ଚେନ୍ନାଇ: ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷ ମ୍ୟାଚ୍ରେ ଚେନ୍ନାଇ ସୁପରକିଙ୍ଗ୍ସର ଷ୍ଟାର ବ୍ୟାଟ୍ସମ୍ୟାନ ସେନ୍ ୱାଟସନଙ୍କ ଦମ୍ଦାର ବ୍ୟାଟିଂ ଦେଖିବାକୁ ମିଳିଥିଲା । ମାତ୍ର 53 ବଲ୍ରୁ ଧୂଆଁଧାର 96 ରନ୍ କରି ୱାଟସନ୍ ଚେନ୍ନାଇକୁ ବିଜୟ ଦେଇଥିଲେ । ଅଳ୍ପକେ ଶତକରୁ ବଞ୍ଚିତ ହୋଇଥିଲେ ମଧ୍ୟ ୱାଟସନ୍ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ପୁରସ୍କାର ପାଇଥିଲେ ।
ମ୍ୟାଚ୍ ପରେ ପ୍ରତିକ୍ରିୟାରେ କ୍ୟାପଟେନ୍ ଧୋନୀ ଓ କୋଚ୍ ଷ୍ଟିଫେନ୍ ଫ୍ଳେମିଙ୍ଗ୍ ଙ୍କୁ ଧନ୍ୟବାଦ ଜଣାଇଥିଲେ ଓ୍ବାଟସନ । ପ୍ରଥମ 10ଟି ମ୍ୟାଚ୍ରେ ବଡ ସ୍କୋର କରିନଥିବା ସତ୍ତ୍ବେ ତାଙ୍କ ଉପରେ ଦଳ ଭରସା ରଖିଛି । ଅନ୍ୟ ଦଳରେ ଥିଲେ କେବେଠାରୁ ଦଳରୁ ବାହାରି ସାରନ୍ତାଣି ବୋଲି ୱାଟସନ କହିଥିଲେ । ଏପରିକି ଆଫଗାନିସ୍ତାନ ସ୍ପିନର ରସିଦ୍ ଖାନଙ୍କୁ ଟି-ଟ୍ବେଣ୍ଟି ଫର୍ମାଟର ଶ୍ରେଷ୍ଠ ବୋଲର କହିଥିଲେ ସେ ।
ପରେ ତାଙ୍କ ପୁତ୍ର ୱିଲିୟମ୍ ୱାଟସନଙ୍କ ମଜାଦାର ଇଣ୍ଟରଭିୟୁ ନେଇଥିଲେ। ୱିଲିୟମଙ୍କୁ ୱାଟସନ୍ ତାଙ୍କ ପସନ୍ଦର ଖେଳାଳି ପଚାରିବାରୁ 'ଆପ୍' ବୋଲି କହିଥିଲେ । ଆଉ କିଏ ପସନ୍ଦର ଖେଳାଳି ? ଉତ୍ତରରେ ଜୁନିୟର ୱାଟସନ୍ 'ଧୋନି' କହିଥିଲେ । ଧୋନି ଛକା ମାରନ୍ତି ? ପଶ୍ନର ଉତ୍ତରରେ 'ଧୋନି ସବୁବେଳେ ଛକା ମାରନ୍ତି' ବୋଲି କହିଥିଲେ ଜୁନିୟର ୱାଟସନ୍ ।