ହାଇଦ୍ରାବାଦ: ଚଳିତ ଆଇପିଏଲ୍ର 23 ତମ ମ୍ୟାଚ୍ ଚେନ୍ନାଇ ସୁପରକିଙ୍ଗସ୍-କୋଲକତା ନାଇଟ୍ ରାଇଡର୍ସ ମଧ୍ୟରେ ଚେନ୍ନାଇସ୍ଥିତ ଏମ୍ଏ ଚିଦାମ୍ବରମ୍ ଷ୍ଟାଡିୟମ୍ରେ ଆରମ୍ଭ ହୋଇଯାଇଛି । ଚେନ୍ନାଇ ଟସ୍ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଇଛି। ତେବେ କିଛି ଦିନ ହେବ ରାତିରେ କାକର ପଡୁଥିବା କାରଣରୁ ଆମେ ପ୍ରଥମେ ବୋଲିଂ କରୁବୁ ବୋଲି ଟିମ୍ର ଅଧିନାୟକ ମହେନ୍ଦ୍ର ସିଂ ଧୋନୀ କହିଛନ୍ତି।
-
A look at the Playing XI for #CSKvKKR https://t.co/e7aOe9HD3u pic.twitter.com/0Koi1GS57b
— IndianPremierLeague (@IPL) April 9, 2019 " class="align-text-top noRightClick twitterSection" data="
">A look at the Playing XI for #CSKvKKR https://t.co/e7aOe9HD3u pic.twitter.com/0Koi1GS57b
— IndianPremierLeague (@IPL) April 9, 2019A look at the Playing XI for #CSKvKKR https://t.co/e7aOe9HD3u pic.twitter.com/0Koi1GS57b
— IndianPremierLeague (@IPL) April 9, 2019
ତେବେ ଉଭୟ ଦଳରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ ।
-
Just #Thala things before the game 😎🤙#CSKvKKR pic.twitter.com/DXU6hNHEgx
— IndianPremierLeague (@IPL) April 9, 2019 " class="align-text-top noRightClick twitterSection" data="
">Just #Thala things before the game 😎🤙#CSKvKKR pic.twitter.com/DXU6hNHEgx
— IndianPremierLeague (@IPL) April 9, 2019Just #Thala things before the game 😎🤙#CSKvKKR pic.twitter.com/DXU6hNHEgx
— IndianPremierLeague (@IPL) April 9, 2019
2ଦଳ ବର୍ତ୍ତମାନ ସୁଦ୍ଧା ଚାରି ଚାରିଟି ମ୍ୟାଚ୍ ନିଜ ନାଁରେ କରିସାରିଛନ୍ତି। ବର୍ତ୍ତମାନ ସୁଦ୍ଧା ପଏଣ୍ଟ ଟେବୁଲ୍ରେ ପ୍ରଥମ ସ୍ଥାନରେ କେକେଆର୍ ରହିଥିବାବେଳେ 2ୟ ସ୍ଥାନରେ ଧୋନି ବାହାନୀ ରହିଛି। ପଏଣ୍ଟ ଟେବୁଲ୍ ଶୀର୍ଷରେ ରହିବା ପାଇଁ ମଙ୍ଗଳବାର ଉଭୟ ଦଳ ପଡିଆକୁ ଓହ୍ଲାଇଛନ୍ତି ।
କୋଲକତା ଦଳ ଚଳିତ ଆଇପିଏଲ ଦମଦାର ଖେଳ ପ୍ରଦର୍ଶନ କରୁଛି । ଟପ୍ ଅର୍ଡର ବ୍ୟାଟ୍ସମ୍ୟାନଙ୍କ ଦମଦାର ପ୍ରଦର୍ଶନ ସାଙ୍ଗକୁ ମିଡିଲ ଅର୍ଡରରେ ଅଧିନାୟକ କାର୍ତ୍ତିକ ଏବଂ ଅଲରାଉଣ୍ଡର ଆନ୍ଦ୍ରେ ରସେଲଙ୍କ ଧୂଆଁଧାର ବ୍ୟାଟିଂ ବଳରେ କେକେଆର ଦଳକୁ ବିଶାଳ ସ୍କୋର ଠିଆକରିବାରେ ସକ୍ଷମ ହେଉଛି ।
ସେହିପରି ଚେନ୍ନାଇ ଟିମ୍ ମଧ୍ୟ ଗୋଟିଏ ମ୍ୟାଚ ହାରିଥିବା ବେଳେ ବାକି ସମସ୍ତ ମ୍ୟାଚ ବିଜୟୀ ହୋଇଛି । ଦଳ ଶୃଙ୍ଖଳିତ ବୋଲିଂ ସାଙ୍ଗକୁ ବ୍ୟାଟିଂ ପାଇଁ ଗୋଟିଏ ପରେ ଗୋଟିଏ ମ୍ୟାଚ ବିଜୟୀ ହେଉଛି । ତେବେ ଆଜିର ମ୍ୟାଚ ଉପରେ ସମସ୍ତଙ୍କ ନଜର ରହିଛି ।