ETV Bharat / sports

ବାଜିଲା ଆଇପିଏଲ-12 ବିଗୁଲ: ଉଦଘାଟନୀ ମ୍ୟାଚରେ ଟସ ଜିତିଲା ଚେନ୍ନାଇ - virat kohli

ଆଉ ଅଳ୍ପ ସମୟ ପରେ ଆରମ୍ଭ ହୋଇଯିବ ବିଶ୍ୱର ଧନଶାଳୀ କ୍ରିକେଟ ଲିଗ । ଫଟାଫଟ କ୍ରିକେଟର ମଜା ନେବେ ଦର୍ଶକ । ଗୋଟିଏ ପଡିଆରେ ଦେଖିବାକୁ ମିଳିବ ଦେଶୀ ଓ ବିଦେଶୀ ଖେଳାଳିଙ୍କ ଧମାକା ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଟ୍ୱିଟର@IPL
author img

By

Published : Mar 23, 2019, 8:07 PM IST

ଚେନ୍ନାଇ: ଆଜିଠାରୁ ଆରମ୍ଭ ହୋଇଛି ଆଇପିଏଲର ଦ୍ୱାଦଶ ସଂସ୍କରଣ । ଉଦଘାଟନୀ ମୁକାବିଲାରେ ଡିଫେଣ୍ଡିଂ ଚମ୍ପିଆନ ଚେନ୍ନାଇ ସୁପର କିଙ୍ଗସ(ସିଏସକେ)ର ମୁକାବିଲା କରୁଛି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆରସିବି) । ତେବେ ଶେଷ ଖବର ଅନୁସାରେ ଟସ ଜିତି ଚେନ୍ନାଇ ବୋଲିଂ ନିଷ୍ପତ୍ତି ନେଇଛି ।

ଆଉ ଅଳ୍ପ ସମୟ ପରେ ଆରମ୍ଭ ହୋଇଯିବ ବିଶ୍ୱରଧନଶାଳୀ କ୍ରିକେଟ ଲିଗ । ଫଟାଫଟ କ୍ରିକେଟର ମଜା ନେବେ ଦର୍ଶକ । ଗୋଟିଏ ପଡିଆରେ ଦେଖିବାକୁ ମିଳିବ ଦେଶୀ ଓ ବିଦେଶୀ ଖେଳାଳିଙ୍କ ଧମାକା । ତେବେ ପ୍ରଥମ ଥର ପାଇଁ ଆଇପିଏଲର ଉଦଘାଟନୀ ସମାରୋହ ଅନୁଷ୍ଠିତ ହେଉ ନାହିଁ । ପୁଲୱାମା ଆଟାକ ପାଇଁ ଏହାକୁ ବାତିଲ କରାଯାଇଛି ।

IPL 2
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଟ୍ୱିଟର@IPL

ତେବେ ପ୍ରଥମ ମ୍ୟାଚରେ ଭାରତୀୟ କ୍ରିକେଟର 2 ହେଭିୱେଟଙ୍କ ମୁକାବିଲା ହେବାକୁ ଯାଉଛି । ସିଏସକେର ନେତୃତ୍ବ କ୍ୟାପ୍ଟେନ କୁଲ ଧୋନି ନେଉଥିବାବେଳେ ଆରସିବିର ଅଧିନାୟକତ୍ବ ତୁଲାଉଛନ୍ତି କ୍ୟାପ୍ଟେନ ଆଗ୍ରେସିଭ ବିରାଟ କୋହଲି । ଏବେ ବି ଅନ୍ତର୍ଜାତୀୟ ମ୍ୟାଚରେ ଧୋନିଙ୍କ ପରାମର୍ଶରେ କ୍ୟାପ୍ଟେନ୍ସି କରୁଥିବା କୋହଲିଙ୍କ ପାଇଁ ଏହି ମ୍ୟାଚ କୌଣସି ଅଗ୍ନିପରୀକ୍ଷା ଠାରୁ କମ ନୁହେଁ । ଏମାନଙ୍କ ମୁକାବିଲା ଦେଖିବାକୁ ଅନାଇ ବସିଛନ୍ତି ଫ୍ୟାନ୍ସ ।

