ଏପରି ରେକର୍ଡ କରିବାରେ ସେ ପ୍ରଥମ ଖେଳାଳି । ଅଧିନାୟକ ଆୟର, ମାର୍କସ ଷ୍ଟୋଇନିସ ଏହି ସିଜନରେ ଭଲ ଫର୍ମରେ ଅଛନ୍ତି । ବ୍ୟାଟିଂର ନିମ୍ନ ଭାଗରେ ହେଟମାୟେର ଦଳ ପାଇଁ ଭଲ ସ୍କୋର ମଧ୍ୟ କରୁଛନ୍ତି । ପୃଥ୍ବୀ ଶ ଗତ କିଛି ମ୍ୟାଚରେ ଭଲ ଇଂନିସ ଖେଳି ପାରନ୍ତି । ଆଜି ନିଜ ଫର୍ମକୁ ଆସିବାକୁ ଚାହିଁବେ ।

ବୋଲିଂ ବିଭାଗରେ ରାବାଡା, ଅଶ୍ବିନ ଓ ଅକ୍ଷର ପଟେଲ ଭଲ ଫର୍ମରେ ଅଛନ୍ତି ।

ଅନ୍ୟପଟେ କୋଲକାତାର ଅଧିନାୟକ ମୋର୍ଗନଙ୍କ ରଣନୀତି ଦେଖିବାକୁ ପଡିବ କେଉଁ 3ଜଣ ବିଦେଶୀ ଖେଳାଳିଙ୍କୁ ଟିମରେ ସାମିଲ କରୁଛନ୍ତି । କାରଣ ରସେଲ ଆହତ କାରଣରୁ ପୂର୍ବ ମ୍ୟାଚ ଖେଳି ନଥିଲେ ।

ବୋଲିଂ ବିଭାଗରେ ଯୁବ ଖେଳାଳି ବେଶ୍‌ ଭଲ ପ୍ରଦର୍ଶନ କରିଛନ୍ତି । କିନ୍ତୁ ସବୁଠାରୁ ଦାମୀ ଖେଳାଳି ପାଟ କମିନ୍ସଙ୍କ ବୋଲିଂ ଯାଦୁ ଦେଖିବାକୁ ମିଳି ନାହିଁ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.