ETV Bharat / sports

ଆଇପିଏଲ 2020: ହାଇଦ୍ରାବାଦକୁ ହରାଇ ପ୍ରଥମ ଥର ଫାଇନାଲରେ ଦିଲ୍ଲୀ

author img

By

Published : Nov 9, 2020, 2:09 AM IST

Updated : Nov 9, 2020, 7:39 AM IST

ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ, ନଭେମ୍ବର10(ମଙ୍ଗଳବାର) ମୁମ୍ବାଇ ଇଣ୍ଡିଆନ୍ସ ସହ ଫାଇନାଲ ମୁକାବିଲାରେ ମୁହାଁମୁହିଁ ହେବ ଦିଲ୍ଲୀ କ୍ୟାପିଟାଲ୍ସ । ଅଧିକ ପଢନ୍ତୁ...

IPL 2020: Clinical DC beat SRH by 17 runs, through to maiden IPL final
ଆଇପିଏଲ 2020: ହ୍ରାଇଦ୍ରାବାଦକୁ ହରାଇ ପ୍ରଥମ ଥର ଫାଇନାଲରେ ଦିଲ୍ଲୀ

ଆବୁଧାବି: କାଗିସୋ ରବାଡାଙ୍କ 4 ୱିକେଟ , ଶିଖର ଧାୱନଙ୍କ 78 ରନ ଓ ମାର୍କସ ଷ୍ଟୋଇନିସଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ , କ୍ବାଲିଫାୟର 2 ମୁକାବିଲାରେ 17 ରନରେ ସନରାଇଜର୍ସ ହାଇଦ୍ରାବାଦକୁ ହରାଇଛି । ଫଳରେ ଇଣ୍ଡିଆନ ପ୍ରିମିୟର ଲିଗ ଟୁର୍ଣ୍ଣାମେଣ୍ଟର ଫାଇନାଲରେ ପ୍ରଥମ ଥର ପହଞ୍ଚିଛି ଦିଲ୍ଲୀ । 190 ରନର ବିଜୟ ଲକ୍ଷ୍ୟକୁ ପିଛାକରିଥିବା ହାଇଦ୍ରାବାଦ ନିର୍ଧାରିତ 20 ଓଭରରେ 172/8ରେ ସୀମିତ ରହିଥିଲା ।

ଫଳରେ ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ, ନଭେମ୍ବର10(ମଙ୍ଗଳବାର) ମୁମ୍ବାଇ ଇଣ୍ଡିଆନ୍ସ ସହ ଫାଇନାଲ ମୁକାବିଲାରେ ମୁହାଁମୁହିଁ ହେବ ଦିଲ୍ଲୀ କ୍ୟାପିଟାଲ୍ସ । ଗ୍ରୁପ ପର୍ଯ୍ୟାୟରେ ସର୍ବାଧିକ ପଏଣ୍ଟ ସହ ପଏଣ୍ଟ ଟେବୁଲର ଶ୍ରେଷ୍ଠ ଦୁଇଟି ସ୍ଥାନ ମଧ୍ୟରେ ଥିବା ମୁମ୍ବାଇ(18 ପଏଣ୍ଟ) ଓ ଦିଲ୍ଲୀ (16) ମଧ୍ୟରେ ଟ୍ରଫି ଲଢେଇ ପାଇଁ ହେବ ।

ହାଇଦ୍ରାବାଦ କ୍ୟାପଟେନ ଡେଭିଡ ୱାର୍ଣ୍ଣର ଗୁରୁତ୍ବପୂର୍ଣ୍ଣ ମୁକାବିଲାରେ ବିଫଳ ହେବା ଟିମ ପାଇଁ ମହଙ୍ଗା ପଡିଥିଲା । ୱାର୍ଣ୍ଣର ମାତ୍ର ଦୁଇ ରନ କରିଥିବା ବେଳେ ଇଂନିସର ଦ୍ବିତୀୟ ଓଭରରେ କାଗିସୋ ରବାଡା, ୱାର୍ଣ୍ଣରଙ୍କୁ ପାଭିଲିୟନ ପଠାଇ ଦେଇଥିଲେ । ପରେ ମ୍ୟାଚର 4ର୍ଥ ଓଭରରେ ମାର୍କସ ଷ୍ଟୋଇନିସ ଅନ୍ୟତମ ଓପନର ପ୍ରିୟମ ଗର୍ଗ ଓ ମନିଷ ପାଣ୍ଡେଙ୍କୁ ଆଉଟ କରି ଦିଲ୍ଲୀକୁ ବଡ ସଫଳତା ଦେଇଥିଲେ । ଫଳରେ ପାୱରପ୍ଲେ ମଧ୍ୟରେ ଶୀର୍ଷକ୍ରମର ବ୍ୟାଟ୍ସମ୍ୟାନଙ୍କୁ ହରାଇ ସଙ୍କଟରେ ପଡିଥିଲା ହାଇଦ୍ରାବାଦ ।