IPL
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଟ୍ୱିଟର@IPL

ଉଭୟ ଦଳରେ ବିସ୍ଫୋରକ ବ୍ୟାଟ୍ସମ୍ୟାନଙ୍କ ଗହଳି ଥିବାବେଳେ ବୋଲରଙ୍କ ମାମଲାରେ ଚେନ୍ନାଇ ଆଗରେ ରହିବ । ଚେନ୍ନାଇ ପାଇଁ ଏଥର ଓପନିଂରେ ସେନ ୱାଟସନଙ୍କୁ ସାଥ ଦେବେ ଅମ୍ବାତି ରାୟୁଡୁ । ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ ଅମ୍ବାତିଙ୍କ ଓପନିଂରେ ସେତେ ଅନୁଭବ ନଥିଲେ ମଧ୍ୟ ଭଲ ଖେଳିବେ ବୋଲି ଆଶା ରହିଛି । ସେହିପରି ମଧ୍ୟକ୍ରମ ସୁରେଶ ରୈନା, କେଦାର ଯାଦବଙ୍କ ସହ ଖୋଦ ଧୋନି ସମ୍ଭାଳିବେ । ଅଲରାଉଣ୍ଡର ଭାବେ ଦଳରେ ରବୀନ୍ଦ୍ର ଜାଡେଜା ଓ ଦୀପକ ଚହ୍ବରଙ୍କ ସମେତ ରହିଛନ୍ତି ୱେଷ୍ଟଇଣ୍ଡିଆନ ଡ୍ବେନ ବ୍ରାଭୋ । ବୋଲିଂ ସମ୍ଭାଳିବେ ଶାର୍ଦ୍ଦୁଳ ଠାକୁର, ହରଭଜନ ସିଂହ ଏବଂ ଇମ୍ରାନ ତାହିର ।

ଆରସିବି ଦଳରେ ସବୁଥର ପରି ଏଥର ମଧ୍ୟ ପ୍ରତିଥଯଶା ବ୍ୟାଟ୍ସମ୍ୟାନ ଭର୍ତ୍ତି ହୋଇଛନ୍ତି । ଓପନିଂରେ ପାର୍ଥିବ ପଟେଲ ଓ କୋହଲି ରହିଥିବାବେଳେ ମଧ୍ୟକ୍ରମ ସମ୍ଭାଳିବେ ବିଦେଶୀ ଖେଳାଳି । ଏବି ଡିଭିଲିୟର୍ସ, ୱେଷ୍ଟଇଣ୍ଡିଜର ସିମ୍ରନ ହେଟମେୟର ଓ ଇଂଲଣ୍ଡର ମୋଇନ ଅଲ୍ଲୀଙ୍କ ଭଳି ଖେଳାଳି ମିଡିଲ ଅର୍ଡରରେ ରହିଛନ୍ତି । ସେହିପରି ଭାରତୀୟ ଯୁବ ଖେଳାଳି ଶିବମ ଦୁବେଙ୍କ ଉପରେ ସମସ୍ତଙ୍କ ନଜର ରହିବ । ତେବେ ପ୍ରଥମ ମ୍ୟାଚ ପାଇଁ ଉଭୟ ଦଳ ପ୍ରସ୍ତୁତ ଥିବାବେଳେ ଘରୋଇ ପଡିଆରେ ଚେନ୍ନାଇକୁ ମିଳିବ ପ୍ରବଳ ସମର୍ଥନ । 2 ବର୍ଷ ବାସନ୍ଦ ପରେ ଫେରିଥିବା ଚେନ୍ନାଇ ଗତବର୍ଷ ଚମ୍ପିଆନ ହୋଇଥିଲା । ଏଥର ମଧ୍ୟ ସମାନ କୃତିତ୍ବ ଦୋହରାଇବା ନେଇ ଆଶା ରଖିଛନ୍ତି ସମର୍ଥକ ।

