ETV Bharat / sports

କେକେଆର ପାଇଁ ଓପନିଙ୍ଗ ସୁଯୋଗର ସଦୁପୋଯୋଗ କରିଛି : ଶୁଭମନ ଗିଲ୍‌

ମୁମ୍ବାଇ ବିପକ୍ଷ ମ୍ୟାଚରେ ଶୁଭମନ ଗିଲ୍‌ଙ୍କ ଶୋ ଦେଖିବାକୁ ମିଳିଥିଲା । ଗିଲ ନିଜ କ୍ୟାରିୟରର ଶ୍ରେଷ୍ଠ ଆଇପିଏଲ ଇନିଂସ ଖେଳିଥିଲେ ।

author img

By

Published : Apr 30, 2019, 3:42 AM IST

ଫାଇଲ ଫଟୋ

କୋଲକାତା: ମୁମ୍ବାଇ ବିପକ୍ଷ ମ୍ୟାଚରେ ଶୁଭମନ ଗିଲ୍‌ଙ୍କ ଶୋ ଦେଖିବାକୁ ମିଳିଥିଲା । କୋଲକାତା ପକ୍ଷରୁ ଓପନିଂ ସୁଯୋଗକୁ ଯେମିତି ଅପେକ୍ଷା କରିଥିଲେ ଗିଲ୍‌ । 45 ବଲରୁ 76 ରନ କରିବା ସହ ମୁମ୍ବାଇ ବୋଲରଙ୍କୁ ନିର୍ଧୁମ ପ୍ରହାର କରିଥିଲେ । ଫଳରେ ଗିଲ ନିଜ କ୍ୟାରିୟରର ଶ୍ରେଷ୍ଠ ଆଇପିଏଲ ଇନିଂସ ଖେଳିଥିଲେ । ଗିଲ୍‌ଙ୍କ ଏହି ଧୂଆଁଧାର ପାରିବଳରେ କୋଲକାତା ଚଳିତ ଆଇପିଏଲ ସିଜନର ବଡ ସ୍କୋର 232 ରନ କରିଥିଲା ।

ଏହି ପଞ୍ଜାବ ଓପନର ଭାରତୀୟ ଦଳ ପାଇଁ 3ନଂ ସ୍ଥାନରେ ଖେଳି ସାରିଛନ୍ତି । କୋଲକାତା ଦଳରେ ତାଙ୍କ ବ୍ୟାଟିଂକ୍ରମରେ ବାରମ୍ବାର ବଦଳ କରାଯାଉଥିଲା । ଏମିତି କି ଦଳ ତାଙ୍କୁ 7ନଂ ସ୍ଥାନରେ ମଧ୍ୟ କିଛି ମ୍ୟାଚ ଖେଳାଇଛି । ଲଗାତାର 6 ଟି ମ୍ୟାଚ ହାରିବା ପରେ ନିଶ୍ଚିନ୍ତ ବିଜୟ ଆବଶ୍ୟକ କରୁଥିଲା କେକେଆର । ଦଳ ତାଙ୍କୁ ଓପନିଂ ସୁଯୋଗ ଦେଇଥିବାରୁ ସେ ଖୁସିବ୍ୟକ୍ତ କରଛନ୍ତି । ପାଇଥିବା ସୁଯୋଗର ସଦୁପୋଯୋଗ କରିଛନ୍ତି ବୋଲି ସେ କହିଛନ୍ତି । ଦଳ ବିଜୟର ଏକ ଅଂଶ ହୋଇପାରିଥିବାରୁ ଖୁସି ବୋଲି କହିଛନ୍ତି ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.