ତେବେ ମଧ୍ୟକ୍ରମରେ ବ୍ୟାଟିଂ ପାଇଁ ଆସିଥିବା କେନ ୱିଲିୟମସନ, ଅଲରାଉଣ୍ଡର ଜେସନ ହୋଲ୍ଡରଙ୍କ ସହ ମିଶି ହାଇଦ୍ରାବାଦର ଇଂନିସକୁ ଆଗକୁ ବଢାଇଥିଲେ । 4ର୍ଥ ୱିକେଟ ଯୋଡିରେ ଉଭୟଙ୍କ ମଧ୍ୟରେ 46 ରନର ପାର୍ଟନରସିପ ହୋଇଥିଲା । ଏଥିସହ ହୋଲ୍ଡର ଆଉଟ ହେବାପରେ ଆବଦୁଲ ସମାଦଙ୍କ ସହ 5ମ ୱିକେଟରେ 57 ରନର ପାର୍ଟନରସିପ କରିଥିଲେ ୱିଲିୟମସନ । 45 ବଲରୁ 67 ରନର ଉପଯୋଗୀ ଅର୍ଦ୍ଧଶତକୀୟ ଇଂନିସ ଖେଳିଥିଲେ ୱିଲିୟମସନ । ଏହି ପାର୍ଟନରସିପ ସମୟରେ ଅରେଞ୍ଜ ଆର୍ମୀ ହାଇଦ୍ରାବାଦ କ୍ୟାମ୍ପରେ ବିଜୟର ଆଶା ସଞ୍ଚାର ହୋଇଥିଲା ।

ମାତ୍ର ଷ୍ଟୋଇନିସ ୱିଲିୟମସନଙ୍କୁ ଓ ରବାଡା ସମାଦଙ୍କ ୱିକେଟ ଦଖଲ କରି ହାଇଦ୍ରାବାଦକୁ ପରାଜୟ ମୁହଁକୁ ଠେଲିଦେଇଥିଲେ । ଶେଷ ଭାଗରେ ରସିଦ ଖାନ କିଛି ବଡ ସଟ ଖେଳିବାକୁ ସଫଳ ହୋଇଥିଲେ ମଧ୍ୟ ଟିମକୁ ବିଜୟୀ କରାଇ ପାରିନଥିଲେ ।

ପୂର୍ବରୁ ଶିଖର ଧାୱନ ଓ ମାର୍କସ ଷ୍ଟୋଇନିସଙ୍କ ମଧ୍ୟରେ 86 ରନର ଓପନିଂ ପାର୍ଟନରସିପ ଓ ଶେଷ ଭାଗରେ ସିମ୍ରନ ହେଟମେୟରଙ୍କ ଅପରାଜିତ ଦ୍ରୁତ 42 ରନ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ ନିର୍ଧାରିତ 20 ଓଭରରେ 3 ୱିକେଟ ହରାଇ 189 ରନ ସଂଗ୍ରହ କରିଥିଲା ।

ସଂକ୍ଷିପ୍ତ ସ୍କୋର: ଦିଲ୍ଲୀ କ୍ୟାପିଟାଲ୍ସ 189/3, 20 ଓଭର(ଶିଖର ଧାୱନ 78, ସିମ୍ରନ ହେଟମେୟର ଅପରାଜିତ 42; ରସିଦ ଖାନ 1/26) ସନରାଇଜର୍ସ ହାଇଦ୍ରାବାଦ 20 ଓଭର(କେନ ୱିଲିୟମସନ 62, ଅବଦୁଲ ସମାଦ 33; କାଗିସୋ ରବାଡା 4/29)

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Nov 9, 2020, 7:39 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.