ETV Bharat / sports

'ମ୍ୟାଚ ୱିନର କେମିତି ବନାଯାଏ', ଦାଦା ଓ ପଣ୍ଟିଙ୍କୁ ଜଣା: ଧାୱନ

ଉଭୟ ଦାଦା ଓ ପଣ୍ଟିଂ ନିଜ ସମୟର ଶ୍ରେଷ୍ଠ ଅଧିନାୟକ ଓ ଖେଳାଳୀ ରହିସାରିଛନ୍ତି । ମ୍ୟାଚ ବିଜେତା ହେବାର କଳା, ଦାଦା ଓ ପଣ୍ଟିଂ ଙ୍କୁ ଭଲଭାବେ ଜଣା ବୋଲି ଧାୱନ କହିଛନ୍ତି ।

author img

By

Published : Apr 30, 2019, 3:13 AM IST

ଫାଇଲ ଫଟୋ

ନୂଆଦିଲ୍ଲୀ: ପ୍ଲେ-ଅଫରେ ପହଞ୍ଚିବାକୁ 6 ବର୍ଷର ଅପେକ୍ଷା । ଦିଲ୍ଲୀ ଡେୟାରଡେଭିଲ୍ସରୁ ଦିଲ୍ଲୀ କ୍ୟାପିଟାଲ୍ସ । ପଏଣ୍ଟ ଟେବୁଲ ଦେଖିଲେ, ନାଁ ବଦଳିବା ଯେମିତି ଦଳପାଇଁ ଶୁଭଙ୍କର ପାଲଟିଯାଇଛି । ବ୍ୟାଟ୍ସମ୍ୟାନମାନେ ଫର୍ମରେ ଅଛନ୍ତି ଓ ବୋଲର ଦମଦାର ବୋଲିଂ କରୁଛନ୍ତି । ବିଶେଷ କରି ସନ୍ତୁଳିତ ଦଳ ଚୟନ ହିଁ ଦଳ ବିଜୟର କାରଣ ବୋଲି କୁହାଯାଇପାରେ । ଦଳରେ ଯୁବ ଓ ଅଭିଜ୍ଞଙ୍କ ମିଶ୍ରଣ ରହିଛି ।

ଦଳର ଇନଫର୍ମ ବ୍ୟାଟ୍ସମ୍ୟାନ ଶିଖର ଧାୱନ, ଦଳର ପ୍ରଦର୍ଶନକୁ ନେଇ ଖୁଲାସା କରିଛନ୍ତି । ଦଳର କୋଚ୍‌ ରିକି ପଣ୍ଟିଂ ଓ ପରାମର୍ଶଦାତା ସୌରଭ ଗାଙ୍ଗୁଲିଙ୍କୁ ଧାୱନ ପ୍ରଶଂସା କରିଛନ୍ତି । ଉଭୟ ଦାଦା ଓ ପଣ୍ଟିଂ ନିଜ ସମୟର ଶ୍ରେଷ୍ଠ ଅଧିନାୟକ ଓ ଖେଳାଳୀ ରହିସାରିଛନ୍ତି । ମ୍ୟାଚ ବିଜେତା ହେବାର କଳା, ଦାଦା ଓ ପଣ୍ଟିଂଙ୍କୁ ଭଲଭାବେ ଜଣା ବୋଲି ଧାୱନ କହିଛନ୍ତି । ''11 ବର୍ଷ ପରେ ମୁଁ ଦଳକୁ ଫେରିଛି ଓ ମୁଁ ଦିଲ୍ଲୀ ପାଇଁ ଖେଳୁଥିବାରୁ ବହୁତ ଖୁସି" ବୋଲି ଧାୱନ କହିଛନ୍ତି । ସୁଚନା ଅନୁସରେ ଦିଲ୍ଲୀ ଶେଷଥର ପାଇଁ 2012ରେ ସେହ୍ବାଗଙ୍କ ଅଧିନାୟକତ୍ବରେ ପ୍ଲେ-ଅଫରେ ପହଞ୍ଚିଥିଲା । ଚଳିତ ଥର 12ଟି ମ୍ୟାଚରୁ 16 ପଏଣ୍ଟ ସହ ଦିଲ୍ଲୀ ପ୍ଲେ-ଅଫରେ ପହଞ୍ଚିସାରିଛି ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.