ETV Bharat / sports

ଗମ୍ଭୀରଙ୍କୁ କୋହଲିଙ୍କ ଜବାବ

ଯଦି ବାହାରେ ବସିଥିବା ସମସ୍ତ ଲୋକଙ୍କ କଥା ମୁଁ ଶୁଣିବି ତେବେ 5ଟି ମ୍ୟାଚ ମଧ୍ୟ ଖେଳି ପାରିବି ନାହିଁ ଓ ଘରେ ବସିବି।

author img

By

Published : Mar 23, 2019, 2:15 PM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ଚେନ୍ନାଇ: ଗମ୍ଭୀରଙ୍କ ଟିପ୍ପଣିର କଡା ଜବାବ ଦେଇଛନ୍ତି କ୍ୟାପ୍ଟେନ କୋହଲି। କୋହଲି କହିଛନ୍ତି ଯଦି ବାହାରେ ବସିଥିବା ଲୋକ କଣ କହୁଛି ଆମେ ଭାବିବୁ ତାହାଲେ ଘରେ ବସିବାକୁ ପଡିବ। ଗମ୍ଭୀରଙ୍କ ନାଁ ନେଇନଥିଲେ ମଧ୍ୟ କୋହଲିଙ୍କ ଜବାବରୁ ସମସ୍ତେ ବୁଝିଯାଇଥିଲେ ଏହା ଗମ୍ଭୀରଙ୍କ ପାଇଁ ଥିଲା ।

ନିଜ ଜବାବରେ କୋହଲି କହିଛନ୍ତି ‘ନିଶ୍ଚିତ ମୁଁ ଭାବେ ଆଇପିଏଲ ଜିତିବାକୁ ଚାହେଁ। ମୁଁ ତାହା ହିଁ କରୁଛି ଯାହା ମୋଠାରୁ ଆଶା କରାଯାଉଛି। ମୁଁ ଆଇପିଏଲ ଜିତିବା ନଜିତିବା ନେଇ ଆଲୋଚନା ଉପରେ ଚିନ୍ତା କରେ ନାହିଁ। ମୁଁ ଚେଷ୍ଟା କରେ ଯେ ନିଜର ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିବି । ମୁଁ ସମସ୍ତ ସମ୍ଭାବିତ ମ୍ୟାଚ ଟୁର୍ଣ୍ଣାମେଣ୍ଟ ଜିତିବାକୁ ଚାହେଁ, କିନ୍ତୁ ବେଳେ ବେଳେ ଏପରି କରିବା ସମ୍ଭବ ହୋଇ ନଥାଏ।’
କୋହଲି ଆହୁରି ମଧ୍ୟ କହିଛନ୍ତି ଯେ ‘ଆମେ ଭାବିବା ଦରକାର ଆମେ କାହିଁକି ଜିତି ପାରିଲୁ ନାହିଁ। ଯଦି ବାହାରେ ବସିଥିବା ସମସ୍ତ ଲୋକଙ୍କ କଥା ମୁଁ ଶୁଣିବି ତେବେ 5ଟି ମ୍ୟାଚ ମଧ୍ୟ ଖେଳି ପାରିବି ନାହିଁ ଓ ଘରେ ବସିବି।’

ଆଇସିସି ବିଶ୍ୱକପ ପାଇଁ ସତେଜ ରହିବା ପାଇଁ ଜଦି ଆଇପିଏଲର ଗୋଟିଏ ଦୁଇଟି ମ୍ୟାଚରେ ବାହାରେ ବସିବାକୁ ପଡେ ତାହେଲେ କୌଣସି ଅସୁବିଧା ନାହିଁ, ବୋଲି କହିଛନ୍ତି କୋହଲି। ଶୁକ୍ରାବାର ମ୍ୟାଚ ପୂର୍ବ ସାମ୍ୱାଦିକ ସମ୍ମିଳନୀରେ କୋହଲି ଏପରି ମତ ଦେଇଛନ୍ତି।

ସୂଚନା ଯୋଗ୍ୟ ଯେ ପୂର୍ବତନ ଖେଳାଳି ଗୌତମ ଗମ୍ଭୀର କୋହଲିଙ୍କୁ ଟାର୍ଗେଟ କରି କହିଥିଲେ ଯେ, କୋହଲି ଜଣେ ଚାଲାକ ଅଧିନାୟକ ନୁହଁନ୍ତି । ଆଇପିଏଲରେ ଅଧିନାୟକ ଭାବେ କୋହଲିଙ୍କ ରେକର୍ଡ ସେତେ ଭଲ ନୁହେଁ । ଆଇପିଏଲରେ କ୍ୟାପ୍ଟେନ ଭାବେ ଦାୟିତ୍ବ ନେବା ପରଠାରୁ ଏପର୍ଯ୍ୟନ୍ତ 8 ବର୍ଷ ବିତିଗଲାଣି । କିନ୍ତୁ ବିଶ୍ବର ଏହି ଦାମି କ୍ରିକେଟ ଲିଗ୍‌ର ଟାଇଟଲ ହାତେଇବାରେ ସେ ବିଫଳ ହୋଇଛନ୍ତି । ଉତ୍ତମ ପ୍ରଦର୍ଶନ କରି ଦଳର ଚତ୍ମକାର ନେତୃତ୍ବ ନେଇଥିଲେ ମଧ୍ୟ କୌଣସି ସଂସ୍କରଣରେ ସେ ଚାମ୍ପିଆନ ହୋଇପାରିନାହାନ୍ତି ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.