ଆବୁଧାବି: ଶେଖ ଜାଏଦ ଷ୍ଟାଡିୟମରେ ଖେଳାଯାଇଥିବା ଆଇପିଏଲ 2020ର 39ତମ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗଲୋର ବିଜୟୀ ହୋଇଛି। କୋଲକାତା ନାଇଟ ରାଇଡର୍ସକୁ 8 ୱିକେଟରେ ହରାଇ ଏକ ବୃହତ ବିଜୟ ହାସଲ କରିଛି ବାଙ୍ଗ ଲୋର।
ଟସ୍ ଜିତି କେକେଆର୍ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ତେବେ ମ୍ୟାଚ ଆରମ୍ଭରୁ ହିଁ ଦଳ ବ୍ୟାଟିଂ ବିପର୍ଯ୍ୟୟର ଶିକାର ହୋଇଥିଲା। ପ୍ରଥମ 4 ଓଭରରେ କେକେଆର ନିଜର ଟପ ଅର୍ଡର ବ୍ୟାଟସମେନ 4 ଜଣଙ୍କ ୱିକେଟ ହରାଇଥିଲା। କେକେଆର ଟିମ ଅଧିନାୟକ ଇଅନ ମୋର୍ଗାନ କିଛି ସମୟ ପଡି଼ଆରେ ବିତାଇବାକୁ ସକ୍ଷମ ହୋଇଥିଲେ । ତେବେ ସେ କେବଳ 30 ରନ କରି ଆଉଟ ହୋଇଯାଇଥିଲେ । ଆଉ କେହି ଦଳ ସେଭଳି ଭଲ ପ୍ରଦର୍ଶନ କରି ପାରିନଥିଲେ। ଇଅନ ମୋର୍ଗାନଙ୍କ ପଛକୁ ଲକି ଫର୍ଗୁସନ 19 ଓ କୁଳଦୀବ ଯାଦବ 12 ରନ କରି ପାରିଥିଲେ।
![କୋଲକାତାକୁ 8 ୱିକେଟର ହରାଇଲା ବାଙ୍ଗାଲୋର](https://etvbharatimages.akamaized.net/etvbharat/prod-images/9264782_kkr.jpg)
ବାଙ୍ଗାଲୋରର ଷ୍ଟ୍ରାଇକ ବୋଲର ମହୋମ୍ମଦ ସିରାଜ ସର୍ବାଧିକ 3ଟି ୱିକେଟ ନେଇଥିଲେ। ତାଙ୍କ ପଛକୁ ବାଙ୍ଗାଲୋର ସ୍ପିନର ୟୁଜିବେନ୍ଦ୍ର ଚହଲ 2 ୱିକେଟ ନେଇଥିଲେ। ଏହାସହ ନବଦୀପ ସାଇନି ଓ ୱାଶିଂଟନ ସୁନ୍ଦର ଗୋଟିଏ ଲେଖାଏଁ ୱିକେଟ ନେଇ କେକେଆର ବ୍ୟାଟିଂ ଲାଇନକୁ ଧ୍ବସ୍ତ କରି ଦେଇଥିଲେ। ଫଳରେ ଦଳ ନିର୍ଦ୍ଧାରିତ 20 ଓଭରରେ କେବଳ 84 ରନ କରି ପାରିଥିଲା।
![କୋଲକାତାକୁ 8 ୱିକେଟର ହରାଇଲା ବାଙ୍ଗାଲୋର](https://etvbharatimages.akamaized.net/etvbharat/prod-images/9264782_khg.jpg)
ଜବାବରେ ବାଙ୍ଗାଲୋର ଟିମର ଓପନର ବ୍ୟାଟସ ଭଲ ବ୍ୟାଟିଂ କରିଥିଲେ। ଦେବଦତ୍ତ ପାଲିକଲ ଦ୍ରୁତ 17 ବଲରୁ 25 କରି ରନ ଆଉଟ ହୋଇଥିଲେ। ଏହାପରେ ଗୁରକିରତ ସିଂହ 21, ଆରୋନ ଫିଞ୍ଚ 16 ଓ କୋହଲି 18 ରନ କରି ଟିମକୁ ବିଜୟ ରାସ୍ତାକୁ ନେଇ ଯାଇଥିଲେ। ଫଳରେ ବାଙ୍ଗାଲୋର କେବଳ 15 ଓଭରରେ ନିଜର ବିଜୟ ଲକ୍ଷ୍ୟ ହାସଲ କରିନେଇଥିଲା। ମହୋମ୍ମଦ ସିରାଜ ଏହି ମ୍ୟାଚରେ ମ୍ୟାନ ଅଫ ଦ ମ୍ୟାଚ ହୋଇଛନ୍ତି।
ଆଇପିଏଲ ପଏଣ୍ଟ ତାଲିକାରେ ଆରସିବି ବର୍ତ୍ତମାନ ଦ୍ୱିତୀୟ ସ୍ଥାନରେ ରହିଛି। ଆରସିବି ବିପକ୍ଷରେ ମ୍ୟାଚ ହାରିବା ପରେ କେକେଆର ଚତୁର୍ଥ ସ୍ଥାନକୁ ଖସି ଆସିଛି।