ETV Bharat / sports

ଆଇପିଏଲ କ୍ବାଲିଫାୟାର-2: ଚେନ୍ନାଇକୁ ମାତ ଦେବାକୁ ଦିଲ୍ଲୀ ତୟାର - IPL

ଆଇପିଏଲର ଦ୍ବିତୀୟ କ୍ବାଲିଫାୟର ମ୍ୟାଚ ବିଶାଖାପାଟଣାର ଏସିଏ-ଭିଡିସିଏ ଷ୍ଟାଡିୟମରେ ଖେଳାଯିବ । ଚେନ୍ନାଇ ସୁପରକିଙ୍ଗ୍ସକୁ ଭେଟିବ ଦିଲ୍ଲୀ କ୍ୟାପିଟାଲ୍ସ ।

ଫଟୋ ସୌଜନ୍ୟ ସୋସିଆଲ ମିଡିଆ
author img

By

Published : May 10, 2019, 12:03 PM IST

Updated : May 10, 2019, 6:24 PM IST

ବିଶାଖାପାଟଣା: ଆଇପିଏଲର ଦ୍ବିତୀୟ କ୍ବାଲିଫାୟାର ମ୍ୟାଚ ବିଶାଖାପଟନମର ଏସିଏ-ଭିଡିସିଏ ଷ୍ଟାଡିୟମରେ ଖେଳାଯିବ । 2018 ଆଇପିଏଲ ଚମ୍ପିୟାନ ଚେନ୍ନାଇ ସୁପରକିଙ୍ଗ୍ସକୁ ଭେଟିବ ଦିଲ୍ଲୀ କ୍ୟାପିଟାଲ୍ସ। ଏଲିମିନେଟର ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦକୁ ହରାଇ କ୍ବାଲିଫାୟାରରେ ପହଞ୍ଚିଛି ଦିଲ୍ଲୀ । ସେପଟେ ପ୍ରଥମ କ୍ବାଲିଫାୟରରେ ମୁମ୍ବାଇ ଇଣ୍ଡିଆନ୍ସଠୁ ହାରିଛି ଚେନ୍ନାଇ ସୁପରକିଙ୍ଗ୍ସ ।

ବିଜୟୀ ଦଳ 2019 ଆଇପିଏଲର ଫାଇନାଲରେ ମୁମ୍ବାଇ ଇଣ୍ଡିଆନ୍ସ ସହ ଖେଳିବ। ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସ ପ୍ରଥମ କ୍ବାଲିଫାୟରରେ ଚେନ୍ନାଇ ସୁପରକିଙ୍ଗ୍ସକୁ ହରାଇ ପାଇନାଲରେ ପହଞ୍ଚି ସାରିଛି । ଆଜିର ମ୍ୟାଚରେ ଦିଲ୍ଲୀ ବିଜୟୀ ହେଲେ,ଏହା ହେବ ଆଇପିଏଲରେ ପ୍ରଥମ ଫାଇନାଲ ପ୍ରବେଶ । ପୂର୍ବରୁ ଦିଲ୍ଲୀ ପ୍ଲେ-ଅଫ ପର୍ଯାୟକୁ 4ଥର ଆସିଥିଲେ ମଧ୍ୟ ଫାଇନାଲକୁ ଯାଇପାରିନାହିଁ।

ଚଳିତ ଆଇପିଏଲରେ କିନ୍ତୁ ଦିଲ୍ଲୀ କ୍ୟାପିଟାଲ୍ସର ଦମଦାର ପ୍ରଦର୍ଶନ ରହିଛି । ଚେନ୍ନାଇ ସୁପରକିଙ୍ଗ୍ସରେ ଧୋନୀ, ଡୁପ୍ଲେସିସ,ୱାଟସନ ରାୟୁଡୁଙ୍କ ଭଳି ଖେଲାଳି ରହିଛନ୍ତି । ଦିଲ୍ଲୀ କ୍ୟାପିଟାଲ୍ସରେ ଶ୍ରେୟସ ଆୟର, ରିଷଭ ପନ୍ତ, ପୃଥ୍ବୀ ଶ’ଙ୍କ ଭଳି ଖେଳାଳି ରହିଛନ୍ତି । ଦୁଇ ଦଳରେ ବହୁ ଭେଟେରାନ ଖେଳାଳି ଥିବାରୁ ମ୍ୟାଚ ଅତି ପ୍ରତିଦ୍ୱନ୍ଦ୍ବୀତା ପୂର୍ଣ୍ଣ ହେବ ବୋଲି ଆଶା କରାଯାଉଛି ।

