ETV Bharat / sports

ଆଇପିଏଲ 2020: ପ୍ରଥମେ ବ୍ୟାଟିଂ କରିବ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର

ଆଇପିଏଲ 2020ରେ ଅଭିଯାନ ଆରମ୍ଭ କରିବେ ସନରାଇଜର୍ସ ହାଇଦ୍ରାବାଦ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । ଟସ ଜିତି ସନରାଇଜର୍ସ ହାଇଦ୍ରାବାଦର ବୋଲିଂ ନିଷ୍ପତି । ଫଳରେ ପ୍ରଥମେ ବ୍ୟାଟିଂ କରିବ ଆରସିବି ।

IPL 2020: SRH won the toss decided to bowl first
ଆଇପିଏଲ 2020: ପ୍ରଥମେ ବ୍ୟାଟିଂ କରିବ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର
author img

By

Published : Sep 21, 2020, 7:19 PM IST

Updated : Sep 25, 2020, 6:00 PM IST

ଦୁବାଇ: ଆଇପିଏଲ 2020ରେ ଅଭିଯାନ ଆରମ୍ଭ କରିବେ ସନରାଇଜର୍ସ ହାଇଦ୍ରାବାଦ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ କୋହଲିଙ୍କ ଆରସିବି ଟିମ ସହ ମୁହାଁମୁହିଁ ହେବ ଡେଭିଡ ୱାର୍ଣ୍ଣରଙ୍କ ସନରାଇଜର୍ସ ହାଇଦ୍ରାବାଦ । ଟସ ଜିତି ସନରାଇଜର୍ସ ହାଇଦ୍ରାବାଦର ବୋଲିଂ ନିଷ୍ପତି ନେଇଛି । ଫଳରେ ପ୍ରଥମେ ବ୍ୟାଟିଂ କରିବ ଆରସିବି ।

ପୂର୍ବରୁ ଟୁର୍ଣ୍ଣାମେଣ୍ଟର 4ଟି ଟିମ ମୁମ୍ବାଇ ଇଣ୍ଡିଆନ୍ସ, ଚେନ୍ନାଇ ସୁପର କିଙ୍ଗ୍ସ, ଦିଲ୍ଲୀ କ୍ୟାପିଟାଲ୍ସ ଓ କିଙ୍ଗ୍ସ ଇଲେଭନ ପଞ୍ଜାବ ପ୍ରଥମ ମ୍ୟାଚ ଖେଳିସାରିଛନ୍ତି । ପ୍ରଥମ ମ୍ୟାଚରେ ଧୋନିଙ୍କ ସିଏସକେ ମୁମ୍ବାଇ ଇଣ୍ଡିଆନ୍ସକୁ ହରାଇ ବିଜୟୀ ହୋଇଥିଲା । ଅନ୍ୟପଟେ ଦ୍ବିତୀୟ ମୁକାବିଲାରେ ସୁପର ଓଭରରେ ପଞ୍ଜାବ ବିପକ୍ଷରେ ବାଜି ମାରିଥିଲା ଦିଲ୍ଲୀ କ୍ୟାପିଟାଲ୍ସ ।

ଫଳରେ ଆଜି ତୃତୀୟ ମୁକାବିଲାରେ ବିଜୟରୁ ଅଭିଯାନ ଆରମ୍ଭ କରିବା ଲକ୍ଷ୍ୟରେ ଉଭୟ ହାଇଦ୍ରାବାଦ ଓ ବାଙ୍ଗାଲୋର । ଏହି ମ୍ୟାଚ ସହ ଦୀର୍ଘ ଦିନ ପରେ ମ୍ୟାଚ ଖେଳିବେ ବିରାଟ କୋହଲି । ସେଥିପାଇଁ ତାଙ୍କର ପ୍ରଦର୍ଶନ ଉପରେ ସମସ୍ତଙ୍କ ନଜର ରହିଛି ।

ସନରାଇଜର୍ସ ହାଇଦ୍ରାବାଦ (ଚୁଡାନ୍ତ ଏକାଦଶ): ଡେଭିଡ ୱାର୍ଣ୍ଣର(କ୍ୟାପଟେନ), ଜନ୍ନି ବେୟାରଷ୍ଟୋ(ୱିକେଟ କିପର), ମନିଷ ପାଣ୍ଡେ, ବିଜୟ ଶଙ୍କର, ମିଚେଲ ମାର୍ଶ, ପ୍ରିୟମ ଗର୍ଗ, ଅଭିଷେକ ଶର୍ମା, ରସିଦ ଖାନ, ଭୁବନେଶ୍ବର କୁମାର, ସନ୍ଦିପ ଶର୍ମା, ଟି.ନଟରାଜନ ।

ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଚୁଡାନ୍ତ ଏକାଦଶ): ବିରାଟ କୋହଲି(କ୍ୟାପଟେନ), ଆରୋନ ଫିଞ୍ଚ, ଦେବଦତ୍ତ ପାଡିକଲ, ବିରାଟ କୋହଲି(କ୍ୟାପଟେନ), ଏବି ଡି ଭିଲର୍ସ, ଜସ ଫିଲିପ(ୱିକେଟ କିପର), ଶିବମ ଦୁବେ, ୱାସିଂଟନ ସୁନ୍ଦର, ଡେଲ ଷ୍ଟେନ, ଉମେଶ ଯାଦବ, ନବଦୀପ ସାଇନି, ୟୁଜଭେନ୍ଦ୍ର ଚହଲ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Sep 25, 2020, 6:00 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.