ETV Bharat / sports

ଚେନ୍ନାଇ ବନାମ ବେଙ୍ଗାଲୁରୁ: ଜାଣନ୍ତୁ ମ୍ୟାଚର 5 ଟପ ପ୍ଲେୟାରଙ୍କୁ - ସିଏସକେ

ଦୁଇ ଦଳ ମଧ୍ୟରେ ମ୍ୟାଚକୁ ନେଇ ଫ୍ୟାନ୍ସ ଉତ୍ସାହିତ ଅଛନ୍ତି । ଡିଫେଣ୍ଡିଂ ଚମ୍ପିଆନ ସିଏସକେକୁ ସାମନା କରିବା ଆରସିବି ପାଇଁ ଚ୍ୟାଲେଞ୍ଜ ହେବ ନିଶ୍ଚୟ । ରେକର୍ଡ ଓ ଫର୍ମ ଉଭୟରେ ଆଗରେ ରହିଛି ଚେନ୍ନାଇ ।

ଫାଇଲ ଫଟୋ
author img

By

Published : Mar 23, 2019, 11:07 PM IST

ବେଙ୍ଗାଲୁରୁ: ଆଉ ରହିଲା ମାତ୍ର ଅଳ୍ପ ସମୟ । ଆରମ୍ଭ ହୋଇଯିବ କ୍ରିକେଟର ଫଟାଫଟ ଖେଳ । ବିଶ୍ବର ସବୁଠାରୁ ଧନଶାଳୀ ଟ୍ବେଣ୍ଟି20 ଲିଗର ଦ୍ବାଦଶ ସଂସ୍କରଣର ଶୁଭାରମ୍ଭ ହେବ । ଚେନ୍ନାଇରେ ଖେଳାଯିବ ଚେନ୍ନାଇ ସୁପର କିଙ୍ଗସ(ସିଏସକେ) ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆରସିବି) ମଧ୍ୟରେ ଇଣ୍ଡିଆନ ପ୍ରିମିୟର ଲିଗ(ଆଇପିଏଲ)ର ଉଦଘାଟନୀ ମ୍ୟାଚ ।

ଦୁଇ ଦଳ ମଧ୍ୟରେ ମ୍ୟାଚକୁ ନେଇ ଫ୍ୟାନ୍ସ ଉତ୍ସାହିତ ଅଛନ୍ତି । ଡିଫେଣ୍ଡିଂ ଚମ୍ପିଆନ ସିଏସକେକୁ ସାମନା କରିବା ଆରସିବି ପାଇଁ ଚ୍ୟାଲେଞ୍ଜ ହେବ ନିଶ୍ଚୟ । ରେକର୍ଡ ଓ ଫର୍ମ ଉଭୟରେ ଆଗରେ ରହିଛି ଚେନ୍ନାଇ । ତେବେ ସବୁବେଳେ ଚ୍ୟାଲେଞ୍ଜକୁ ଦୃଢତାର ସହ ଗ୍ରହଣ କରୁଥିବା କୋହଲି ଏହି ମ୍ୟାଚ ପାଇଁ ଏକଦମ ପ୍ରସ୍ତୁତ ଅଛନ୍ତି । ଗତ ସମସ୍ତ ସିଜିନରେ ବିଫଳ ହୋଇଥିବା ଆରସିବି ଏଥର ଟାଇଟେଲ ଜିତିବାକୁ ନିଶ୍ଚୟ ଉଦ୍ୟମ କରିବ । ଏହି ଅବସରରେ ଆସନ୍ତୁ ନଜର ପକାଇବା ଉଭୟ ଦଳର ଟପ 5 ପ୍ଲେୟାରଙ୍କ ଉପରେ ଯିଏ କୌଣସି ମୂହୁର୍ତ୍ତରେ ମ୍ୟାଚର ଭାଗ୍ୟ ବଦଳାଇବାର ଦକ୍ଷତା ରଖିଛନ୍ତି ।

Suresh Raina
ସୁରେଶ ରୈନା(ଫାଇଲ ଫଟୋ)