 ବାତ୍ୟା ସମୟରେ  ଅଇନି ଶୃଙ୍ଖଳା ପରିସ୍ଥିତି ପାଇଁ ସମସ୍ତଙ୍କର ସହଯୋଗ ଆବଶ୍ୟକ:ଡିଜିପି

ଫାନୀ ବାତ୍ୟା କୁ ନେଇ ସମସ୍ତେ ଆହାକାର। ଆଇନ ଶୃଙ୍ଖଳା ବିଗି ଡି ବାରେ ଲାଗିଛି। ସମସ୍ତେ ପରିସ୍ଥିତିକୁ ସୁଧାର କରିବାକୁ ଚେଷ୍ଟା କରୁଛନ୍ତି। ରାଜ୍ୟର ରାଜଧାନୀ ଭୁବନେଶ୍ଵର ଓ କଟକ ସହର ବାତ୍ୟା ପରେ ପରିସ୍ଥିତି ବିଗଡ଼ିଦେଇଛି। ଓଡ଼ିଶା ପୋଲିସ , ଏଣ୍ଡିଆରଫ୍ ଓ ଓଡରାଫ୍ ଟିମ୍ ମିଳିତ ଉଦ୍ୟମରେ ସମସ୍ତ ପରିସ୍ଥିତିକୁ ସାମନା କରାଯାଉଛି। ଏପରି ପରିସ୍ଥିତି ରେ ଜନସାଧାରଣ ପ୍ରଶାସନ ଓ ପରିସ୍ଥିତିକୁ ସୁଧାର ଆଣିବାକୁ ନିୟୋଜିତ ହେଉଥିବା କର୍ମଚାରୀ ମାନଙ୍କୁ ସହଯୋଗ କରିବା କୁ ଡିଜିପି ଙ୍କ ପରାମର୍ଶ।ଓଡ଼ିଶା ପୋଲିସ ର ବହୁଳ ମାତ୍ରା ରେ ନିୟୋଜିତ ହୋଇଛନ୍ତି। ଦରକାର ପଡ଼ିଲେ ଅନ୍ୟ ଜିଲ୍ଲା ରୁ ଅଧିକରୁ ଅଧିକ ପୋଲିସ ଆସିବେ ବୋଲି ସୂଚନା ଦେଇଛନ୍ତି ଡିଜିପି।

  ବାତ୍ୟା ପରେ ଜନସାଧାରଣ କିଛି ମୌଳିକ ସୁବିଧାରୁ ବଂଚିତ ହେଉଥିବା ରୁ ରାସ୍ତା ଉପରେ ଧାରଣା ଦେଉଛନ୍ତି। ଓଡ଼ିଶା ର ଯେଉଁ ସ୍ଥାନ ରେ ବାତ୍ୟା ପରିସ୍ଥିତି ହୋଇଛି ସେହି ସ୍ଥାନ ରେ ପୋଲିସ ର ପେଟ୍ରୋଲିନଂ କରାଯାଉଛି। ଏହା ଛଡା ବିଭିନ୍ନ ପେଟ୍ରୋଲ ପମ୍ପ ଓ ପେଇବା ପାଇଁ ଗାଡ଼ି ପାଖ ରେ ପୋଲିସ ମୁତୟନ ହେଉଛନ୍ତି । ଯାହା ଫଳରେ କୁ କୌଣସି ଅଘଟଣ ନ ଘଟେ। ଆସନ୍ତା ୨ ଦିନ ଭିତରେ ଟ୍ରାଫିକ ବ୍ୟବସ୍ଥା ସୁଧାର ହେବା ବୋଲି ପୋଲିସ ମହାନିର୍ଦ୍ଦେଶକ କହିଛନ୍ତି। 

ଏହି ବାତ୍ୟା ରେ ସମସ୍ତ ଘର , ଟାୱାର, ବଡ଼ ବଡ଼ ଗଛ ଆଦି ପ୍ରଭାବିତ ହୋଇଥିବ ବେଳେ ପୋଲିସ ଷ୍ଟେସନ, ପୋଲିସ ହାଉସ, ପୋଲିସ ରିଜର୍ଭ ଆଦି ବତ୍ୟାରେ ପ୍ରଭାବିତ ହୋଇଛି। ଏହା ଛଡା ବିଶେଷ କରି ପୁରୁଣା ପୋଲିସ ଥାନା ଗୁଡ଼ିକ ଭାଙ୍ଗି ଯାଇଥିବା ସହ ଏକ ଗୁରୁତ୍ବ ପୂର୍ଣ୍ଣ କମ୍ୟୁନିକେସନ ପାଇଁ ସମସ୍ତ ସୁଧିବା ଜଲ୍ଦୀ କରାଯିବ ବୋଲି ପୋଲିସ ଡିଜିପି ଆର୍ ପି ଶର୍ମା ଗଣ ମାଧ୍ୟମକୁ ସୂଚନା ଦେଇଛନ୍ତି।
Byte dgp

Last Updated : May 10, 2019, 6:24 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.