ନୂଆଦିଲ୍ଲୀ: ଶନିବାରଠାରୁ ଆରମ୍ଭ ହେଉଛି ଆଇପିଏଲ ମହାସମର। ଏହାର ଦ୍ୱାଦଶ ସଂସ୍କରଣର ପ୍ରଥମ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗସ ଭେଟିବ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୋରକୁ। ସବୁବେଳେ ଆଇପିଏଲ ଆରମ୍ଭ ହୋଇଥାଏ ମାର୍ଚ୍ଚ ମାସରେ। ତେବେ ଆଇପିଏଲ ଗତ 11ଟି ସଂସ୍କରଣରେ ସମସ୍ତ ଟିମ ମାର୍ଚ୍ଚ ମାସରେ ମ୍ୟାଚ ଖେଳିଛନ୍ତି। ତେବେ ମାର୍ଚ୍ଚରେ ଖେଳାଯାଇଥିବା ମ୍ୟାଚ ଗୁଡିକରେ କେଉଁ ଟିମ କେତୋଟି ମ୍ୟାଚ ଖେଳିଛି ଓ କେତୋଟି ମ୍ୟାଚ ଜିତିଛି ତା ଉପରେ ନଜର ପକାଇବା।
ମୁମ୍ବାଇ ଇଣ୍ତିଆନ୍ସ 11ଟି ଆଇପିଏଲରେ ମାର୍ଚ୍ଚ ମାସରେ ଖେଳିଛି 7ଟି ମ୍ୟାଚ, ଓ ସେଥି ମଧ୍ୟରୁ 6ଟିରେ ହାସଲ କରିଛି ଜିତ। ଦିଲ୍ଲୀ କ୍ୟାପିଟାଲ୍ସ ଖେଳିଛି 8ଟି ମ୍ୟାଚ ଓ ଜିତିଛି 5ଟି। ଚେନ୍ନାଇ ସୁପରକିଙ୍ଗସର ମାର୍ଚ୍ଚ ରେକର୍ଡରେ ରହିଛି 8ଟି ମ୍ୟାଚ ତେବେ ସେଥିରୁ କେବଳ 3ଟିରେ ବିଜୟ ମିଳିଛି ଚେନ୍ନାଇକୁ।
ରାଜସ୍ଥାନ ରୟାଲ୍ସ ଭାଗର ମାର୍ଚ୍ଚ ମାସରେ ପଡିଛି 8ଟି ମ୍ୟାଚ ଯେଉଁଥିରୁ 4ଟି ଜିତ ଓ 4ଟିରେ ହାରର ସାମ୍ନା କରିବାକୁ ପଡିଛି। ରୟାଲ ଚ୍ୟାଲେଞ୍ଜର ବାଙ୍ଗାଲୋର ଖେଳିଛି 7ଟି ମ୍ୟାଚ ଓ ଜିତିଛି 4ଟି। କୋଲକାତା ନାଇଟ ରାଇଡର୍ସ ମଧ୍ୟ ମାର୍ଚ୍ଚରେ 7ଟି ମ୍ୟାଚ ଖେଳି 3ଟିରେ ହାସଲ କରିଛି ଜିତ। ତେବେ ମାର୍ଚ୍ଚରେ କିଙ୍ଗସ ଇଲେଭେନ ପଞ୍ଜାବର ପ୍ରଦର୍ଶନ ରହିଛି ସବୁଠାରୁ ଦୁର୍ବଳ, 7ଟି ମ୍ୟାଚରୁ କେବଳ ଗୋଟିଏ ମ୍ୟାଚ ଜିତିଛି ପଞ୍ଜାବ। ସନ ରାଇଜର୍ସ ହାଇଦ୍ରାବାଦ ଭାଗରେ ଏପର୍ଯ୍ୟନ୍ତ ମାର୍ଚ୍ଚ ମାସର ମ୍ୟାଚ ପଡିନାହିଁ ।
ତେବେ ଚଳିତ ସିଜନରେ ମାର୍ଚ୍ଚ ମାସ ମ୍ୟାଚରେ କିଏ କେତୋଟି ମ୍ୟାଚ ଜିତୁଛି ତାହା ସମୟ କହିବ ।