ETV Bharat / sports

ଧୋନି ଓ ଜାଡେଜା ଅସୁସ୍ଥ: ଫ୍ଲେମିଂ - ଫ୍ଲେମିଂ

ଚଳିତ ଆଇପିଏଲରେ ଧୋନି ଜବରଦସ୍ତ ଫର୍ମରେ ରହିବା ସହ ଚେନ୍ନାଇ ପାଇଁ ଅସମ୍ଭବ ଲାଗୁଥିବା ମ୍ୟାଚକୁ ଜିତାଇଛନ୍ତି । ଦଳ 12ଟି ମ୍ୟାଚରୁ 8ଟିରେ ବିଜୟ ହୋଇ 16 ପଏଣ୍ଟ ସହ ପଏଣ୍ଟ ତାଲିକାର ଶୀର୍ଷରେ ରହିଛି ।

ଫଟୋ ସୈାଜନ୍ୟ-ସୋସିଆଲ ମିଡିଆ
author img

By

Published : Apr 28, 2019, 1:59 AM IST

ଚେନ୍ନାଇ: ଆପଣ ଚେନ୍ନାଇ ସୁପରକିଙ୍ଗସର ଦଳର ପ୍ରଶଂସକଙ୍କ କି ? ତେବେ ଆପଣଙ୍କ ପାଇଁ ଏହି ଖବର ଖୁସି ଖବର ନୁହେଁ । ଅଧିନାୟକ ଧୋନି ଓ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଅସୁସ୍ଥ ଅଛନ୍ତି । ଏନେଇ ଚେନ୍ନାଇ ସୁପରକିଙ୍ଗସର ମୁଖ୍ୟ କୋଚ ଷ୍ଟିଫେନ ଫ୍ଳେମିଂ ସୂଚନା ଦେଇଛନ୍ତି ।

ଚଳିତ ଆଇପିଏଲରେ ଧୋନି ଜବରଦସ୍ତ ଫର୍ମରେ ରହିବା ସହ ଚେନ୍ନାଇ ପାଇଁ ଅସମ୍ଭବ ଲାଗୁଥିବା ମ୍ୟାଚକୁ ଜିତାଇଛନ୍ତି । ଦଳ 12ଟି ମ୍ୟାଚରୁ 8ଟିରେ ବିଜୟ ହୋଇ 16 ପଏଣ୍ଟ ସହ ପଏଣ୍ଟ ତାଲିକାର ଶୀର୍ଷରେ ରହିଛି ।
ଗତ ମୁମ୍ବାଇ ବିପକ୍ଷ ମ୍ୟାଚ ଦଳ ହାରିଯାଇଥିଲା । ଏହି ମ୍ୟାଚରେ ଧୋନିଙ୍କ ଅନୁପସ୍ଥିତି ଦଳ ପରାଜୟର କାରଣ ବୋଲି ଚର୍ଚ୍ଚା ହେଉଛି ।

ଧୋନିଙ୍କ ଅନୁପସ୍ଥିତିରେ ରୈନା ଅଧିନାୟକ ଦାୟିତ୍ବ ତୁଲାଉଛନ୍ତି । ଧୋନିଙ୍କ ସହ ଦଳର ଅନ୍ୟତମ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ମଧ୍ୟ ଅସୁସ୍ଥ ଅଛନ୍ତି । ଯଦି ପରବର୍ତ୍ତୀ ମ୍ୟାଚ ପୂର୍ବରୁ ଧୋନି ଓ ଜାଡେଜା ସୁସ୍ଥ ହୋଇ ଦଳକୁ ନଫେରନ୍ତି ତେବେ ମ୍ୟାଚର ଫଳାଫଳ ଉପରେ ଏହାର ନିଶ୍ଚିତ ପ୍ରଭାବ ପଡିବ ବୋଲି ଆଶା କରାଯାଉଛି ।

Intro:Body:Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.