ETV Bharat / sports

ଆରସିବିର ବିଦାୟ ପରେ ‘ବାୟୋ-ବବୁଲ‘ରେ ଏବେ ବିରାଟ - Virat Kohli

ଶୁକ୍ରବାର ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)ର 13 ତମ ସଂସ୍କରଣରରୁ ବିଦାୟ ନେବା ପରେ ଭାରତୀୟ ଦଳର ଆଗାମୀ ଅଷ୍ଟ୍ରେଲିଆ ଗସ୍ତ ପାଇଁ ପ୍ରସ୍ତୁତ ଆରମ୍ଭ କରିଛନ୍ତି ଅଧିନାୟକ ବିରାଟ କୋହଲି ।

ଆରସିବିର ବିଦାୟ ପରେ ‘ବାୟୋ-ବବୁଲ‘ରେ ଏବେ ବିରାଟ

author img

By

Published : Nov 7, 2020, 5:34 PM IST

ଦୁବାଇ: ଶୁକ୍ରବାର ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)ର 13 ତମ ସଂସ୍କରଣରରୁ ବିଦାୟ ନେବା ପରେ ଭାରତୀୟ ଦଳର ଆଗାମୀ ଅଷ୍ଟ୍ରେଲିଆ ଗସ୍ତ ପାଇଁ ପ୍ରସ୍ତୁତ ଆରମ୍ଭ କରିଛନ୍ତି ଅଧିନାୟକ ବିରାଟ କୋହଲି । ତେବେ ଏଥି ପାଇଁ ପୂର୍ବନିର୍ଦ୍ଧାରିତ ଯୋଜନା ଅନୁସାରେ ବିରାଟ ଏବେ ୟୁଏଇରେ ଭାରତୀୟ ଦଳ ପାଇଁ ପ୍ରସ୍ତୁତ ବାୟୋ-ବବୁଲ (ଜୈବ ସୁରକ୍ଷା ବଳୟ) ମଧ୍ୟକୁ ପ୍ରବେଶ କରିଛନ୍ତି ।

ବିରାଟ କୋହଲି
ବିରାଟ କୋହଲି

ଉଲ୍ଲେଖଥାଉ କି ଗତକାଲି(ଶୁକ୍ରବାର) ଖେଳାଯାଇଥିବା ଆଇପିଏଲର ଏଲିମିନେଟର ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦଠାରୁ 6 ୱିକେଟରେ ପରାସ୍ତ ହେବା ପରେ ବିରାଟ କୋହଲିଙ୍କ ନେତୃତ୍ବାଧିନ ଦଳ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଟୁର୍ଣ୍ଣାମେଣ୍ଟରୁ ବାଦ ପଡିଛି । ଫଳରେ ବିରାଟ ଏବେ ଆଇପିଏଲରୁ ମୁକ୍ତ ହୋଇଯିବା ପରେ ଆଗାମୀ ଅଷ୍ଟ୍ରେଲିଆ ଗସ୍ତ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଥିବା ସୂତ୍ରରୁ ଖବର ମିଳିଛି । ତେବେ କୋଭିଡ-19 ପାଇଁ ଭାରତର ଅଷ୍ଟ୍ରେଲିଆ ଗସ୍ତ ସିରିଜ ପାଇଁ ଏହି ଜୈବ ସୁରକ୍ଷା ବଳୟର ବ୍ୟବସ୍ତା କରାଯାଇଛି । ଯେଉଁଠି ଗସ୍ତ ପାଇଁ ଚୟନ ହୋଇଥିବା ସମସ୍ତ ଖେଳାଳି ଓ ଦଳର ସ୍ପୋର୍ଟ ଷ୍ଟାଫ ଓ କୋଚ୍‌ ଏହି ସୁରକ୍ଷା ବଳୟରେ କ୍ବାରେଣ୍ଟାଇନରେ ରହିବା ପରେ ଅଷ୍ଟ୍ରେଲିଆ ଗସ୍ତ କରିବେ ।

ବିରାଟ କୋହଲି
ବିରାଟ କୋହଲି

ସୂତ୍ରରୁ ପ୍ରକାଶ, "କୋହଲି ଗତକାଲି ବିଳମ୍ବିତ ରାତିରେ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷ ଖେଳ ପରେ ଟିମ୍ ଇଣ୍ଡିଆ ବବୁଲକୁ ଯାଇଥିଲେ । ସେ ଦିନେ କିମ୍ବା ଦୁଇ ଦିନ ଛୁଟି ନେଇ ଅଷ୍ଟ୍ରେଲିଆରେ ସିରିଜ୍ ପାଇଁ ପ୍ରସ୍ତୁତି ଆରମ୍ଭ କରିବେ। " ମୟଙ୍କ ଅଗ୍ରୱାଲ ଏବଂ ସମସ୍ତ ଟେଷ୍ଟ ବିଶେଷଜ୍ଞ ଚେତେଶ୍ୱର ପୂଜାରା ଏବଂ ହନୁମା ବିହାରୀଙ୍କ ସହ ଆଇପିଏଲରେ ନିଜର ଅଭିଯାନ ଶେଷ ହେବା ପରେ ପ୍ରସ୍ତୁତି ଆରମ୍ଭ କରିସାରିଛନ୍ତି । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଭାରତୀୟ ଦଳର କିଛି ଖେଳାଳି ଶୁକ୍ରବାର ଠାରୁ ଆଡିଲେଡରେ ଖେଳାଯିବାକୁ ଥିବା ପ୍ରଥମ ଡେ-ନାଇଟ ଟେଷ୍ଟ ମ୍ୟାଚ ପାଇଁ ଗୋଲାପୀ ବଲରେ ପ୍ରସ୍ତୁତି ଆରମ୍ଭ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.