ETV Bharat / sports

ଆଇପିଏଲରେ ରାଜସ୍ଥାନର ପ୍ରଥମ ବିଜୟ, 16 ରନରେ ହାରିଲା ଧୋନି ବାହିନୀ - IPL

ଆଇପିଏଲ 2020ରେ ପ୍ରଥମ ରାଜସ୍ଥାନର ପ୍ରଥମ ବିଜୟ । ଚେନ୍ନାଇ ସୁପର କିଙ୍ଗ୍ସକୁ 16 ରନ ହରାଇଲା ରାଜସ୍ଥାନ ରୟାଲ୍ସ । ଅଧିକ ପଢନ୍ତୁ...

16 ରନରେ ହାରିଲା ଧୋନୀ ବାହିନୀ
16 ରନରେ ହାରିଲା ଧୋନୀ ବାହିନୀ
author img

By

Published : Sep 23, 2020, 8:38 AM IST

Updated : Sep 25, 2020, 6:00 PM IST

ନୂଆଦିଲ୍ଲୀ: ଚଳିତ ବର୍ଷ ଆଇପିଏଲ ମ୍ୟାଚରେ ପ୍ରଥମ ପରାଜୟ ଦେଖିଲା ଧୋନିଙ୍କ ଚେନ୍ନାଇ ସୁପର କିଙ୍ଗସ । ଚେନ୍ନାଇକୁ 16 ରନରେ ହରାଇ ବିଜୟ ଅଭିଯାନ ଆରମ୍ଭ କରିଛି ରାଜସ୍ଥାନ ରୟାଲ୍ସ । ରାଜସ୍ଥାନ ରୟାଲ୍ସର 217 ରନର ଟାର୍ଗେଟ ଦେଇଥିବାବେଳେ ଚେନ୍ନାଇ ସୁପର କିଙ୍ଗ୍ସ 200 ରନ୍ ସ୍କୋର କରିବାରେ ସକ୍ଷମ ହୋଇଥିଲା ।

16 ରନରେ ହାରିଲା ଧୋନୀ ବାହିନୀ
16 ରନରେ ହାରିଲା ଧୋନୀ ବାହିନୀ

217 ରନ ଟାର୍ଗେଟକୁ ପିଛା କରି ଧୋନି ବାହିନୀ ପାୱାରପ୍ଲେର ଭଲ ପ୍ରଦର୍ଶନ କରିଥିଲା । ୱାଟସନଙ୍କ ଜବରଦସ୍ତ ଇଂନିସ ଚାଲିଥିବା ସମୟରେ ବିପକ୍ଷ ଦଳର ରାହୁଲ ଟେୱାଟିଆ ଏଥିରେ ବ୍ରେକ ଲଗାଇଥିଲେ । ଫାଫ୍ ଡୁପ୍ଲେସିସ୍ ଦଳର ମଙ୍ଗ ଧରିବା ସହ ସର୍ବାଧିକ 72 ରନ କରିଥିଲେ । ଖେଳ ଶେଷ ବେଳକୁ ଅଧିନାୟକ ଧୋନି ଆକ୍ରମଣାତ୍ମକ ସଟ ଖେଳି ବିଜୟ ହାସଲ କରିବାକୁ ଚେଷ୍ଟା କରିଥିଲେ । ହେଲେ ଦଳ 200 ରନରେ ସୀମିତ ରହିଥିଲା ।

ରାଜସ୍ଥାନ ରୟାଲ୍ସରେ ସଞ୍ଜୁ ସାମସନ ସର୍ବାଧିକ 74 ଏବଂ ଅଧିନାୟକ ଷ୍ଟିଭ ସ୍ମିଥ 69 ରନ ସ୍କୋର କରିଥିଲେ। ଏଥି ସହିତ ଜୋଫ୍ରା ଶେଷ ଓଭରରେ 8 ଟି ବଲରେ 27 ରନର ଅପରାଜିତ ଇନିଂସ ଖେଳିଥିଲେ। ଚେନ୍ନାଇକୁ 33 ରନ୍ ଦେଇ ସାମ କୁରେନ ତିନୋଟି ୱିକେଟ୍ ନେଇଥିଲେ। ସଞ୍ଜୁ ସାମସନଙ୍କ ଚମତ୍କାର ପ୍ରଦର୍ଶନ ଯୋଗୁଁ ତାଙ୍କୁ ମ୍ୟାନ ଅଫ ଦ ମ୍ୟାଚ ପୁରସ୍କାର ପ୍ରଦାନ କରାଯାଇଛି ।

Last Updated : Sep 25, 2020, 6:00 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.