ଟସ ଜିତି ଚେନ୍ନାଇ ବୋଲିଂ ନିଷ୍ପତ୍ତି ନେଇଥିବାବେଳେ ଏହା ଆରସିବି ପାଇଁ ମହଙ୍ଗା ସାବ୍ୟସ୍ତ ହୋଇପାରେ । କାରଣ କାକର ପ୍ରଭାବ ରହୁଥିବାରୁ ଯେଉଁ ଦଳ ଟସ ଜିତିବ ପ୍ରଥମେ ବୋଲିଂ କରିବ ବୋଲି ପୂର୍ବରୁ ଆକଳନ ହୋଇଥିଲା । ତେଣୁ ଟସ ମହତ୍ବପୂର୍ଣ୍ଣ ଥିବାବେଳେ ଚେନ୍ନାଇ ଏହା ଜିତି ବୋଲିଂ କରିବାର ନିଷ୍ପତ୍ତି ନେଇଛି ।

ସିଏସକେ ଏକାଦଶ- ଅମ୍ବାତି ରାୟୁଡୁ, ସେନ ୱାଟସନ, ସୁରେଶ ରୈନା, ଏମ ଏସ ଧୋନି, କେଦାର ଯାଦବ, ରବୀନ୍ଦ୍ର ଜାଡେଜା, ଡ୍ବେନ ବ୍ରାଭୋ, ଦୀପକ ଚହ୍ବର, ଶାର୍ଦ୍ଦୁଳ ଠାକୁର, ହରଭଜନ ସିଂହ, ଇମ୍ରାନ ତାହିର।

ଆରସିବି ଏକାଦଶ- ପାର୍ଥିବ ପଟେଲ, ବିରାଟ କୋହଲି, ମୋଇନ ଅଲ୍ଲୀ, ସିମ୍ରନ ହେଟମେୟର, ଏବି ଡିଭିଲିୟର୍ସ, ଶିବମ ଦୁବେ, କଲିନ ଡି ଗ୍ରାଣ୍ଡହୋମ, ଉମେଶ ଯାଦବ, ୟୁଜବେନ୍ଦ୍ର ଚହ୍ବଳ, ମହମ୍ମଦ ସିରାଜ, ନଭଦୀପ ସୈନି।

ଆଉ ନିର୍ବାଚନ ଲଢିବି ନାହିଁ : ଏ.ୟୁ ସିଂଦେଓ 

ଆଗକୁ ନିର୍ବାଚନ ଲଢିବେ ଏୟୁ ସିଂଦେଓ ।ଆଜି ନବୀନ ନିବାସରୁ ଫେରିବା ପରେ ଗଣମାଧ୍ୟମ ର ପ୍ରଶ୍ନ ରେ ଏମିତି କହିଛନ୍ତି ,ବିରିଷ୍ଟ ବିଜେଡି ନେତା ଅନଙ୍ଗ ଉଦୟ ସିଂଦେଓ ।ଏହା ସହ ଆଗାମୀ ନିର୍ବାଚନ ରେ ନବୀନ ବାବୁ ବିପୁଳ ଭୋଟରେ ବିଜୟୀ ହୋଇ ପଞ୍ଚମ ଥର ପାଇଁ ସରକାର କରିବେ ବୋଲି ଦୃଢତା ର ସହ କହିଛନ୍ତି ।ଚର୍ଛା ହେଉଛି ଅନଙ୍ଗ ଉଦୟ ସିଂଦେଓ ପୁଅ ଅର୍କେଶ ସିଂଦେଓ  ।ସୂଚନା ଅନୁସାରେ ବଲାଙ୍ଗୀର ଆସନରୁ ନିଜେ ନଲଢି ସାନପୁଅ ଅର୍କେଶ କୁ ଲଢେଇବେ । 

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.