ବିଶାଖାପଟନମ: ଦିଲ୍ଲୀ କ୍ୟାପିଟାଲ୍ସକୁ ହରାଇ ଆଇପିଏଲ ଫାଇନାଲରେ ପହଞ୍ଚିଛି ଚେନ୍ନାଇ ସୁପରକିଙ୍ଗ୍ସ । ସ୍ଥାନୀୟ ଏସିଏ-ଭିଡିସିଏ ଷ୍ଡାଡିୟମରେ ଦ୍ବିତୀୟ କ୍ବାଲିଫାୟର ମ୍ୟାଚ ଖେଳା ଯାଇଥିଲା । ଏହି ମ୍ୟାଚରେ ଚେନ୍ନାଇ 6 ୱିକେଟରେ ବିଜୟୀ ହୋଇଛି ।

ଫଳରେ 12 ତାରିଖରେ ମୁମ୍ବାଇ ଇଣ୍ଡିଆନ୍ସ ସହିତ ଚେନ୍ନାଇ ସୁପରକିଙ୍ଗ୍ସର ମୁକାବଲା ହେବ । ଚଳିତ ଆଇପିଏଲର ଫାଇନାଲ ମ୍ୟାଚ ହାଇଦ୍ରାବାଦରେ ଖେଳାଯିବ । ଚେନ୍ନାଇ 8ମଥର ପାଇଁ ଫାଇନାଲକୁ ଯିବା ପରେ ଖୁସି ମନାଇଛନ୍ତି ସବୁ ଖେଳାଳି ।

କ୍ୟାପଟେନ ଧୋନୀ ଝିଅ ଜିଭାଙ୍କ ସହ ବିଜୟ ଖୁସି ମନାଇଥିଲେ । ଜିଭା ଧୋନୀଙ୍କୁ ଖୁସିରେ ଚୁମା ଦେଇଥିଲେ । ପରେ ଧୋନୀ କିଛି ସମୟ ପଡ଼ିଆରେ ଜିଭା ଓ ରୈନାଙ୍କ ଝିଅଙ୍କ ସହ ଖେଳିଥିଲେ । ଏହି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।