ହାଇଦ୍ରାବାଦ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ର 13 ତମ ସିଜନରେ ଚେନ୍ନାଇ ସୁପର କିଙ୍ଗ୍ସର ସମସ୍ୟା ଥମିବାକୁ ନାଁ ନେଉନାହିଁ । ଅଭିଜ୍ଞ ବ୍ୟାଟ୍ସମ୍ୟାନ୍ ସୁରେଶ ରାଇନା ଏବଂ ସ୍ପିନର ହରଭଜନ ସିଂଙ୍କ ଅନୁପସ୍ଥିତି ଦଳର ଅବସ୍ଥା ବେହାଲ ବୋଇ ପଡିଛି । ବର୍ତ୍ତମାନ ପଏଣ୍ଟ ଟେବୁଲର ତଳ ଭାଗରେ ରିହଛି CSK ।
ଦଳ ପ୍ଲେ-ଅଫ ଆଶା କ୍ଷୀଣ ହୋଇଯାଉଥିବା ବେଳେ ପୁଣି ଦଳକୁ ଲାଗିଛି ଆଉ ଏକ ଝଟକା । ଆହତ କାରଣରୁ ଷ୍ଟାର ଅଲରାଉଣ୍ଡର ଡୱେନ ବ୍ରାଭୋ ଆଇପିଏଲ 2020ରୁ ବାଦ୍ ପଢିଛନ୍ତି । ଚେନ୍ନାଇର ସିଇଓ କାଶୀ ବିଶ୍ୱନାଥନ୍ ଏହି ସୂଚନା ଦେଇଛନ୍ତି । ବିଶ୍ୱନାଥନ୍ ଏକ ମିଡିଆ ଏଜେନ୍ସିକୁ କହିଛନ୍ତି ଯେ ବ୍ରାଭୋ ତାଙ୍କ ଜଙ୍ଘର ମାଂସପେଶୀରେ ଆଘାତ ହେତୁ ଟୁର୍ଣ୍ଣାମେଣ୍ଟରେ ଅଧିକ ଅଂଶଗ୍ରହଣ କରିପାରିବ ନାହିଁ ଏବଂ ଦିନେ କିମ୍ବା ଦୁଇ ଦିନ ପରେ ତାଙ୍କ ଘରକୁ ଫେରିବେ ।
ରାଇନା ଏବଂ ହରଭଜନଙ୍କ ଅନୁପସ୍ଥିତି ସମ୍ପର୍କରେ ବିଶ୍ୱନାଥନ୍ କହିଛନ୍ତି ଯେ ଏଥିରେ କୌଣସି ସନ୍ଦେହ ନାହିଁ ଯେ ଉଭୟ ରାଇନା ଏବଂ ହରଭଜନ ଦଳର ଗୁରୁତ୍ୱପୂର୍ଣ୍ଣ ଖେଳାଳି ଏବଂ ଆମେ ସେମାନଙ୍କୁ ହରାଉଛୁ । କିନ୍ତୁ ଆପଣଙ୍କୁ ବ୍ୟକ୍ତିଗତ ନିଷ୍ପତ୍ତିକୁ ସମ୍ମାନ କରିବାକୁ ପଡିବ।
ଦିଲ୍ଲୀ ରାଜଧାନୀ ବିପକ୍ଷ ମ୍ୟାଚରେ ବ୍ରାଭୋ ଆହତ ହୋଇଥିଲେ। ଏହା ପରେ ସେ 17 ଅକ୍ଟୋବରରେ ରାଜସ୍ଥାନ ବିପକ୍ଷରେ ଦଳରେ ଅନ୍ତର୍ଭୁକ୍ତ ହୋଇନଥିଲେ ଏବଂ ତାଙ୍କ ସ୍ଥାନରେ ଅଷ୍ଟ୍ରେଲୀୟ ଦ୍ରୁତ ବୋଲର ଜୋଶ ହାଜଲେଉଡ୍ ଦଳୀୟ ଏକାଦଶରେ ସାମିଲ ହୋଇଥିଲେ ।