ସୁରେଶ ରୈନା

ଆଇପିଏଲର ସବୁ ସିଜିନରେ ଯଦି କେହି ବ୍ୟାଟ୍ସମ୍ୟାନଙ୍କ ବ୍ୟାଟ ଚାଲିଛି ସେ ହେଉଛନ୍ତି ସିଏସକେର ସୁରେଶ ରୈନା । ଆଇପିଏଲ ଇତିହାସରେ ସେ ସବୁଠାରୁ ସଫଳତମ ଖେଳାଳି । ସେ ଏହି ଧନଶାଳୀ ଲିଗ୍‌ର ସର୍ବାଧିକ ରନ ସଂଗ୍ରହକାରୀ । ଏପର୍ଯ୍ୟନ୍ତ ମୋଟ 176ଟି ମ୍ୟାଚରୁ ରୈନା 34.37 ଆଭରେଜରେ 4985 ରନ ସ୍କୋର କରିଛନ୍ତି । ଏଥର ମଧ୍ୟ ତାଙ୍କଠାରୁ ଦଳ ଉତ୍ତମ ପ୍ରଦର୍ଶନର ଆଶା ରଖିଛି ।

Virat Kohli
ବିରାଟ କୋହଲି(ଫାଇଲ ଫଟୋ)

ବିରାଟ କୋହଲି

ଆଇପିଏଲ ଇତିହାସରେ ସେ 2ୟ ସଫଳତମ ଖେଳାଳି । ସର୍ବାଧିକ ରନ ସଂଗ୍ରହ ତାଲିକାରେ ରୈନାଙ୍କ ପଛକୁ ସେ ଦ୍ବିତୀୟରେ ଅଛନ୍ତି । 163ଟି ମ୍ୟାଚରୁ 38.35 ଆଭରେଜରେ ସେ 4898 ରନ କରିଛନ୍ତି । ବିରାଟ ଜଣେ ଏପରି ଖେଳାଳି ଯାହାଙ୍କ ଖେଳ ଦେଖିବାକୁ କେବଳ ଆରସିବି ଫ୍ୟାନ୍ସ ନୁହନ୍ତି ବରଂ ବିପକ୍ଷ ଦଳର ଫ୍ୟାନ୍ସ ମଧ୍ୟ ଚାହିଁ ବସିଥାନ୍ତି । ଆରସିବି ପ୍ରଥମ ଥର ଚମ୍ପିଆନ ହେବାକୁ ଆଶା ରଖିଥିବାବେଳେ କୋହଲିଙ୍କ ପ୍ରଦର୍ଶନ ଉପରେ ଦଳ ଅନେକ ନିର୍ଭର କରେ ।

ABD
ଏବି ଡିଭିଲିୟର୍ସ(ଫାଇଲ ଫଟୋ)

ଏବି ଡିଭିଲିୟର୍ସ

ଦକ୍ଷିଣ ଆଫ୍ରିକାର ଏହି ପୂର୍ବତନ ଖେଳାଳି କ୍ରିକେଟ ଇତିହାସରେ ମିଷ୍ଟର 360 ଡିଗ୍ରୀ ବୋଲି ପରିଚିତ । ଫ୍ୟାନ୍ସ କୌଣସି ବି ଟିମର ହୁଅନ୍ତୁ କିନ୍ତୁ ଡିଭିଲିୟର୍ସଙ୍କୁ ପଡିଆରେ ଦେଖିବାକୁ ସମସ୍ତେ ଇଚ୍ଛାପ୍ରକାଶ କରନ୍ତି । ଏକାକି କୌଣସି ମ୍ୟାଚର ମଙ୍ଗ ମୋଡିବାରେ ଡିଭିଲିୟର୍ସ ସମର୍ଥ । ପଡିଆର ସବୁ କୋଣକୁ ବଲ ପଠାଇବାରେ ଏବି ସମର୍ଥ । ଏପର୍ଯ୍ୟନ୍ତ ସେ 141ଟି ମ୍ୟାଚରୁ 40 ଆଭରେଜରେ 3953 ରନ ସଂଗ୍ରହ କରିଛନ୍ତି ।

Sam Bilings
ସାମ୍‌ ବିଲିଙ୍ଗସ(ଫାଇଲ ଫଟୋ)

