ETV Bharat / sports

ପାପା ରୋହିତଙ୍କ ମ୍ୟାଚ ଦେଖିବାକୁ ପହଁଞ୍ଚିଲେ କୁନି ସମାୟରା

ଫଟୋରେ ମାଁ ରିତିକାଙ୍କ ସ୍ନେହ ଓ ସମାୟରାଙ୍କ ନିରିହ ମୁହଁ ଫ୍ୟାନ୍ସଙ୍କ ମନ କିଣୁଛି।

author img

By

Published : Mar 25, 2019, 11:48 AM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଟ୍ବିଟର@IPL

ମୁମ୍ବାଇ: ଭାରତୀୟ ଟିମର ଉପଅଧିନାୟକ ତଥା ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ରୋହିତ ଶର୍ମାଙ୍କ ଝିଅ ସମାୟରା ପାପାଙ୍କ ମ୍ୟାଚ ଦେଖିବା ପାଇଁ ପହଁଞ୍ଚି ଥିଲେ ୱାଙ୍ଖେଡେ ଷ୍ଟାଡିୟମରେ। ମା ରୀତିକାଙ୍କ କୋଳରେ ରୋହିତଙ୍କ ତିନିମାସର କୁନି ରାଜକୁମାରୀ ସମାୟରାଙ୍କୁ ଦେଖିବାକୁ ମିଳିଥିଲା। ସୋସିଆଲ ମିଡିଆରେ ଏହି ଫଟୋ ଏବେ ଖୁବ ଭାଇରାଲ ହୋଇଛି।

ଟ୍ବିଟର, ଇନଷ୍ଟାଗ୍ରାମ, ଫେସବୁକ ସବୁଠି ୱାଙ୍ଖେଡେ ଷ୍ଟାଡିୟମର ଏହି ଫଟୋଟି ଭାଇରାଲ ହୋଇଛି। ଆଇପିଏଲ୍‌ର ତୃତୀୟ ଲିଗ ମ୍ୟାଚରେ ମୁମ୍ବାଇ ଓ ଦିଲ୍ଲୀ ମୁହାଁମୁହାଁ ହୋଇଥିଲେ। ଏହି ମ୍ୟାଚକୁ ଦେଖିବା ପାଇଁ ପହଁଞ୍ଚିଥିଲେ ରିତିକା ଓ ସମାୟରା। ଫଟୋରେ ମାଁ ରିତିକାଙ୍କ ସ୍ନେହ ଓ ସମାୟରାଙ୍କ ନିରିହ ମୁହଁ ଫ୍ୟାନ୍ସଙ୍କ ମନ କିଣୁଛି।

little samayara, ritika, wankhede, stadium, watch, papa, rohit sharma, match, ipl, ରୋହିତ ଶର୍ମା
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଟ୍ବିଟର@mipaltan

ଏଥର ମୁମ୍ବାଇ ଇଣ୍ଡିଆନ୍ସର ଫ୍ରାନଚାଇଜି ପୁରା ଟିମ ପାଇଁ ଜର୍ସି ତିଆରି କରିବା ସହ କୁନି ସମାୟରାଙ୍କ ପାଇଁ ମଧ୍ୟ ତିଆରି କରିଛି। ଯାହାର ଫଟୋ ନିଜ ଟ୍ୱିଟର ଆକାଉଣ୍ଟରେ ସେୟାର କରିଛନ୍ତି ଫ୍ରାନଚାଇଜି।

ଭିଡିଓ ସୌଜନ୍ୟ: ସୋସିଆଲ ମିଡିଆ/ଟ୍ବିଟର@ImRo45

ଏହାପୂର୍ବରୁ ଶୁକ୍ରବାର ରୋହିତ ଶର୍ମା ମଧ୍ୟ ସୋସିଆଲ ମିଡିଆରେ ଏକ ଭିଡିଓ ପୋଷ୍ଟ କରିଛନ୍ତି। ଯେଉଁଥିରେ ସେ ଗଲିବୟ ଫିଲ୍ମର ଗୀତରେ ସମାୟରାଙ୍କୁ ଖୁବ ଗେଲ କରିଛନ୍ତି। ଏହି ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.