ETV Bharat / sports

ଆସନ୍ତା 18ରେ ଆଇପିଏଲ 2021ର ମିନି ନିଲାମୀ ପ୍ରକ୍ରିୟା

ଆଇପିଏଲ 2021 ପାଇଁ ଘୋଷଣା ହେଲା ଖେଳାଳିଙ୍କ ନିଲାମୀ ତାରିଖ। ଫେବ୍ରୁଆରୀ 18 ତାରିଖରେ ଚେନ୍ନାଇରେ ଆଇପିଏଲ 14ତମ ସଂସ୍କରଣ ପାଇଁ ନିଲାମୀ ପ୍ରକ୍ରିୟା କରାଯିବ। ଅଧିକ ପଢ଼ନ୍ତୁ...

author img

By

Published : Jan 27, 2021, 5:27 PM IST

ipl 2021 mini auction is going to held on february 18 at chennai
18 ତାରିଖ ଆଇପିଏଲ 2021ର ମିନି ନିଲାମୀ ପ୍ରକ୍ରିୟା

ନୂଆଦିଲ୍ଲୀ: ଆଇପିଏଲ 2021 ପାଇଁ ଘୋଷଣା ହେଲା ଖେଳାଳିଙ୍କ ନିଲାମୀ ତାରିଖ । ଫେବ୍ରୁଆରୀ 18 ତାରିଖରେ ଚେନ୍ନାଇରେ ଆଇପିଏଲ 14ତମ ସଂସ୍କରଣ ପାଇଁ ନିଲାମୀ ପ୍ରକ୍ରିୟା କରାଯିବ। ଏହାକୁ ନେଇ ଆଇପିଏଲ କର୍ତ୍ତୃପକ୍ଷ ଟ୍ବିଟ କରି ସୂଚନା ଦେଇଛନ୍ତି। ପୂର୍ବରୁ ଚଳିତ ବର୍ଷ ଆଇପିଏଲ ପାଇଁ ମିନି ନିଲାମୀ କରାଯିବ ବୋଲି ସୂଚନା ମିଳିଥିଲା।

ଚଳିତ ବର୍ଷ 8ଟି ଆଇପିଏଲ ଫ୍ରଞ୍ଚାଇଜି 139ଜଣ ଖେଳାଳିଙ୍କୁ ରିଟେନ କରିଛନ୍ତି। ସେପଟେ 57 ଜଣ ଖେଳାଳିଙ୍କୁ ଫ୍ରାଞ୍ଚାଇଜମାନେ ରିଲିଜ କରିଛନ୍ତି। ଏହି ତାଲିକାରେ ହରଭଜନ ସିଂହ ଓ ଆରୋନ ଫିଞ୍ଚଙ୍କ ଭଳି ଖେଳାଳି ସାମିଲ ରହିଛନ୍ତି। ସନରାଇଜର ହାଇଦ୍ରାବାଦ ସର୍ବାଧିକ 22ଜଣ ଖେଳାଳିଙ୍କୁ ରିଟେନ କରିଛି। ରୟାଲ୍ସ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର କେବଳ 12 ଜଣ ଖେଳାଳିଙ୍କୁ ରିଟେନ କରିଛି।

ନିଲାମୀ ପ୍ରକ୍ରିୟାରେ ଭାଗ ନେବା ପାଇଁ କିଙ୍ଗସ ଏକାଦଶ ପଞ୍ଜାବ ପାଖରେ ସର୍ବାଧିକ ରାଶି ରହିଛି। କିଙ୍ଗସ ଏକାଦଶ ପଞ୍ଜାବ ପାଖରେ 53 କୋଟି 20 ଲକ୍ଷ ଟଙ୍କା ରହିଛି। ଏହାପରେ ରୟାଲ୍ସ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପାଖରେ 35 କୋଟି 90 ଲକ୍ଷ ଟଙ୍କା ରହିଛି। ଏହାସହ ରାଜସ୍ଥାନ ରୟାଲ୍ସ ପାଖରେ 34 କୋଟି 85 ଲକ୍ଷ ଟଙ୍କା ରହିଛି।

ତେବେ କୋଲକାତା ନାଇଟ ରାଇଡର୍ସ ଓ ସନରାଇଜର ହାଇଦ୍ରାବାଦ ପାକେ ନିଲାମୀ ପ୍ରକ୍ରିୟାରେ ଭାଗ ନେବା ପାଇଁ କେବଳ 10 କୋଟି 75 ଲକ୍ଷ ଟଙ୍କା ରହିଛି। ଚେନ୍ନାଇ ସୁପର କିଙ୍ଗ୍ସ ପାଖରେ 22 କୋଟି 90 ଲକ୍ଷ ରହିଛି। ଦିଲ୍ଲୀ କ୍ୟାପିଟାଲ୍ସ ପାଖରେ 12 କୋଟି 90 କୋଟି ଟଙ୍କା ରହିଛି। 2020 ଆପିଏଲ ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସ ପାଖରେ 15 କୋଟି 35 ଲକ୍ଷ ଟଙ୍କା ରହିଛି। କୋଭିଡ-19 ଭାଇରସ ସଂକ୍ରମଣ ଯୋଗୁଁ ଆଇପିଏଲର 13ତମ ସଂସ୍କରଣ ୟୁଏଇରେ ଆୟୋଜନ କରାଯାଇଥିଲା। 2020 ସେପ୍ଟମ୍ବରରୁ ଆରମ୍ଭ ହୋଇ ନଭେମ୍ବରରେ ଶେଷ ହୋଇଥିଲା ଆଇପିଏଲ 2020।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.