ନୂଆଦିଲ୍ଲୀ: ରିୟାନ ପରାଗ । ଆଇପିଏଲରେ ଏହି ନାଁ ଏବେ ଅପରିଚିତ ନୁହେଁ । ଉତ୍ତର ପୂର୍ବ ରାଜ୍ୟର ଆଇପିଏଲ ଖେଳୁଥିବା ଦ୍ବିତୀୟ ଖେଳାଳି ରିୟାନ । ରାଜସ୍ଥାନ ରୟାଲ୍ସ ଦଳର ଏହି ଯୁବ ବ୍ୟାଟ୍ସବ୍ୟାନଙ୍କୁ ନେଇ କିଛି ମଜାଦାର ତଥ୍ୟ ସାମ୍ନାକୁ ଆସିଛି ।
ରିୟାନଙ୍କ ସ୍ବପ୍ନର ଖେଳାଳି ହେଉଛନ୍ତି ଧୋନୀ । ରିୟାନଙ୍କୁ ଯେବେ 5ବର୍ଷ ହୋଇଥିଲା, ସେତେବେଳେ ସେ ଧୋନୀଙ୍କୁ ଭେଟିଥିଲେ । ଗତ 2007ରେ ଗୌହାଟିରେ ଭାରତ ପାକିସ୍ଥାନ ମ୍ୟାଚ ଥିଲା । ପାଞ୍ଚ ମ୍ୟାଚ ବିଶିଷ୍ଟ ସିରିଜରେ ପ୍ରଥମ ମ୍ୟାଚ ଖେଳାଯାଉଥିଲା । ଧୋନୀଙ୍କ 63 ବଲରୁ 77ରନ ବଳରେ ଭାରତ ପାକିସ୍ଥାନକୁ ହରାଇଥିଲା । 240ରନର ଟାର୍ଗେଟକୁ ଭାରତ ଚେସ୍ କରିଥିଲା । ଅଧିନାୟକ ଧୋନୀ ଦମଦାର ଇନିଂସ ପାଇଁ ମ୍ୟାନ ଅଫ ଦି ମ୍ୟାଚ ହୋଇଥିଲେ ।
ସେତେବେଳେ ଧାଡିରେ ବହୁ ସମୟ ଅପେକ୍ଷା କରି 5ବର୍ଷିୟ ରିୟାନ ଧୋନୀଙ୍କୁ ଭେଟିଥିଲେ । ଫଟୋ ଉଠାଇଥିଲେ । ତା ' ପରଠୁ ରିୟାନ କ୍ରିକେଟର ହେବାପାଇଁ ସ୍ବପ୍ନ ଦେଖିଥିଲେ । ଆଉ ଧୋନୀ ତାଙ୍କର ସ୍ବପ୍ନର ଖେଳାଳି ପାଲଟି ଯାଇଥିଲେ ବୋଲି ରିୟାନ କୁହନ୍ତି ।
ରିୟାନଙ୍କ ବୟସ ଏବେ 17 । ଦିନେ ଧୋନୀଙ୍କ ସହିତ ମ୍ୟାଚ ଖେଳିବା ତାଙ୍କର ସ୍ବପ୍ନ ଥିଲା । ନିକଟରେ ରାଜସ୍ଥାନ ବିପକ୍ଷ ମ୍ୟାଚ ଯାହା ଏହାକୁ ସଫଳ କରଛି । ରିୟାନଙ୍କ ସ୍ବପ୍ନ ସତ ହୋଇଛି । ସେ ନିଜକୁ ଗର୍ବିତ ମନେ କରୁଛନ୍ତି । ରିୟାନ ତାଙ୍କର ଆଇପିଏଲ ଡେବ୍ୟୁ ମଧ୍ୟ ଚେନ୍ନାଇ ସୁପରକିଙ୍ଗ୍ସ ବିରୋଧରେ ଆରମ୍ଭ କରିଛନ୍ତି । ଧୋନୀଙ୍କ ପରି ସେ ଦଳରେ ମ୍ୟାଚ ଫିନିସର ହେବାକୁ ଚାହାଁନ୍ତି ବୋଲି କହିଛନ୍ତି ।