ସାମ୍‌ ବିଲିଙ୍ଗସ

ଜଣେ ବିସ୍ଫୋରକ ବ୍ୟାଟ୍ସମ୍ୟାନ ଓ ଫିନିସର ଭାବେ ସାମ୍‌ ପ୍ରସିଦ୍ଧ । ଇଂଲଣ୍ଡର ଏହି ଖେଳାଳି ଚେନ୍ନାଇ ପକ୍ଷରୁ ଗତବର୍ଷ ଖେଳି ଚତ୍ମକାର ପ୍ରଦର୍ଶନ କରିଥିଲେ । ତାଙ୍କ ପାଖରୁ ଦଳକୁ ଅନେକ ଆଶା ରହିଛି । ନିକଟରେ ତାଙ୍କ ଫର୍ମ ଦେଖିଲେ ପ୍ରଥମ ମ୍ୟାଚରେ ସେ ଦଳୀୟ ଏକାଦଶରେ ସ୍ଥାନ ପାଇପାରନ୍ତି ।

Shivam dubey
ଶିବମ ଦୁବେ(ଫାଇଲ ଫଟୋ)

ଶିବମ ଦୁବେ

ଏଥର ଆଇପିଏଲ ନିଲାମୀରେ କୋଟିପତି ଖେଳାଳି ପାଲଟିଛନ୍ତି ଶିବମ ଦୁବେ । ଘରୋଇ କ୍ରିକେଟରେ ଚତ୍ମକାର ପ୍ରଦର୍ଶନ କରିଥିବା ଶିବମଙ୍କୁ ଆରସିବି 5 କୋଟି ଟଙ୍କାରେ କିଣିଛି । ଏହି ଯୁବ ଖେଳାଳିଙ୍କଠାରୁ ଦଳ ଅନେକ ଆଶା ରଖିଛି ।

ଅନୁଗୋଳ ପାଲଲହାଡ଼ା ରେ ପୁଣି ସଡକ ଦୁର୍ଘଟଣା ।ପୁଣି 149 ନମ୍ବର ଜାତୀୟ ରାଜପଥ  ଝିମିରିପାଲି ନିକଟରେ ଟ୍ରକ  କୁ ପଛ ପଟୁ ଧକ୍କା ଦେଲା ଅଟୋ ଜଣେ ମହିଳାଙ୍କ ସମେତ ତିନି ଗୁରୁତର । ଗୁରତର ଙ୍କୁ ପାଳଲହଡା ଡାକ୍ତରଖାନା ରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ତେବେ ପାଳଲହଡା ଦେଇ ଯାଇଥିବା 149 ନମ୍ବର ଜାତୀୟ ରାଜପଥରେ ପ୍ରତ୍ୟେହ ଦୁର୍ଘଟଣା ଘଟୁଥିବା ବେଳେ ଆଜି ମଧ୍ୟ ରାତି 9 ଘଟିକା ସମୟରେ ଝିମିରିପାଲି ଛକ ନିକଟରେ ଖମାର ପଟୁ ପାଳଲହଡା ଅଭିମୁଖେ ଏକ ଅଟୋ ରେ ତିନିଜଣ ଆସୁଥିବା ବେଳେ ହଠାତ ଭାରସାମ୍ୟ ହରାଇ ଏକ ଟ୍ରକ ପଛପଟୁ ଅଟୋଟି ଧକ୍କା ଦେବାରୁ ଘଟଣା ସ୍ଥଳରେ ଜଣେ ମହିଳାଙ୍କ ସମେତ ତିନି ଜଣ ଗୁରୁତର ହୋଇଥିବା ବେଳେ ଅଳ୍ପକେ ତିନି ବର୍ଷ ର ଶିଶୁ ବର୍ତ୍ତି ଯାଇଛି , ଘଟଣା ସ୍ଥଳରେ ପାଳଲହଡା ପୁଲିସ ପହଞ୍ଚି ଆହତ ମାନଙ୍କୁ ପାଳଲହଡା ଡାକ୍ତର ଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିବା ବେଳେ ତଦନ୍ତ ଆରମ୍ଭ କରିଛନ୍ତି , ସମସ୍ତ ଆହତ ମାନେ ସାମିଆପାଲି ଅଞ୍ଚଳର ବୋଲି ଜଣା ପଡିଛି।
Visual on ftp

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.